Advertisment

ଭୂମିହୀନଙ୍କୁ ଆବାସ: ଏଣିକି ତହସିଲଦାରଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେବେ ବିଡିଓ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମିହୀନଙ୍କୁ ଘର ଯୋଗାଇବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ନିମନ୍ତେ ଆଜି ଆନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି।

ଅଦ୍ୟତନ ହୋଇଛି
undefined

Suresh

Advertisment

ରାଜ୍ୟରେ ଭୂମିହୀନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଭୂମିହୀନଙ୍କୁ ପିଏମ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଆଉ ଜାଗାର ସମସ୍ୟା ରହିବ ନାହିଁ। ସରକାରୀସ୍ତରରେ ଏହି ଜାଗା ଆବଂଟନ ପ୍ରକ୍ରିୟା ସୁନିଶ୍ଚିତ କରାଯିବ।  ଭୂମିହୀନ ହିତାଧିକାରୀଙ୍କ ତାଲିକା ବିଡିଓ ପ୍ରସ୍ତୁତ କରିବାପରେ ତହସିଲଦାରଙ୍କୁ ଦେବେ ଆଉ ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ସମ୍ପୃକ୍ତ ଭୂମିହୀନ ହିତାଧିକାରୀଙ୍କୁ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ହେବ।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂମିହୀନଙ୍କୁ ଘର ଯୋଗାଇବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ନିମନ୍ତେ ଆଜି ଆନ୍ତଃବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭୂମିହୀନ ହିତାଧିକାରୀମାନଙ୍କୁ ପିଏମ୍ ଆବାସ ଯୋଜନାରେ ଜାଗା ଯୋଗାଇଦେବା ପାଇଁ ବିଡିଓମାନେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ତହସିଲଦାରଙ୍କୁ ଦେବେ । ଆଉ ସେହି ତାଲିକା ଆଧାରରେ ତହସିଲଦାରମାନେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ଜାଗା ଚିହ୍ନଟ କରି ସମ୍ପୃକ୍ତ ଭୂମିହୀନ ହିତାଧିକାରୀଙ୍କୁ ମାଗଣାରେ ଜାଗା ଯୋଗାଇବାର ବ୍ୟବସ୍ଥା କରିବେ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ମାସର ପ୍ରଥମ ଶନିବାର ସମ୍ପୃକ୍ତ ବିଡିଓ ଓ ତହସିଲଦାରଙ୍କ ମାଧ୍ୟମରେ ସମନ୍ୱୟ କମିଟିର ବୈଠକ ବସିବ । ଏହି ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ । ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ । ଫଳରେ କୌଣସି ହିତାଧିକାରୀ ଜାଗା ଅଭାବରୁ ପିଏମ ଆବାସ ଯୋଜନାରେ ଘର ନିର୍ମାଣରୁ ବଂଚିତ ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଯୋଜନାର ଅଗ୍ରଗତି ନେଇ ପ୍ରତିମାସରେ ଜିଲ୍ଲାପାଳମାନେ ମଧ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe