Advertisment

‘ସ୍ୱପ୍ନରେ ଆସିଥିଲେ ରାମଜୀ; କହିଲେ- ୨୨ରେ ଅଯୋଧ୍ୟା ଆସିବେନି’

ବିହାର ମନ୍ତ୍ରିମଣ୍ଡରେ ଏବେ ମନ୍ତ୍ରୀ ଅଛନ୍ତି ତେଜ ପ୍ରତାପ ଯାଦବ। ସିଏ ସବୁବେଳେ ବିବାଦରେ ରହିଥାଆନ୍ତି। କେତେବେଳେ କୃଷ୍ଣ ରୁପରେ ଦେଖାଯାଆନ୍ତି ତ ଆଉ କେତେବେଳେ ସାଇକେଲ୍‌ ଚଳାଇ ବିଧାନସଭାକୁ ଯାଉଥିବାର ଦେଖିବାକୁ ମିଳିଛି।

RJD

Tej Pratap Yadav

Advertisment

ଅଯୋଧ୍ୟାରେ ନିର୍ମାଣ ହୋଇଛି ଭବ୍ୟ ଶ୍ରୀରାମ ମନ୍ଦିର। ଜାନୁଆରୀ ୨୨ ତାରିଖରେ ଭବ୍ୟ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜନୈତିକ ବୟାନ୍‌ବାଜି ମଧ୍ୟ ସେହି ହିସାବରେ ଚାଲିଛି। ଏହାରି ଭିତରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ଲାଲପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ମନ୍ତ୍ରୀ ତେଜ ପ୍ରତାପ ଯାଦବ ଆଜି ଦେଇଛନ୍ତି ବିବାଦୀୟ ବୟାନ୍‌। ଯାହାକୁ ନେଇ ରାଜନୀତି ଜୋର ଧରିଛି।

Advertisment

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ତେଜ ପ୍ରତାପ ଯାଦବ କହିଛନ୍ତି, ଯେତେବେଳେ ନିର୍ବାଚନ ଆସୁଛି, ସେତେବେଳେ ମନ୍ଦିର କଥା ମନେ ପଡ଼ୁଛି। ଆଉ ନିର୍ବାଚନ ସରିଗଲେ ମନ୍ଦିର କଥା ଭୁଲି ଯାଉଛନ୍ତି। ଇଏ କ’ଣ ଜରୁରୀ ଜାନୁଆରୀ ୨୨ ତାରିଖରେ ଶ୍ରୀରାମ ଆଯୋଧ୍ୟା ଆସିବେ? ମୁଁ କହୁଛି ସେଦିନ ରାମଜୀ ଆସିବେ ନାହିଁ। ରାମଜୀ ସ୍ୱପ୍ନରେ ଆସି ମୋତେ କହିଛନ୍ତି। ନିଜ ସଙ୍ଗଠନର କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଲା ବେଳେ ସେ ଏପରି କହିଛନ୍ତି।

ବିହାର ମନ୍ତ୍ରିମଣ୍ଡରେ ଏବେ ମନ୍ତ୍ରୀ ଅଛନ୍ତି ତେଜ ପ୍ରତାପ ଯାଦବ। ସିଏ ସବୁବେଳେ ବିବାଦରେ ରହିଥାଆନ୍ତି। କେତେବେଳେ କୃଷ୍ଣ ରୁପରେ ଦେଖାଯାଆନ୍ତି ତ ଆଉ କେତେବେଳେ ସାଇକେଲ୍‌ ଚଳାଇ ବିଧାନସଭାକୁ ଯାଉଥିବାର ଦେଖିବାକୁ ମିଳିଛି। ଆଉ କେତେବେଳେ ସ୍ୱପ୍ନରେ ଭଗବାନ ଆସିଛନ୍ତି ବୋଲି କୁହନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ସେ ସୋଶାଲ୍‌ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ରୌଦ୍ର ଅବତାର ସେ ସ୍ୱପ୍ନରେ ଦେଖିଥିଲେ। ଭଗବାନଙ୍କ ସେହି ବିରାଟ୍‌ ରୁପ ଦେଖି ଚମକି ଯାଇ ନିଦରୁ ଉଠି ପଡ଼ିଥିଲେ ବୋଲି ପୋଷ୍ଟରେ ତେଜ ପ୍ରତାପ ଲେଖିଥିଲେ। ଯାହାକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା

Advertisment
RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe