Advertisment

ପ୍ୟାରିସ ଯିବାକୁ ରାଜନୀତିକ ଅନୁମତି ପାଇଲେନି ପଞ୍ଜାବ ମୁଖ୍ୟମନ୍ତ୍ରୀ

କୂଟନୀତିକ ଭିସାଧାରୀ ଭଗୱନ୍ତ ମାନ ଅଗଷ୍ଟ ୩ରୁ ୯ ଯାଏ ପ୍ୟାରିସ ଗସ୍ତରେ ଯିବାର ଥିଲା। ଏହି ସମୟରେ ସେ ଅଗଷ୍ଟ ୪ରେ ଭାରତୀୟ ହକି ଟିମର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସାମିଲ ହୋଇଥାଆନ୍ତେ।

Bhagwant Mann

Bhagwant Mann

Advertisment

ଅଲିମ୍ପିକ୍ସରେ ଭାରତୀୟ ହକି ଟିମକୁ ସମର୍ଥନ କରିବା ପାଇଁ ପ୍ୟାରିସ ଯିବାକୁ ଚାହୁଁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ କେନ୍ଦ୍ର ସରକାର ପ୍ୟାରିସ ଯିବାକୁ ରାଜନୀତିକ କ୍ଲିୟରାନ୍ସ ବା ଅନୁମତି ଦେଇ ନଥିବା ଜଣାପଡ଼ିଛି।

Advertisment

କୂଟନୀତିକ ଭିସାଧାରୀ ଭଗୱନ୍ତ ମାନ ଅଗଷ୍ଟ ୩ରୁ ୯ ଯାଏ ପ୍ୟାରିସ ଗସ୍ତରେ ଯିବାର ଥିଲା। ଏହି ସମୟରେ ସେ ଅଗଷ୍ଟ ୪ରେ ଭାରତୀୟ ହକି ଟିମର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସାମିଲ ହୋଇଥାଆନ୍ତେ। ଏଥିପାଇଁ ଭାରତ ସରକାରଙ୍କ ଠାରୁ ରାଜନୀତିକ ଅନୁମତି ମାଗିଥିଲେ।

ହେଲେ ଭାରତ ସରକାର ତାଙ୍କୁ ଏହାର ଅନୁମତି ଦେଇ ନାହାନ୍ତି। ଅନୁମତିକୁ ମନା କରି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭଗବନ୍ତ ମାନ ସର୍ବଦା ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ରୁହନ୍ତି। ତେଣୁ ଏତେ କମ ସମୟ ମଧ୍ୟରେ ତାଙ୍କ ପାଇଁ ପ୍ୟାରିସରେ ସମାନଧରଣର ସୁରକ୍ଷା ବ୍ୟବସ୍ଥା ଆୟୋଜନ କରାଯାଇ ପାରିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟାରେ ଜଣାଇ ଦିଆଯାଇଛି। ଜଣେ ବରିଷ୍ଠ ଭାରତୀୟ ନେତାଙ୍କୁ ବିଦେଶ ଯିବାକୁ ହେଲେ ବୈଦେଶିକ ମନ୍ତ୍ରଣାଳୟ ରାଜନୀତିକ କ୍ଲିୟରାନ୍ସ ଦେଇଥାଏ।

Advertisment

ଅନ୍ୟପକ୍ଷରେ ପଞ୍ଜାବ ବିଧାନସଭା ବାଚସ୍ପତି କୁଲତର ସିଂହ ସାନ୍ଧୱାନ ମଧ୍ୟ ଆମେରିକା ଯିବା ପାଇଁ ରାଜନୀତିକ କ୍ଲିୟରାନ୍ସ ପାଇ ନଥିବା ଦାବି କରିଛନ୍ତି। ସେ ଆମେରିକାରେ ଅଗଷ୍ଟ ୪ରୁ ୭ ଯାଏ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଦେଶର ବାଚସ୍ପତିଙ୍କ ବୈଠକରେ ଯୋଗଦେବାର ଥିଲା। ହେଲେ ଏଥିପାଇଁ ସାନ୍ଧୱାନଙ୍କୁ ଅନୁମତି ମିଳିନି।

ବିରୋଧୀ ଶାସିତ ହିମାଚଳ, କର୍ଣ୍ଣାଟକା ଓ କେରଳ ବିଧାନସଭା ବାଚସ୍ପତିଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣା ଯାଇଛି। କିନ୍ତୁ ମେଘାଳୟ ବାଚସ୍ପତିଙ୍କୁ ବିଦେଶ ଯିବାକୁ ଅନୁମତି ମିଳିଥିବା କୁହାଯାଉଛି।

Bhagwant Mann Punjab Politics Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe