Advertisment

ନିରପେକ୍ଷତା, ସମ୍ବିଧାନର ରକ୍ଷା... ବାଚସ୍ପତିଙ୍କୁ ବିରୋଧୀଙ୍କ ବାର୍ତ୍ତା

ଭଏସ୍ ଭୋଟରେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ହାରଇ ବାଚସ୍ପତି ହୋଇଛନ୍ତି ଓମ୍ ବିର୍ଲା।

author-image
Debibandita Barick
ଅଦ୍ୟତନ ହୋଇଛି
Om Birla, PM Modi, Rahul Gandhi & Kiran Rijiju

Om Birla, PM Modi, Rahul Gandhi & Kiran Rijiju

ଅଷ୍ଟାଦଶ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ତିନିଥରର ବିଜେପି ସାଂସଦ ଓମ ବିର୍ଲା। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପଦବୀ ଅଳଙ୍କୃତ କରିଛନ୍ତି। ଭଏସ୍ ଭୋଟରେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ହାରଇ ବାଚସ୍ପତି ହେବା ପରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ଜଣାଯାଇଛି।

Advertisment

କଂଗ୍ରେସ ନେତା ତଥା ବିରୋଧୀ ମେଣ୍ଟ ଦଳ ନେତା ରାହୁଲ ଗାନ୍ଧି ବାଚସ୍ପତିଙ୍କୁ ଶୁଭେଚ୍ଛା ଦେଇଛନ୍ତି। ଏହି ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧି ବାଚସ୍ପତିଙ୍କୁ ହ୍ୟାଣ୍ଡ୍ସ ସେକ୍ କରି ଅଭିନନ୍ଦନ ଜଣାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ହାତ ମିଳାଇଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ରାହୁଲ ଗାନ୍ଧି ଏକାଠି ହୋଇ ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ଚେୟାର ନିକଟକୁ ନେଇ ଯାଇଥିଲେ। ବିରୋଧୀ ଦଳର ଅନ୍ୟ ନେତାମାନେ ମଧ୍ୟ ନବନିର୍ବାଚିତ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି, କିନ୍ତୁ ଷାଣିତ ଢଙ୍ଗରେ କହିଛନ୍ତି, "ବିରୋଧୀଙ୍କୁ କହିବାକୁ ଅନୁମତି ଦିଆଯିବା ଆବଶ୍ୟକ, କାରଣ ସେମାନେ ମଧ୍ୟ ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଛନ୍ତି।"

Advertisment

ବିରୋଧୀ ଦଳ ନେତା ମନୋନୀତ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, "ଏଥର ନିର୍ବାଚନ ସ୍ପଷ୍ଟ କରିଛି ଯେ, ବିରୋଧୀଙ୍କଠୁ ଦେଶବାସୀ ସମ୍ବିଧାନର ରକ୍ଷା ଆଶା କରୁଛନ୍ତି। ମୁଁ ନିଶ୍ଚିତ ଯେ ଆପଣ ଆମକୁ କହିବା ପାଇଁ ସୁଯୋଗ ଦେବେ। ଗୃହ କେତେ ଦକ୍ଷତାର ସହ ପରିଚାଳିତ ହେଉଛି ତାହା ପ୍ରଶ୍ନ ନୁହେଁ, କଥା ହେଉଛି ଭାରତର ସ୍ୱର ଶୁଣିବାକୁ ବିରୋଧୀଙ୍କୁ କେତେ ଅନୁମତି ଦିଆଯାଉଛି। ତେଣୁ ବିରୋଧୀଙ୍କ ସ୍ୱରକୁ ଦବାଇ ଆପଣ ଗୃହକୁ ଦକ୍ଷତାର ସହିତ ଚଳାଇବେ ଧାରଣା ଏକ ଅଣ-ଗଣତାନ୍ତ୍ରିକ ଧାରଣା।"

Rahul Gandhi Om Birla Lok Sabha Speaker Election Speaker Om Birla