Advertisment

ବିଜେପିକୁ ଭୋଟ ଦେଇ ମାଡ଼ ଖାଇଥିବା ମୁସଲିମ ମହିଳାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଶିବରାଜ

ବିଜେପିକୁ ଭୋଟ ଦେଇ ସମିନା ତାଙ୍କ ଦିଅରଙ୍କ ଆକ୍ରମଣର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ଶିବରାଜ ମଧ୍ୟ ତାଙ୍କୁ ଦେଖାକରିବାକୁ ଚାହିଁଥିଲେ।

BJP

BJP

Advertisment

ମଧ୍ୟପ୍ରଦେଶ ନିର୍ବାଚନରେ ଭୋଟ ଦେଇ ପରିବାର ସଦସ୍ୟଙ୍କ ଆକ୍ରମଣର ଶିକାର ହୋଇଥିବାର ଅଭିଯୋଗ କରିଥିବା ମୁସଲିମ ମହିଳା ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଛନ୍ତି। ଭୋପାଲରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ଭେଟଘାଟ ହୋଇଛି। ବିଜେପି ପାଇଁ ଭୋଟ ଦେଇଥିବା ସମିନା ନିଜର ଦୁଇ ପିଲାଙ୍କୁ ଧରି ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲେ ଓ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। 

Advertisment

ବିଜେପିକୁ ଭୋଟ ଦେଇ ସମିନା ତାଙ୍କ ଦିଅରଙ୍କ ଆକ୍ରମଣର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ଶିବରାଜ ମଧ୍ୟ ତାଙ୍କୁ ଦେଖାକରିବାକୁ ଚାହିଁଥିଲେ। ଭେଟଘାଟ ସମୟରେ ସମିନା ଓ ତାଙ୍କ ପିଲାମାନଙ୍କୁ ସବୁ ପ୍ରକାରର ସୁରକ୍ଷା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସମିନା ମଧ୍ୟ ତାଙ୍କର ପୁଅ ଓ ଝିଅଙ୍କ ଭବିଷ୍ୟତ ପାଇଁ ବାରମ୍ବାର ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି।

ସମିନା କହିଛନ୍ତି, “ମୋ ଦିଅ ଜାଭେଦ ମୋତେ ମାଡ଼ ମାରିଥିଲେ। ବିଜେପିକୁ ଭୋଟ ଦେବାରୁ ସେ ମୋ ସହ ଏମିତି କାଣ୍ଡ ଘଟାଇଥିଲେ। ମୁଁ କାହିଁକି ଭାଇ ଶିବରାଜ ସିଂହ ଚୌହାନଙ୍କୁ ଭୋଟ ଦେଲି ପ୍ରଶ୍ନ କରି ମାଡ଼ ମାରିଥିଲେ। ଭାଇ(ଶିବରାଜ) ମୋତେ କଥା ଦେଇଛନ୍ତି ଯେ ମୁଁ ଓ ମୋ ପିଲା ସବୁବେଳେ ସୁରକ୍ଷିତ ରହିବେ।

Advertisment

ଭୋଟଦାନର ଅଧିକାର ମୋର ରହିଛି। ଏହାକୁ ମୋ ଇଚ୍ଛା ଅନୁସାରେ କରିପାରିବି। ମୋ ପସନ୍ଦର ପ୍ରାର୍ଥୀଙ୍କୁ ମୁଁ ନିଜା ଇଚ୍ଛାରେ ଭୋଟ ଦେଇ ପାରିବି ବୋଲି ସମ୍ବିଧାନ ଅଧିକାର ମିଳିଛି। ଶିବରାଜ ସିଂହ ଚୌହାନ ଆଦୌ ଭୁଲ କରି ନାହାନ୍ତି। ତେଣୁ ମୁଁ ତାଙ୍କୁ ଭୋଟ ଦେଇଛି।”

୪ଥରର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶିବରାଜ ସିଂହ ଚୌହାନ। ତାଙ୍କ ନେତୃତ୍ୱରେ ବିଜେପି ଏଥର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଜିତିଛି। କିନ୍ତୁ ଶିବରାଜ ସିଂହ ଏଥର ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି।

Bjp Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe