Advertisment

ଜି-୨୦ ସମ୍ମିଳନୀ: ସଜେଇ ହେଲାଣି ଭାରତ ମଣ୍ଡପମ୍‌, ଅତିଥି ଖାଇବେ ମାଣ୍ଡିଆ କେକ୍‌

ଅତିଥିମାନେ ଜଅ ଏବଂ ବାଜରାରେ ତିଆରି ଖାଦ୍ୟପେୟର ମଜା ଉଠାଇପାରିବେ। ଅତିଥିଙ୍କୁ ବିଭିନ୍ନ ପ୍ରକାରର ଡ୍ରାଏ ଫ୍ରୁଟ୍ସ ସହ ମାଣ୍ଡିଆରେ ପ୍ରସ୍ତୁତ କେକ୍ ପରସାଯିବ ।

Bharat Mandapam

Bharat Mandapam

Advertisment

ଜି-୨୦ ସମ୍ମିଳନୀ ଲାଗି ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ। ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚତୁଃର୍ଦିଗକୁ ସଫାସୁତରା କରାଯାଉଛି। ସେହିପରି ରାସ୍ତାକଡ଼ ପ୍ରାଚୀରକୁ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି।

Advertisment

ଭାରତ ମଣ୍ଡପମ୍ ପରିସରରେ ସଭାସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନକୁ ସବୁ ଡଗସ୍କ୍ୱାଡ୍ ଏବଂ ବମସ୍କ୍ୱାଡ୍ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ ମଧ୍ୟ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ମିଡିଆ ସେଣ୍ଟର ବୁଲି ଦେଖିଛନ୍ତି। ଜି-୨୦ ସମ୍ମିଳନୀ ପୂର୍ବରୁ ଇଣ୍ଟରନାସନାଲ ମିଡିଆ ସେଣ୍ଟରର ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅପରପକ୍ଷେ, ଦିଲ୍ଲୀର ନାମିଦାମୀ ଷ୍ଟାର୍ ହୋଟେଲଗୁଡିକରେ ମଧ୍ୟ ଦେଖାଦେଲାଣି ପ୍ରବଳ ଉତ୍ସାହ। ଦେଶ ବିଦେଶରୁ ଆସିବାକୁ ଥିବା ଅତିଥିଙ୍କ ପାଇଁ ହୋଟେଲ୍‌ଗୁଡିକୁ ସଜାଯିବା ସହିତ ଭଳିକି ଭଳି ଆଇଟମ୍‌ ପ୍ରସ୍ତୁତ କରାଯାଉଛି।

Advertisment

ବିଶେଷ କରି ୟୁନାଇଟେଡ୍ ନେସନ ୨୦୨୩ ମସିହାକୁ ଇଣ୍ଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ୍ ବୋଲି ଘୋଷଣା ପରେ ଏବେ ମାଣ୍ଡିଆରେ ପ୍ରସ୍ତୁତ ଆଇଟମକୁ ବିଦେଶୀ ଅତିଥିଙ୍କୁ ପରସିବାକୁ ପ୍ରସ୍ତୁତି ଚାଲିଛି। ଖାଲି ସେତିକି ନୁହେଁ, ଅତିଥିମାନେ ଜଅ ଏବଂ ବାଜରାରେ ତିଆରି ଖାଦ୍ୟପେୟର ମଧ୍ୟ ମଜା ଉଠାଇପାରିବେ। ଅତିଥିଙ୍କ ଲାଗି ବିଭିନ୍ନ ପ୍ରକାରର ଡ୍ରାଏ ଫ୍ରୁଟ୍ସ ସହ ମାଣ୍ଡିଆରେ ପ୍ରସ୍ତୁତ କେକ୍ ରଖାଯାଇଛି ।

Delhi G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe