Advertisment

ରାଜସ୍ଥାନରୁ ଆସିଲା ପ୍ରଥମ ବିଜୟ: ଭାରତ ଆଦିବାସୀ ପାର୍ଟି ମାରିଲା ବାଜି

ରାଜସ୍ଥାନ ବିଧାନସଭାର ୧୯୯ ଆସନ ମଧ୍ୟରୁ ବିଧିବଦ୍ଧ ଭାବେ ଗୋଟିଏ ଆସନର ରେଜଲ୍ଟ ନିର୍ବାଚନ କମିଶନ ସାର୍ବଜନୀନ କରିଛନ୍ତି।

author-image
Hemant Lenka
BJP

BJP

ଏକାଧିକ ରାଉଣ୍ଡର ଭୋଟ ଗଣତି ପରେ ରାଜସ୍ଥାନର ଚୌରାସି ଆସନର ରେଜଲ୍ଟ ପ୍ରକାଶ ପାଇଛି। ଏହି ଆସନରେ ଭାରତ ଆଦିବାସୀ ପାର୍ଟି(ବିଏପି) ପ୍ରାର୍ଥୀ ରାଜକୁମାର ରୋତ ଏଠାରେ ବିଜୟୀ ହୋଇଛନ୍ତି।

Advertisment

ରାଜସ୍ଥାନ ବିଧାନସଭାର ୧୯୯ ଆସନ ମଧ୍ୟରୁ ବିଧିବଦ୍ଧ ଭାବେ ଗୋଟିଏ ଆସନର ରେଜଲ୍ଟ ନିର୍ବାଚନ କମିଶନ ସାର୍ବଜନୀନ କରିଛନ୍ତି। ଏଠାରେ ବିଏପି ପ୍ରାର୍ଥୀ ରାଜକୁମାର କଂଗ୍ରେସ ଓ ବିଜେପିକୁ ମାତ ଦେବାକୁ ସକ୍ଷମ ହୋଇଛନ୍ତି। ରାଜ କୁମାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୬୯,୧୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କ ସପକ୍ଷରେ ମୋଟ ୧,୧୧,୧୫୦ ଖଣ୍ଡ ଭୋଟ ପଡ଼ିଛି।

ଅନ୍ୟପକ୍ଷରେ ରାଜସ୍ଥାନର ମୋଟ ୧୯୯ ବିଧାନସଭା ଆସନରୁ ବିଜେପି ୧୦୯ ଆସନରଆ ଲିଡ କରୁଥିବା ବେଳେ କଂଗ୍ରେସ ୭୪ ଓ ଅନ୍ୟାନ୍ୟ ଦଳ ୧୬ଟି ଆସନରେ ଆଗରେ ରହିଛନ୍ତି।

Advertisment
Election Election Results