Advertisment

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍

ଭଜନଲାଲ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଭଜନଲାଲ ଶର୍ମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Bhajan Lal Sharma

Bhajan Lal Sharma

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍। ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।ନିଜ ୫୬ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଜନଲାଲ ଶର୍ମା। 

Advertisment

ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ଛତିଶଗଡ଼ ଓ ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ । ସେମାନେ ହେଲେ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା । ରାଜ୍ୟପାଳ କାଲରାଜ ମିଶ୍ରା ୩ ଜଣଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।  ବାସୁଦେବ ଦେବନାନୀ ହେବେ ରାଜସ୍ଥାନ ବିଧାନସଭାର ବାଚସ୍ପତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ  ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।

Advertisment

ରାଜସ୍ଥାନର ଜୟପୁରସ୍ଥିତ ଐତିହାସିକ ଆଲବର୍ଟ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଆଜି ମଧ୍ୟାହ୍ନ ୧୨ଟାରେ ଆୟୋଜିତ ହେବ । ଏହି ଶପଥ ଗ୍ରହଣ ସମାରୋହରେ ବହୁ ଲୋକଙ୍କ ଆଗମନକୁ ଲକ୍ଷ୍ୟ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିସହ  ଆଲବର୍ଟ ହଲ୍‌ ଚାରିପଟେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।

ଭଜନଲାଲ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଭଜନଲାଲ ଶର୍ମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ ।

୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ  ଭଜନଲାଲ ଶର୍ମାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ ମିଳିଛି। ଫଳରେ ସେ ନିକଟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।  

୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ରହିଥିବା ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି।  ସେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ। ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।  

Rajasthan CM Oath Ceremony