ନିକଟରେ ସରିଛି ଜି-୨୦ ଶିଖର ସମ୍ମିଳନୀ। ଅଷ୍ଟଦଶ ସଂସ୍କରଣରେ ପ୍ରଥମ କରି ଅଧ୍ୟକ୍ଷତା କରିଥିବା ଭାରତ ପାଇଁ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା। ତେବେ ସମ୍ମିଳନୀ ଉଦଯାପନ ପରେ ପୁଣି ସେ ବିଷୟରେ ଆଲୋଚନାକୁ ନେଇ ମନରେ ପ୍ରଶ୍ନ ସୃଷ୍ଟି ହେଉଥିବ ନିଶ୍ଚୟ? ବାସ୍ତବରେ, ଏ ବିଷୟରେ ଆଲୋଚନା କରିବାରେ ଏକ ବିଶେଷ କାରଣ ବି ରହିଛି...
ଖବର ଅନୁସାରେ ସମ୍ମିଳନୀକୁ ଆସିଥିବା ବିଶ୍ୱର ରାଷ୍ଟ୍ରମୁଖ୍ୟମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏକ ପୁସ୍ତକ ଉପହାର ଦିଆଯାଇଛି। ଯେଉଁ ପୁସ୍ତକର ନାମ ରହିଛି 'ଭାରତ: ମଦର ଅଫ୍ ଡେମୋକ୍ରାସି'। ଏହି ପୁସ୍ତକରେ ଭାରତୀୟ ଗଣତାନ୍ତ୍ରିକ ନୈତିକତାର ମୂଳ ଚିତ୍ର ରହିଛି। ପୁସ୍ତକରେ ଭାରତର ଗତ ୮୦୦୦ ବର୍ଷର ଗୌରବମୟ ଇତିହାସ ରହିଛି। ତେବେ, କୌତୁହଳର ବିଷୟ ହେଉଛି କି, ଏଥିରେ ମୋଗଲ ଏବଂ ବ୍ରିଟିଶ ଶାସନ ବିଷୟରେ କୌଣସି ଉଲ୍ଲେଖ ନଥିବା ଚର୍ଚ୍ଚା ହେଉଥିଲା। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରାଯାଉଥିଲା। କିନ୍ତୁ ପୁସ୍ତକର ୩୮ନଂ ପୃଷ୍ଠାରେ ମୋଗଲ ରାଜା ଆକବରଙ୍କ ଶାସନକୁ ପ୍ରଶଂସା କରାଯାଇଛି। ପୁସ୍ତକରେ କଣ ସବୁ ଉଲ୍ଲେଖ ରହିଛି, ଜାଣନ୍ତୁ...
This booklet was given to dignitaries of G20
Title is :
Bharat - The mother of democracy
It contains glorious history of Bharat of last 8000 years
No Mughals, No British
Only Real Bhartiya Kings
Just swipe to turn pages
An excellent piece of workhttps://t.co/Nq9XP7kGpj pic.twitter.com/AdH338abil— STAR Boy (@Starboy2079) September 12, 2023
କ’ଣ ରହିଛି ବହିରେ?
'ଭାରତ: ମଦର ଅଫ୍ ଡେମୋକ୍ରାସି'ରେ ଆର୍ଯ୍ୟାବର୍ତ୍ତର ରାଜାମାନଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ସମସ୍ତ ଭାରତୀୟ ରାଜା ଏବଂ ସେମାନଙ୍କ ଶାସନ ପ୍ରଣାଳୀ ବାବଦରେ ଉଲ୍ଲେଖ କରାଯାଇଛି। ବେଦ କଥା ମଧ୍ୟ ଉଲ୍ଲେଖ ରହିଛି। ଗୌତମ ବୁଦ୍ଧଙ୍କଠାରୁ ଆରମ୍ଭ କରି ଚାଣକ୍ୟଙ୍କ ପର୍ଯ୍ୟନ୍ତ ଇତିହାସର ସବୁ ଅଧ୍ୟାୟ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଏଥିସହ ପୁସ୍ତକର ୩୮ନଂ ପୃଷ୍ଠାରେ ମୋଗଲ ରାଜା ଆକବରଙ୍କୁ ପ୍ରଶଂସା କରାଯାଇଛି।
ସୂଚନାନୁସାରେ, ଅତିଥିମାନଙ୍କୁ ପୁସ୍ତକ ଦେବା ପୂର୍ବରୁ ସଂସ୍କୃତି ମନ୍ତ୍ରଣାଳୟ ୮-୧୦ ସେପ୍ଟେମ୍ବର ମଧ୍ୟରେ ଜି-୨୦ ସମ୍ମିଳନୀ ପାଇଁ ITPO(ଇଣ୍ଡିଆନ୍ ଟ୍ରେଡ୍ ପ୍ରୋମୋସନ୍ ଅର୍ଗାନାଇଜେସନ୍) ହଲ୍ ନମ୍ବର ୧୪ରେ 'ଭାରତ: ମଦର ଅଫ୍ ଡେମୋକ୍ରାସି' ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରିଥିଲା। ଏଥିରେ ଆମ ଦେଶର ଗଣତାନ୍ତ୍ରିକ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା।
ଏହି ପୁସ୍ତକରେ ଭାରତର ଇତିହାସଠାରୁ ଆରମ୍ଭ କରି ସମ୍ବିଧାନ ଏବଂ ରାଜୀବ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଶାସନ ବ୍ୟବସ୍ଥା ସବୁକିଛି ବର୍ଣ୍ଣନା କରାଯାଇଥିଲା। ଏଥିରେ ଆଧୁନିକ ଭାରତରେ ନିର୍ବାଚନ, କୃଷ୍ଣ ଦେବ ରାୟ ଏବଂ ଜୈନ ଧର୍ମ ସମେତ ଅନ୍ୟ ଧର୍ମ ବାବଦରେ ଆଲୋଚନା କରାଯାଇଛି। ଭାରତରେ ଗଣତନ୍ତ୍ର ଏକ ପୁରୁଣା ଧାରଣା ବୋଲି ଏଥିରେ ଉଲ୍ଲେଖ ହୋଇଛି।
ଭାରତୀୟ ନୈତିକତା ଅନୁଯାୟୀ ଗଣତନ୍ତ୍ର ସମାଜରେ ସ୍ୱତନ୍ତ୍ରତା, ସ୍ୱୀକାରୋକ୍ତି, ସମାନତା ଏବଂ ଅନ୍ତର୍ଭୂକ୍ତିର ମୂଲ୍ୟବୋଧକୁ ଅନ୍ତର୍ଭୁକ୍ତ କରେ ଏବଂ ଏହାର ସାଧାରଣ ନାଗରିକମାନଙ୍କୁ ଏକ ଗୁଣାତ୍ମକ ତଥା ସମ୍ମାନଜନକ ଜୀବନଯାପନ କରିବାକୁ ଅନୁମତି ଦିଏ ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି।
ଏଥିରେ ଆହୁରି ବର୍ଣ୍ଣନା କରାଯାଇଛି ଯେ, ଋଗ ବେଦ ଏବଂ ଅଥର୍ବ ବେଦ ସବୁଠୁ ପ୍ରଥମେ ଉପଲବ୍ଧ ହୋଇଥିବା ପବିତ୍ର ଗ୍ରନ୍ଥ, ଏହା ସମିତି ଏବଂ ସଂସଦ ଭଳି ସହଭାଗୀ ସଂସ୍ଥାକୁ ଉଲ୍ଲେଖ କରେ, ଯାହାର ଅନ୍ତିମ ଶବ୍ଦ ଏବେ ବି ଆମ ସଂସଦକୁ ସୂଚିତ କରୁଛି। ଏହି ଭୂମିର ମହାନ ମହାକାବ୍ୟ ରାମାୟଣ ଏବଂ ମହାଭାରତ ଲୋକଙ୍କୁ ନିର୍ଣ୍ଣୟ ନେବାର ଜ୍ଞାନ ଦିଏ। ଏହା ଭାରତୀୟ ପାଠ୍ୟ ପୁସ୍ତକରେ ମଧ୍ୟ ଉଲ୍ଲେଖ କରାଯାଇଛି। ସେଥିରୁ ବୁଝାଯାଏ ଯେ, ଶାସନ କରିବାର ଅଧିକାର ଯୋଗ୍ୟତା ଏବଂ ଜନତାଙ୍କ ସହମତି ମାଧ୍ୟମରେ ଅର୍ଜନ କରାଯାଇଥାଏ, ଏହା ବଂଶଗତ ନୁହେଁ।
ପରିଷଦ ଏବଂ କମିଟି ପରି ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନରେ ଭୋଟରଙ୍କ ବୈଧତା ଉପରେ କ୍ରମାଗତ ଭାବରେ ଆଲୋଚନା କରାଯାଇଛି। ଭାରତୀୟ ଗଣତନ୍ତ୍ର ପ୍ରକୃତରେ ସତ୍ୟତା, ସହଯୋଗ, ଶାନ୍ତି, ସହାନୁଭୂତି ଏବଂ ଲୋକଙ୍କ ସାମୂହିକ ଶକ୍ତିର ଏକ ଉତ୍ସବପୂର୍ଣ୍ଣ ଉଦ୍ଦେଶ୍ୟ। ପ୍ରକାଶ ଥାଉ କି, ଏହି ପୁସ୍ତକ ଅନଲାଇନ୍ ଜରିଆରେ ମଧ୍ୟ ଉପଲବ୍ଧ।