Advertisment

ଭାଲୁ ବାହିନୀପତି ରୟାଲ୍‌ ଟାଇଗର, କୁତ୍ତା ହେବନି…

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ତାରା ଆଜି କହିଛନ୍ତି, ୨୦ ନୁହେଁ, ଜଣେ ମୁଖ୍ୟମନ୍ତ୍ରୀ ହେବେ। ସିଏ ଶରତ ପଟ୍ଟନାୟକ ହୁଅନ୍ତୁ ବା ବିଜୟ ପଟ୍ଟନାୟକ ହୁଅନ୍ତୁ। ବା ଅନ୍ୟ କେହି ହୁଅନ୍ତୁ ସେ ବିଷୟରେ କହିବାର ନାହିଁ।

ଅଦ୍ୟତନ ହୋଇଛି
Tara

Tara

Advertisment

ଭାଲୁ ବାହିନୀପତି ରୟାଲ୍‌ ଟାଇଗର। କୌଣସି ଦଳକୁ ଯିବନାହିଁ। ମୁଁ ଜଣେ ବାଘ, ରୟାଲ୍‌ ଟାଇଗର। ମୁଁ କୁତ୍ତା ହେବିନି। ସେର୍‌ ଭୋକା ମରଯାଏଗା, ଲେକିନ୍‌ ଘାସ୍‌ ନେହିଁ ଖାଏଗା। ଆଜି ଏମିତି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। କଂଗ୍ରେସର ୯ ବିଧାୟକ ବିଜେଡିରେ ମିଶିବା ମନ୍ତବ୍ୟ ଉପରେ ତାରା ଆଜି ଏପରି କହିଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ତାରା ଆଜି କହିଛନ୍ତି, ୨୦ ନୁହେଁ, ଜଣେ ମୁଖ୍ୟମନ୍ତ୍ରୀ ହେବେ। ସିଏ ଶରତ ପଟ୍ଟନାୟକ ହୁଅନ୍ତୁ ବା ବିଜୟ ପଟ୍ଟନାୟକ ହୁଅନ୍ତୁ। ବା ଅନ୍ୟ କେହି ହୁଅନ୍ତୁ ସେ ବିଷୟରେ କହିବାର ନାହିଁ। କିନ୍ତୁ ଦଳ ପ୍ରଥମେ ଆସିବା ଦରକାର। ସମସ୍ତେ ମିଳିତ ଭାବେ ବସିବା ଦରକାର। ସେଥିପାଇଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି। ସମସ୍ତଙ୍କୁ ଏକତ୍ରିତ କରି ବସାଇବାକୁ କହିଛି। ତା’ପରେ ଚିନ୍ତା କରିବ ୯ରୁ ୯୦ ନା ୨୫ରୁ ୫୦ ବିଧାୟକ ଆସିବେ ବୋଲି ତାରା କହିଛନ୍ତି।

ଗୋଷ୍ଠୀ ବିବାଦ ନେଇ ତାରା କହିଛନ୍ତି, ଗୋଷ୍ଠୀ ବିବାଦ ଯୋଗୁ କିଏ କେଉଁ ଦଳକୁ ଯିବାକୁ ଚାହୁଁଛନ୍ତି, ଏହା ସମ୍ପୂର୍ଣ୍ଣ ସତକଥା। ଆମର ଗୋଷ୍ଠୀ ବିବାଦ ରହିଛି। ଯଦି ଆପୋଷ ମିଳାମିଶା ଓ କଥାବାର୍ତ୍ତା ହୋଇଯିବେ, ତାହାହେଲେ ଆଉ ଗୋଷ୍ଠୀ ବିବାଦ ରହିବ ନାହିଁ ବୋଲି ସେ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, କିଛି ଦିନ ତଳେ କଂଗ୍ରେସ ବିଧାୟକ ମୋହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶର ଶୀର୍ଷକ ଥିଲା ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୋଗ’। ଏଥିରେ କଂଗ୍ରେସର କିଛି ପୂର୍ବତନ ବିଧାୟକ ଓ ଦଳ ଛାଡ଼ିଥିବା ନେତା ଯୋଗଦେଇ କଂଗ୍ରେସରେ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି କହିଥିଲେ। ଏହାଛଡ଼ା ବର୍ତ୍ତମାନ କଂଗ୍ରେସରେ ଥିବା ୯ ବିଧାୟକ ବିଜେଡିରେ ମିଶିବାକୁ ଅପେକ୍ଷା କରିଛନ୍ତି ସମାବେଶ ସାମିଲ ଥିବା ନେତାମାନେ କହିଥିଲେ।

Congress Tara Prasad Bahinipati Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe