Advertisment

ମଣିପୁର ଗଲେ ରାହୁଲ, ଆଜିଠୁ 'ଭାରତ ଯୋଡୋ ନ୍ୟାୟ ଯାତ୍ରା'

ଆଜି ମଧ୍ୟାହ୍ନରେ ‘ଖୋଙ୍ଗଜୋମ୍‌ ଯୁଦ୍ଧ ସ୍ମାରକୀ’ରେ ଶ୍ରଦ୍ଧାଞ୍ଜଳି ଦେଇ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରାଯିବ।

author-image
Madhupriya Mistry
Congress Leader

Congress Leader

ଆଜି ମଣିପୁରର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଆରମ୍ଭ ହେଉଛି। ଏଥିପାଇଁ ରାହୁଲ ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ସ୍ୱତନ୍ତ୍ର ଇଣ୍ଡିଗୋ ବିମାନ ଯୋଗ ଇମ୍ଫାଲ ଅଭିମୁଖେ ଯାତ୍ରା କରିଛନ୍ତି। ଏହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋରେ ବିମାନ ଭିତରେ ସମସ୍ତ କଂଗ୍ରେସ ନେତା ବସିଥିବା ନଜର ଆସିଛନ୍ତି।

Advertisment

ଏହାପୂର୍ବରୁ ଦିଲ୍ଲୀରେ ଘନ କୁହୁଡି ଯୋଗୁ ବିମାନ ଉଡାଣରେ ବିଳମ୍ବ ହୋଇଥିଲା। ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସ ନେତାମାନେ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସ୍ଥିତି ସ୍ୱାଭାବିକ ହେବା ପରେ ସକାଳ ସାଢ଼େ ୧୧ଟାରେ କଂଗ୍ରେସ ନେତାମାନେ ଇମ୍ଫାଲ ଅଭିମୁଖେ ଉଡାଣ ଭରିଛନ୍ତି।

ଆଜି ମଧ୍ୟାହ୍ନରେ ‘ଖୋଙ୍ଗଜୋମ୍‌ ଯୁଦ୍ଧ ସ୍ମାରକୀ’ରେ ଶ୍ରଦ୍ଧାଞ୍ଜଳି ଦେଇ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରାଯିବ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ମଣିପୁରର ଶୀର୍ଷ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ସବୁଜ ପତାକା ଦେଖାଇ ଆରମ୍ଭ କରାଯିବ। ସନ୍ଧ୍ୟା ୫.୩୦ରେ ଇମ୍ଫାଲର କୋଇରେଙ୍ଗେଇ ବଜାରରେ ରାତ୍ର ରହଣି ହେବ। ସେକମାଇରେ ଥିବା ‘କୌଜେଙ୍ଗଗ୍ଲେଇମା ସ୍ପୋର୍ଟସ୍‌ ଆସୋସିଏସନ୍‌ ଫୁଟ୍‌ବଲ୍‌ ଗ୍ରାଉଣ୍ଡ୍‌’ରେ ନେତାମାନେ ରତିରେ ରହିବେ।

Advertisment

ପୂର୍ବରୁ ଏହି ଯାତ୍ରା ସେଣ୍ଟ୍ରାଲ ଇମ୍ଫାଲରୁ ଆରମ୍ଭ ହେବାର ଥିଲା। କିନ୍ତୁ ମଣିପୁରରେ ଜାରି ରହିଥିବା ହିଂସା ଯୋଗୁ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂହ କଂଗ୍ରେସକୁ ଅନୁମତି ଦେଇନଥିଲେ। ତେଣୁ ଇମ୍ଫାଲ ଠାରୁ ୨୫ କିଲୋମିଟର ଦୂରରେ ଥିବା ଥୋବାଲ ଜିଲ୍ଲା ଠାରୁ କଂଗ୍ରେସ ନିଜର ନ୍ୟାୟ ଯାତ୍ରା ଆରମ୍ଭ କରିବ।

୬,୭୦୦ କିଲୋମିଟର୍‌ ବିଶିଷ୍ଟ ଏହି ୬୭ ଦିନରେ ଯାତ୍ରା ଦେଶର ୧୧୦ଟି ଜିଲ୍ଲା ମଧ୍ୟ ଦେଇ ଯିବ। ଉତ୍ତରପୂର୍ବ ରାଜ୍ୟରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଉତ୍ତର ଓ କେନ୍ଦ୍ରୀୟ ଭାରତ ଦେଇ ମାର୍ଚ୍ଚ ୨୦ ତାରିଖ ଦିନ ମହାରାଷ୍ଟ୍ରରେ ଶେଷ ହେବ। ରାହୁଲ ଗାନ୍ଧୀ ୬୦ରୁ ୭୦ କଂଗ୍ରେସ ନେତାଙ୍କ ସହ ବସ୍ ଯୋଗେ ଏହି ଦୂରତା ଅତିକ୍ରମ କରିବେ। କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପଦଯାତ୍ରା କରିବ କଂଗ୍ରେସ।

Congress Manipur Bharat Jodo Nyay Jatra