Advertisment

ବେଆଇନ ବ୍ୟାନର ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ୫୦ ହଜାର ଜୋରିମାନା

ବେଙ୍ଗାଲୁରୁ ପୌରପାଳିକାର ସୂଚନା ଅନୁଯାୟୀ, ଅତିରିକ୍ତ ରାଜସ୍ୱ ଅଧିକାରୀ(ଏଆରଓ)ଙ୍କ ନେତୃତ୍ୱରେ ଗୋଟିଏ ଟିମ ବେଆଇନ ଭାବେ କେପିସିସି ଅଫିସ ନିକଟରେ ଲାଗିଥିବା ବ୍ୟାନର ଓ ପୋଷ୍ଟର ହଟାଇ ଦେଇଛି।

KPCC

KPCC

Advertisment

କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ଉପରେ ବେଙ୍ଗାଲୁରୁ ପୌରପାଳିକା ୫୦ ହଜାର ଟଙ୍କାର ଜୋରିମାନା ଲଗାଇଛି। କ୍ୟୁଇନ୍ସ ରୋଡ୍‌ରେ ଥିବା କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ଅଫିସ ନିକଟରେ ବେଆଇନ ଭାବେ ଦଳ ପକ୍ଷରୁ ପୋଷ୍ଟର ସବୁ ଲାଗିଥିଲା। ଏଥିପାଇଁ ଶିବକୁମାରଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି।

Advertisment

ମାତ୍ର ୧୩ ଦିନ ତଳେ ନିଜେ ଡିକେ ଶିବକୁମାର କର୍ଣ୍ଣାଟକାର ସବୁ ରାଜନୀତିକ ଦଳକୁ ରାସ୍ତା ଘାଟରେ ମନଇଚ୍ଛା ପୋଷ୍ଟର ଓ ବ୍ୟାନର ମାରିବାକୁ ମନା କରିଥିଲେ। ଏଥିସହ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ପ୍ରତିଥର ୫୦ ହଜାର ଟଙ୍କାର ଜୋରିମାନା ପୌରପାଳିକା ଲଗାଇବ ବୋଲି ସେ କହିଥିଲେ। ଏବେ ନିଜେ ଶିବକୁମାର ବେଆଇନ ଭାବେ ପୋଷ୍ଟର ଓ ବ୍ୟାନର ମାରି ଦଣ୍ଡିତ ହୋଇଛନ୍ତି।

ବେଙ୍ଗାଲୁରୁ ପୌରପାଳିକାର ସୂଚନା ଅନୁଯାୟୀ, ଅତିରିକ୍ତ ରାଜସ୍ୱ ଅଧିକାରୀ(ଏଆରଓ)ଙ୍କ ନେତୃତ୍ୱରେ ଗୋଟିଏ ଟିମ ବେଆଇନ ଭାବେ କେପିସିସି ଅଫିସ ନିକଟରେ ଲାଗିଥିବା ବ୍ୟାନର ଓ ପୋଷ୍ଟର ହଟାଇ ଦେଇଛି। ସମାନ ଟିମ କେପିସିସି ସଭାପତିଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛି।

Advertisment

ବେଙ୍ଗାଲୁରୁକୁ ଅଧିକ ସୁନ୍ଦର କରିବା ଉଦ୍ଦେଶ୍ୟରେ ଡିକେ ଶିବକୁମାର ଲୋକଙ୍କ ସହଯୋଗ ଲୋଡ଼ିବା ସହ ବେଆଇନ ପୋଷ୍ଟର ଓ ବ୍ୟାନର ଉପରେ ରୋକ ଲଗା ଯାଇଥିବା ଘୋଷଣା କରିଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ଏପରି ଘୋଷଣା ପରେ ପୌରପାଳିକା ଆକ୍ସନ ମୋଡକୁ ଆସିଥିଲା।

ଯାଞ୍ଚ ବେଳେ କେପିସିସି ହିଁ ନିୟମ ଭାଙ୍ଗି ରାଜୀବ ଗାନ୍ଧି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡି ଡେବରାଜଙ୍କ ଜନ୍ମଦିନ ପାଇଁ ପୋଷ୍ଟର ଲଗାଇଥିବା ଜଣାପଡ଼ିଥିଲା। ପୋଷ୍ଟର ମାରିବା ପାଇଁ ପୌରପାଳିକା ଠାରୁ କୌଣସି ପ୍ରକାରର ଅନୁମତି ମଧ୍ୟ ଅଣାଯାଇ ନଥିଲା।

ତେଣୁ କେପିସିସି ସଭାପତିଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଏହାକୁ ବିବିଏମପି ମୁଖ୍ୟ କମିଶନରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବାକୁ କୁହାଯାଇଛି।

Karnataka DK Shivakumar Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe