Advertisment

ଆପ୍‌ ନେତାଙ୍କ ଚ୍ୟାଲେଞ୍ଜ: ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ଲଣ୍ଡା ହେବେ

ତାଙ୍କ କହିବା କଥା ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଯିବେ, ତା’ହେଲେ ସେ ଲଣ୍ତା ହୋଇ ବୁଲିବେ।

AAP

AAP

Advertisment

ସାଧାରଣ ନିର୍ବାଚନ ପାଇଁ ଆଜି ଭୋଟିଂ ଶେଷ ହେବା ପରେ ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି। ପ୍ରାୟ ସମସ୍ତ ସଂସ୍ଥା ବିଜେପି ପୁଣି କ୍ଷମତାକୁ ଆସିବ ବୋଲି ଆକଳନ କରିଛନ୍ତି। ଏହାର ଅର୍ଥ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଏକଜିଟ ପୋଲରେ ପୂର୍ବାନୁମାନ କରାଯାଇଛି।

Advertisment

କିନ୍ତୁ ଏପରି ଏକଜିଟ ପୋଲକୁ ଗ୍ରହଣ କରି ନାହାନ୍ତି ଆପ୍‌ ନେତା ସୋମାନାଥ ଭାରତୀ। ନୂଆଦିଲ୍ଲୀରୁ ଆପ୍‌ ଟିକେଟରେ ନିର୍ବାଚନ ଲଢ଼ୁଥିବା ସୋମାନାଥ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ତାଙ୍କ କହିବା କଥା ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଯିବେ, ତା’ହେଲେ ସେ ଲଣ୍ତା ହୋଇ ବୁଲିବେ।

Advertisment

ସେ କହିଛନ୍ତି, “ଯଦି ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ, ତା’ହେଲେ ମୁଁ ଲଣ୍ଡା ହେବି। ମୋ କଥାକୁ ସମସ୍ତେ ମନେରଖନ୍ତୁ। ସମସ୍ତ ଏକଜିଟ ପୋଲ ୪ ଜୁନ (ଭୋଟ ଗଣତି)ରେ ଭୁଲ ପ୍ରମାଣିତ ହେବ।

ମୋଦିଜୀ କେବେ ହେଲେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋପାରିବେ ନାହିଁ। ସେହିପରି ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନ ଇଣ୍ଡିଆ ମେଣ୍ଟ ପାଖକୁ ଯିବ।

ମୋଦିଙ୍କ ଭୟରେ ଏକଜିଟ ପୋଲ ତାଙ୍କ ପରାଜୟକୁ ଦେଖାଇ ନାହିଁ। ତଥାପି ଆମକୁ ପ୍ରକୃତ ରେଜଲ୍ଟକୁ ଅର୍ଥାତ ୪ ଜୁନକୁ ଅପେକ୍ଷା କରିବାକୁ ପଡ଼ିବ। ଲୋକମାନେ ବିପୁଳ ମାତ୍ରାରେ ବିଜେପି ବିରୋଧରେ ଭୋଟ କରିଛନ୍ତି।”

AAP Lok Sabha Election 2024 Exit Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe