Advertisment

ଦଳୀୟ କର୍ମୀଙ୍କୁ ମୋଦିଙ୍କ ମନ୍ତ୍ର: ଡିପ୍ ଫେକ୍ ପ୍ରତି ସାବଧାନ, ବିବାଦୀୟ ବିବୃତ୍ତିରୁ ନିବୃତ୍ତ ରୁହ

ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ ଡିପ୍ ଫେକ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ପରେ ରବିବାର ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ "ବିକଶିତ ଭାରତ: ୨୦୪୭"ର ଭିଜନ ପେପର ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଛି। ଏଥିସହ ଦଳୀୟ କର୍ମକର୍ତ୍ତାଙ୍କୁ ୨୦୪୨ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ।  

Advertisment

ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଖୁବ୍ ଶୀଘ୍ର ପୁଣିଥରେ ଭେଟିବା, ଯାଓ ଏବଂ ବିଜୟୀ ହୁଅ। ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ ଡିପ୍ ଫେକ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ବିବାଦରୁ ଦୂରେଇ ରହିବାକୁ କହିଛନ୍ତି।  

ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ଯାହା ବି ବିବୃତ୍ତି ଦେଉଛନ୍ତି, ଏହାକୁ ଚିନ୍ତାକରି ପ୍ରସ୍ତୁତ କରନ୍ତୁ ଏବଂ କୁହନ୍ତୁ। ବର୍ତ୍ତମାନ ସମୟରେ ଡିପ୍ ଫେକ୍ ଟ୍ରେଣ୍ଡରେ ରହିଛି, ଯାହା ମାଧ୍ୟମରେ ସ୍ୱର ବି ପରିବର୍ତ୍ତନ ହୋଇପାରୁଛି, ଏଥିପ୍ରତି ସତର୍କ ରୁହନ୍ତୁ। ଯାହା କହିବାକୁ ଚାହୁଁଛନ୍ତି, ତାହା ନିଜର ଯୋଜନା ବାବଦରେ କୁହନ୍ତୁ ଏବଂ ବିବାଦୀୟ ବିବୃତ୍ତିରୁ ଦୂରେଇ ରୁହନ୍ତୁ।

Advertisment

ସେ ଆହୁରି କହିଛନ୍ତି 'ବିକଶିତ ଭାରତ' ପାଇଁ 'ରୋଡମ୍ୟାପ' ହେଉଛି ଦୁଇ ବର୍ଷରୁ ଅଧିକ ସମୟର ପ୍ରସ୍ତୁତିର ଫଳାଫଳ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର, ଏକାଡେମିକ୍, ଶିଳ୍ପ ସଂଗଠନ, ନାଗରିକ ସମାଜ ସଂଗଠନ, ବୈଜ୍ଞାନିକ ସଂଗଠନ ଏବଂ ଯୁବକମାନଙ୍କ ପରାମର୍ଶ ସହିତ ଏହି ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। 

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ମେ' ମାସରେ ନୂତନ ସରକାର ଗଠନ ପରେ ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ୧୦୦ ଦିନିଆ ଏଜେଣ୍ଡାର ତୁରନ୍ତ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା।

PM Modi Lok Sabha Polls Deepfakes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe