Advertisment

କାଲି ପଡ଼ିବ ଭୋଟ, ତା' ପୂର୍ବରୁ ଟଳି ପଡ଼ିଲେ ନିର୍ବାଚନୀ ଡ୍ୟୁଟିରେ ଥିବା କର୍ମଚାରୀ

୨୩୦ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ସକାଳୁ ଭୋଟ ଗ୍ରହଣ ହେବ।

Election

Election

Advertisment

ଆସନ୍ତାକାଲି ପଡିବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ତେବେ ଏହା ପୂର୍ବରୁ ଟଳି ପଡିଛନ୍ତି ନିର୍ବାଚନୀ ଡ୍ୟୁଟିରେ ଥିବା କର୍ମଚାରୀ। ମଧ୍ୟପ୍ରଦେଶ ବୈତୁଲର ମୁଲତାଇରେ ନିର୍ବାଚନୀ ଡ୍ୟୁଟି ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

Advertisment

ମୃତକ ହେଲେ ଭୀମରାଓ ଭୋଜୁ। ତାଙ୍କ ବୟସ ୫୫ ବର୍ଷ। ସେ ମୁଲତାଇ ନଗରର କନ୍ୟା ଶାଲା ବୁଥ ନମ୍ବର ୧୨୩ରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ ଥିଲେ। ତେବେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଷ୍ଟ୍ରଙ୍ଗ ରୁମ୍‌ ନିକଟରେ ଟଳି ପଡିଥିଲେ। ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ମୁଲତାଇ ଏସ୍‌ଡିଏମ୍‌ ତୃପ୍ତି ପଟେରିଆ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସମସ୍ତ ଦଳର ପ୍ରସ୍ତୁତି ସରିଛି। ଗତକାଲି ସନ୍ଧ୍ୟା ୬ଟାରୁ ନିର୍ବାଚନୀ ପ୍ରଚାର ବନ୍ଦ ରହିଛି। ୨୩୦ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ସକାଳୁ ଭୋଟ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଏହାର ଫଳାଫଳ ଆସିବ।

Advertisment
Assemmble Poll 2023 Madhya Pradesh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe