Advertisment

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା; ବିଜେପି ପ୍ରାର୍ଥୀଙ୍କୁ ପଥର ମାଡ଼, କାର୍ ଭଙ୍ଗାରୁଜା

ତୃଣମୂଳ କଂଗ୍ରେସର ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

author-image
Debibandita Barick
Tension In WB

Tension In WB

ପଶ୍ଚିମବଙ୍ଗରେ ଲାଗି ରହିଛି ରାଜନୈତିକ ହିଂସା। ଆଜି ଝରଗ୍ରାମରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁ ଏବଂ ତାଙ୍କ ସୁରକ୍ଷାକର୍ମୀଙ୍କୁ ଶାସକ ତୃଣମୂଳ କଂଗ୍ରେସର ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଟୁଡୁଙ୍କ ବହୁ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି।

Advertisment

ବିଜେପିର କହିବା ଅନୁସାରେ, ଝରଗ୍ରାମରେ ଭୋଟରଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହେବା ପରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁ ସୁରକ୍ଷାକର୍ମୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଟୁଡୁଙ୍କ ସମେତ ତାଙ୍କ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼ କରାଯିବା ସହ ଠେଙ୍ଗା-ବାଡ଼ି ଧରି ଗୋଡ଼ାଇଥିଲେ।

ଆକ୍ରମଣ ସମୟର ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ବିଜେପି ପ୍ରାର୍ଥୀ, ତାଙ୍କ ସୁରକ୍ଷାକର୍ମୀ ଏବଂ ଅନେକ ଗଣମାଧ୍ୟମ ସଂସ୍ଥାର ପତ୍ରକାରଙ୍କୁ ଗୋଡାଇ ଗୋଡାଇ ପଥର ଫିଙ୍ଗୁଛନ୍ତି। ଟୁଡୁଙ୍ଗ ଗାଡି ମଧ୍ୟ ଭଙ୍ଗାରୁଜା ହୋଇଥିବା କୁହାଯାଉଛି।

Advertisment

ସେପଟେ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛି ଟିଏମସି। ମତଦାନ କେନ୍ଦ୍ର ବାହାରେ ଟୁଡୁଙ୍କ ସୁରକ୍ଷାକର୍ମୀ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ପାଲଟା ଆକ୍ରମଣ ହୋଇଥିବା ଟିଏମସି କହିଛି। 

ପ୍ରକାଶ ଥାଉକି, ପଶ୍ଚିମବଙ୍ଗର ସଂରକ୍ଷିତ ଲୋକସଭା ନିର୍ବାଚନ ମଣ୍ଡଳୀ ଝରଗ୍ରାମରେ ତ୍ରିମୁଖୀ ଲଢେଇ ହେଉଛି। ବିଜେପିର ପ୍ରଣତ ଟୁଡୁ, ଟିଏମସରି କାଳିପଡ଼ା ସୋରେନ ଏବଂ CPI(M)ର ସୋନାମଣି ଟୁଡୁ ପ୍ରାର୍ଥୀ ହୋଇଛନ୍ତି।  ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଏଠାରେ ମତଦାନ ଚାଲିଥିବା ବେଳେ ନିର୍ବାଚନୀ ହିଂସା ହୋଇଥିବା ଅଭିଯୋଗ ହୋଇଛି। 

Bjp TMC Tension In Bengal WB Violence