Advertisment

ଭକ୍ତ ଦାସ ନୂଆ ପିସିସି ସଭାପତି

ଶରତ ପଟ୍ଟନାୟକ ଇସ୍ତଫା ଦେବା ପରଠୁ ଖାଲି ପଡ଼ିଥିଲା ପିସିସି ସଭାପତି ପଦ।

ଅଦ୍ୟତନ ହୋଇଛି
Bhakta Das

Bhakta Das

Advertisment

ରାଜ୍ୟ କଂଗ୍ରେସକୁ ମିଳିଲେ ନୂଆ ମୁଖିଆ। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ହୋଇଛନ୍ତି ନୂଆ ପିସିସି ସଭାପତି। ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ କରାଯାଇଥିବା ନେଇ ଆଜି ଏଆଇସିସି ପକ୍ଷରୁ ଦିଆଯାଇଛି ସୂଚନା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା।

Advertisment

ଭକ୍ତ ଦାସ ଜନତା ପାର୍ଟି ଟିକେଟରେ ୧୯୮୫ ମସିହାରେ ଭବାନୀପାଟଣା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ କଳାହାଣ୍ଡି ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସେ ସମତା ପାର୍ଟି ଟିକେଟ୍‌ରେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଆସନ ବିଜେପି କବଜାରେ ରହିଥିଲା। ୨୦୦୯ରେ ଭକ୍ତ ଚରଣ ଦାସ ତୃତୀୟ ଥର ପାଇଁ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେଥର ସେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ପରାସ୍ତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ସେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କ ପୁଅ ସଂଗ୍ରାମ ଚରଣ ଦାସ ଭବାନୀପାଟଣା ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

୬୭ ବର୍ଷୀୟ ଶ୍ରୀ ଦାସଙ୍କୁ ଗତ ସାଧାରଣ ନିର୍ବାଚନବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ୨୦୨୪ ମାର୍ଚ୍ଚରେ ଦାୟିତ୍ୱ ମିଳିଥିଲା। ଅବଶ୍ୟ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ସେ ନୈତିକତା ଦୃଷ୍ଟିରୁ ଜୁନ୍ ୧୦ତାରିଖରେ ଇସ୍ତଫା ଦେଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର, ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଶ୍ରୀ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ । ଶ୍ରୀ ଦାସଙ୍କ ନାଁ ଦୀର୍ଘଦିନ ଧରି ପିସିସି ସଭାପତି ଦୌଡ଼ରେ ଆଗରେ ରହିଥିଲା । 

Advertisment

ସମସ୍ତେ ସହଯୋଗ କରିବେ ବୋଲି ଆଶା

ପିସିସି ସଭାପତି ଦାୟିତ୍ୱ ମିଳିବା ପରେ ଭକ୍ତ ଚରଣ ଦାସ କହିଛନ୍ତି,  ତରୁଣ ଓ ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ୱ ଦେଇଛନ୍ତି। ସବୁ ଦାୟିତ୍ଷ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।

Congress Bhakta Das PCC President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe