Advertisment

ଭବାନୀଶଙ୍କର ଭୋଇ ହେଲେ ବିଧାନସଭାର ନୂଆ ଉପବାଚସ୍ପତି

ଭବାନୀ ଭୋଇ ଉପବାଚସ୍ପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

author-image
Biswajit Samal
 Bhabani Shankar Bhoi

Bhabani Shankar Bhoi

ଭବାନୀଶଙ୍କର ଭୋଇ ହେଲେ ବିଧାନସଭାର ନୂଆ ଉପବାଚସ୍ପତି। ଆଜି ସେ ବିଧାନସଭାର ଉପବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

Advertisment

ସୁନ୍ଦରଗଡ଼ ଜିଲ୍ଲା ତଳସରା ସଂରକ୍ଷିତ ବିଧାନସଭା ଆସନରୁ ସେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ଗତକାଲି ସେ ଉପବାଚସ୍ପତି ପଦ ଲାଗି ବିଧାନସଭା ସଚିବଙ୍କ ପାଖରେ ନାମାଙ୍କନ ଭରିଥିଲେ। ଭବାନୀ ଭୋଇ ଉପବାଚସ୍ପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଅନ୍ୟପଟେ ସର୍ବସମ୍ମତିକ୍ରମେ ତାଙ୍କୁ ବିଧାନସଭା ଉପବାଚସ୍ପତି ନିର୍ବାଚିତ କରାଯାଇଥିବାରୁ ସେ ଗୃହର ଅନ୍ୟ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଗଭୀର କୃତଜ୍ଞତା ଜଣାଇଛନ୍ତି।

Advertisment
Odisha Assembly