ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ମଝିରେ ପ୍ରଦୀପ ବସିଥିବାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ତେବେ ଶପଥ ସମାରୋହ ଉତ୍ସବରେ ପ୍ରଦୀପଙ୍କ ପାଇଁ ଉକ୍ତ ଆସନ ଉଦ୍ଦିଷ୍ଟ ଥିଲା ନା ପ୍ରଦୀପ ନିଜ ଇଚ୍ଛାରେ ସେଠାରେ ବସିଥିଲେ ସ୍ପଷ୍ଟ ହୋଇନି ।