Advertisment

ହେ ନବୀନ ଦେଖା ଦେ.... ଗୀତରେ ଷ୍ଟେଜ୍‌ରେ ଝୁମିଲେ ଭାଲୁ ଭାଇ

କଂଗ୍ରେସର ଜନ ଜାଗରଣ ସମାବେଶରେ କନ୍ଧମାଳ ଜିଲ୍ଲାର କୋଣେ ଅନୁକୋଣରୁ ଆସିଥିଲେ ନେତା ଓ କର୍ମୀ। ଭାଷଣବାଜି ସରିବା ପରେ ଫର୍ମକୁ ଫେରିଥିଲେ ଭାଲୁ ଭାଇ। ... ହେ ନବୀନ ଦେଖା ଦେ, ନହେଲେ ଜବାବ ଦେ... ଗୀତରେ ଷ୍ଟେଜ୍‌ରେ ନାଚିଲେ ତାରା।

ଅଦ୍ୟତନ ହୋଇଛି
Tara

Tara

Advertisment

ହେ ନବୀନ ଦେଖା ଦେ, ନହେଲେ ଜବାବ ଦେ...। ଏହି ଟ୍ରାକ୍‌ରେ ଷ୍ଟେଜ୍‌ରେ ଝୁମିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓରଫ ଭାଲୁ ଭାଇ। ଖାଲି ତାରା ନାହେଁ, ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ଓ ଅନ୍ୟମାନେ ହାତ ଧରାଧରି ନାଚିଲେ। ତାହା ପୁଣି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କ ଆଗରେ।

Advertisment

ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡାରେ କଂଗ୍ରେସ ଆୟୋଜନ କରିଥିଲା ଜନ ଜାଗରଣ ସଭା। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବସିଥିଲେ।

କଂଗ୍ରେସର ଜନ ଜାଗରଣ ସମାବେଶରେ କନ୍ଧମାଳ ଜିଲ୍ଲାର କୋଣେ ଅନୁକୋଣରୁ ଆସିଥିଲେ ନେତା ଓ କର୍ମୀ। ଭାଷଣବାଜି ସରିବା ପରେ ଫର୍ମକୁ ଫେରିଥିଲେ ଭାଲୁ ଭାଇ। ... ହେ ନବୀନ ଦେଖା ଦେ, ନହେଲେ ଜବାବ ଦେ... ଗୀତରେ ଷ୍ଟେଜ୍‌ରେ ନାଚିଲେ ତାରା। ଅନ୍ୟମାନଙ୍କୁ ନାଚିବା ପାଇଁ ଡାକି ଥିଲେ। ତା’ପରେ ଜଣେ ପରେ ଜଣେ ତାରାଙ୍କ ସହିତ ପାଦକୁ ପାଦ ଓ ହାତକୁ ହାତ ମିଳାଇଥିଲେ। ଆଉ ଝୁମିଥିଲେ। ସଭା ସମ୍ମୁଖରେ ବସିଥିବା ଶହଶହ କର୍ମୀଙ୍କୁ ଝୁମିବାକୁ ବାଧ୍ୟ କରିଥିଲା। ନାଚ ଯୋଗୁ ସଭାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

Advertisment
Congress Odisha Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe