Advertisment

ଉତ୍କଟ ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ଭର୍ତ୍ତୃହରି

ବର୍ତ୍ତମାନ ସୁଦ୍ଧା ବୈଶାଖ ମାସ ଆରମ୍ଭ ହୋଇନି। ବୈଶାଖ ମାସ ଆରମ୍ଭ ହେବାକୁ ଆହୁରି ୫ରୁ ୭ ଦିନ ବାକି ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଜଳ ଉପରେ ପ୍ରଥମେ ଅଧିକାର କାହାର ରହିଛି?

author-image
Manoranjan Sial
BJP

BJP

ବୈଶାଖ ମାସ ଆସିନି। ହେଲେ ରାଜ୍ୟରେ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା। ଏହାକୁ ଦେଇ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଭର୍ତ୍ତୃହରି ଖାଲି ସମାଲୋଚନା କରିନାହାନ୍ତି, ରାଜ୍ୟ ସରକାରଙ୍କ ପୋଲ୍‌ ମଧ୍ୟ ଖୋଲିଛନ୍ତି। ପାନୀୟ ଜଳ ଯୋଗାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ସେଥିରୁ କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, ତାହାର ଗୋଟି ଗୋଟି ହିସାବ ଦେଇଛନ୍ତି ଭର୍ତ୍ତୃହରି।

Advertisment

ଭର୍ତ୍ତୃହରି ମହତାବ କହିଛନ୍ତି, ଦକ୍ଷିଣ ଓଡ଼ିଶାରେ ୪ଟି ନଦୀ ଶୁଖି ଯାଇଛି। ମହାନଦୀ ପାଣି ପିଇବା ଯୋଗ୍ୟ ହୋଇ ରହିନାହିଁ। ଆଗରୁ ଆମେ ଶୁଣୁଥିଲେ ଯେଉଁଠି ସହର ରହିଛି, ସେଠାକାର ପାଣି ପିଇବା ଯୋଗ୍ୟ ନୁହେଁ। କିନ୍ତୁ ଆଜି ମହାନଦୀ ଶଯ୍ୟାରେ ଯେଉଁ ୨ଟି ଜଳଭଣ୍ଡାର କରାଯାଛି, ସେଠାରେ ଜଳ ସ୍ତର କମି ଯାଇଛି। ସେହି ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ଭର୍ତ୍ତୃହରି କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବୈଶାଖ ମାସ ଆରମ୍ଭ ହୋଇନି। ବୈଶାଖ ମାସ ଆରମ୍ଭ ହେବାକୁ ଆହୁରି ୫ରୁ ୭ ଦିନ ବାକି ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଜଳ ଉପରେ ପ୍ରଥମେ ଅଧିକାର କାହାର ରହିଛି? କ’ଣ ପାଇଁ ଜଳ ବ୍ୟବହାର ହୁଏ? ଆମେ ସମସ୍ତେ ଜାଣିଛନ୍ତି ଜଳକୁ ପାନୀୟ ରୂପେ ବ୍ୟବହାର କରାଯାଏ। ତା’ପରେ ଜମି ଓ ଶିଳ୍ପକୁ ଜଳ ଯୋଗାଇବା ପାଇଁ ପ୍ରାଥମିକତା ଦେଇପାରିବେ ସରକାର। କିନ୍ତୁ ଦୁଃଖର ସହ କହିବାକୁ ଚାହୁଁଛି, ଆଜି ଶିଳ୍ପ ପାଇଁ ଯେତେ ପ୍ରାଧାନ୍ୟ ଦିଆଯାଉଛି ଓ ଶିଳ୍ପକୁ ଯେତେ ପାଣି ଦିଆଯାଉଛି, ସେହି ହିସାବରେ ଚାଷ ଏବଂ ପିଇବା ପାଇଁ ଯୋଗାଇ ଦିଆଯାଉନି। ଏନେଇ ବାରମ୍ୱାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ରାଜ୍ୟ ସରକାର ଧ୍ୟାନ ଦେଉନାହାନ୍ତି ବୋଲି ଭର୍ତ୍ତୃହରି କହିଛନ୍ତି।

Advertisment

ଭର୍ତ୍ତୃହରି ଆହୁରି କହିଛନ୍ତି, ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାର ହରଘର ନଲ୍‌ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ଗତ ୫ ବର୍ଷରେ କେନ୍ଦ୍ର ସରକାର ୧୦ ହଜାରରୁ ଅଧିକ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ହେଲେ ଏହା ଭିତରେ ସିଏଜି ଦେଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଇଛନ୍ତି, ଏହି ଯୋଜନାରେ ୮୨୪ କୋଟି ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିଛନ୍ତି। ଯେଉଁଠି ୫ ବର୍ଷରେ ୧୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି, ସେଠି ୮୨୪ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରିଛନ୍ତି। ଇଏ ହେଉଛି ରାଜ୍ୟ ସରକାରଙ୍କ ଉପବ୍ଧିତା। ଏହାକୁ ନେଇ ଶାସକ ଦଳ ଲୋକଙ୍କ ପାଖକୁ ଯାଉଛି। ମହାନଦୀ ଉଭୟ ପାର୍ଶ୍ୱରେ ବସବାସ କରୁଥିବା କଟକବାସୀ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ସେହି ମହାନଦୀକୁ ମାଆ ବୋଲି ସମ୍ୱୋଧନ କରିଥିଲେ। ମହାନଦୀର ସୁରକ୍ଷା ଆମର ସଂକଳ୍ପ ବୋଲି ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ମହାନଦୀର ଜଳକୁ ବ୍ୟବହାର ଉପଯୋଗି କରିପାରିଲୁ ନାହିଁ। ଏହାଛଡ଼ା ନଦୀ ଶଯ୍ୟାରେ ସେହି ପରିମାଣର ଜଳ ଭଣ୍ଡାର ତିଆରି କରିପାରିଲୁ ନାହିଁ ବୋଲି ଆଜି ଜଳ ଉତ୍କଟ ହୋଇଛି। ଜଳ ସମସ୍ୟା କେବଳ କଟକର ନୁହେଁ, ସମଗ୍ର ଓଡ଼ିଶାରେ ଦେଖାଦେଇଛି ବୋଲି ଶ୍ରୀ ମହତାବ କହିଛନ୍ତି।

BjD Bjp Cuttack Loksabha Election