Advertisment

ଚିଠି ଲେଖାରେ ନୁହେଁ ସିଧାସଳଖ ଆଲୋଚନାରେ ବିଶ୍ୱାସ କରେ: ମୋହନ

ଆଜି ନୂଆଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି ଯେ, ଆଳୁ ସମସ୍ୟା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସହ ଆଲୋଚନାବେଳେ ଦୁଇ ରାଜ୍ୟର ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ।

Patato

Patato

Advertisment

ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁହଁ ଖୋଲିଛନ୍ତି । ଚିଠି ଲେଖିବାରେ ବିଶ୍ୱାସ କରେ ନାହିଁ । ଦିଲ୍ଲୀରେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ÷ଆଳୁ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛି ଓ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ।

Advertisment

ଆଜି ନୂଆଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମାଝୀ କହିଛନ୍ତି ଯେ, ଆଳୁ ସମସ୍ୟା ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ସହ ଆଲୋଚନାବେଳେ ଦୁଇ ରାଜ୍ୟର ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ । ପରିସ୍ଥିତି ସ୍ୱାଭାବିକ ହେବା ଆରମ୍ଭ କରିଛି । ଖୁବଶୀଘ୍ର ସମାଧାନ ହେବ ।

ସେହିପରି ପୋଲାଭରମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ନୀତି ଆୟୋଗ ବୈଠକରେ ଏହି ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିଛି । ପୋଲାଭରମ ଉପରେ ଆମର ଯାହାସବୁ ଦାବି ରହିଛି ସେକଥା ଦୋହରାଇଥିଲୁ । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଛି ଓ ନାଇଡୁ ମଧ୍ୟ ଏଥିରେ ରାଜି ଅଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

Advertisment

ସେହିପରି ନୀତି ଆୟୋଗ ବୈଠକ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଓଡ଼ିଶାର ବିକାଶ ପାଇଁ ଯାହାସବୁ ଗୁରୁତ୍ୱପୂର୍ଣ୍ଣ ସେ ଦାବି ଉପସ୍ଥାପନ କରିଛି । ୨୦୩୬ ମସିହା ପାଇଁ ଆସନ୍ତା ୧୨ବର୍ଷ ମଧ୍ୟରୁ ପ୍ରଥମ ୫ବର୍ଷ ଆମ ପାଇଁ ଗୁରୁଦାୟିତ୍ୱ ରହିଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଯୋଜନାରେ ଓଡ଼ିଶା ପ୍ରଥମ ଗୁରୁତ୍ୱ ବହନ କରୁଛି । ଡବଲ ଇଞ୍ଜିନର ଯେଉଁ ବଗି କଥା କୁହାଯାଉଛି, ସେଥିରେ ଓଡ଼ିଶା ହେବ ପ୍ରଥମ ବଗି । ଓଡ଼ିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଉଛନ୍ତି । ତେଣୁ ନୀତି ଆୟୋଗ ବୈଠକରେ ଯେଉଁସବୁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ କାର୍ଯ୍ୟକାରୀ ହେବ ଓ ଆଗାମୀ ୫ବର୍ଷ ମଧ୍ୟରେ ଓଡ଼ିଶାରେ ନିଶ୍ଚିତ ବିରାଟ ପରିବର୍ତ୍ତନ ଆସିବ । ଓଡ଼ିଶାର ବିକାଶ ପାଇଁ ୪୮୦କିମି ବେଳାଭୂମିର ବିକାଶ, ବନ୍ଦରଭିତ୍ତିକ ଶିଳ୍ପ, ପର୍ଯ୍ୟଟନର ବିକାଶ, ଆଇଟି କ୍ଷେତ୍ରରେ ବିକାଶ, ଜନଜାତିମାନଙ୍କ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି । ଆଜି ନୂଆଦିଲ୍ଲୀରୁ ଫେରିବା ପରେ ବିମାନ ବନ୍ଦରରେ ଶ୍ରୀ ମାଝୀଙ୍କୁ ବିଜେପି ବିଧାୟକମାନେ ସ୍ୱାଗତ କରିଥିଲେ ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe