Advertisment

ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ବିଜେପି ନେତା ଗିରଫ

ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ପୁଲିସ ବିଜେପି ନେତା ସବ୍ୟସାଚୀ ଘୋଷଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Sabyasachi Ghosh

Sabyasachi Ghosh

Advertisment

ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ପୁଲିସ ବିଜେପି ନେତା ସବ୍ୟସାଚୀ ଘୋଷଙ୍କୁ ଗିରଫ କରିଛି। ସବ୍ୟସାଚୀ ହାୱଡାରେ ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗ ହୋଇଛି।  

Advertisment

ବିଜେପି ନେତା ଏପରି ସଙ୍ଗୀନ ମାମଲାରେ ଗିରଫ ହେବା ପରେ ଶାସକ ତୃଣମୂଳ କଂଗ୍ରେସ କଟାକ୍ଷ କରିଛି। ଟିଏମସି କହିଛି ଯେ, ବେଙ୍ଗଲ ପୁଲିସ ହାୱଡାର ସାବ୍ୟାସାଚୀ ଘୋଷଙ୍କ ହୋଟେଲରେ ଚାଲିଥିବା ଏକ ସେକ୍ସ ରାକେଟ ଉପରେ ଚଢାଉ କରିଛି। ବିଜେପି ମହିଳାଙ୍କୁ ସୁରକ୍ଷା ଦେଉ ନାହିଁ, ବରଂ ଦେହବେପାର ଦଲାଲମାନଙ୍କୁ ସୁରକ୍ଷା ଯୋଗାଉଥିବା ଟିଏମସି ଅଭିଯୋଗ କରିଛି।

ଟିଏମସି ଏହାର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ କହିଛି, "ବିଜେପି ନେତା ସବ୍ୟସାଚୀ ଘୋଷଙ୍କ ହାୱଡା ସଙ୍କ୍ରାଇଲରେ ଥିବା ହୋଟେଲରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କରି ପୁଲିସ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଜେପି ମହିଳାଙ୍କୁ ସୁରକ୍ଷା ଦିଏନି, ସେମାନେ ଦେହବେପାର ଦଲାଲମାନଙ୍କୁ ସୁରକ୍ଷା ଦିଅନ୍ତି!"

Advertisment

ରାଜ୍ୟରେ ସନ୍ଦେଶଖାଲି ମାମଲା ତୀବ୍ର ହେବାକୁ ଲାଗିଥିବା ବେଳେ ବିଜେପି ନେତା ଏପରି ଏକ ସଙ୍ଗୀନ ଅଭିଯୋଗରେ ଗିରଫ ହୋଇଛନ୍ତି। ତ୍ରୁଣମୂଳ କଂଗ୍ରେସ ନେତା ଶେଖ ଶାହାଜାହଁ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କୁ ଦୁଷ୍କର୍ମ ଏବଂ ସେମାନଙ୍କ ଜମି ହଡପ କରିଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହି ଘଟଣାକୁ ଲୁଚାଇବା ପାଇଁ ଟିଏମସି ଜାଣିଶୁଣି ବିଜେପି ନେତାଙ୍କ ଗିରଫଦାରୀ କରାଇଥିବା ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି।   

Prostitution Racket Sandeshkhali Row BJP Leader Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe