Advertisment

ଲୋକସଭା ଲଢ଼ିବା ପାଇଁ ଦେବାଶିଷଙ୍କୁ ଆହ୍ୱାନ ଦେଲେ ଭର୍ତ୍ତୃହରି

ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଯିଏ ଯେଭଳି ଦେଖିବ। ତାକୁ ସେଭଳି ଦିଶିବ ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
Bhartruhari Mahtab

Bhartruhari Mahtab

Advertisment

ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଲୋକସଭା ଲଢ଼ିବାକୁ ଆହ୍ୱାନ ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକସଭା ଲଢ଼ନ୍ତୁ ବୋଲି କହିଛନ୍ତି। କଟକରେ ହୋଲି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏପରି କହିଛନ୍ତି।

Advertisment

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଭର୍ତ୍ତୃହରି ମହତାବ କହିଛନ୍ତି, ଚୌଦ୍ୱାର-କଟକରେ ତ ସୌଭିକ ବିଶ୍ୱାଳ ଜିତିଲେ। ସେଠାରେ ସିଏ ଜିତିଲେ, ଏଠାରେ ଇଏ କାହିଁକି ହାରିଗଲେ? ତାଙ୍କର ଯଦି ଏତେ ଲୋକପ୍ରିୟତା ଅଛି, ତାହାହେଲେ ଏଥର ଲୋକସଭା ଲଢ଼ନ୍ତୁ। ମୁଁ ତ ଆଉ ଏଥର ବିଜେଡିରୁ ପ୍ରାର୍ଥୀ ହେଉନି। ସେ ଲଢ଼ନ୍ତୁ ଏଥର। ମୁଁ ଲଢ଼ିବି କି ନଲଢ଼ିବି, ଯେଉଁ ଦଳରେ ଜଏନ୍‌ କରିବି ତା ଉପରେ ନିର୍ଭର କରେ ବୋଲି ଭର୍ତ୍ତୃହରି କହିଛନ୍ତି।

ସେପଟେ ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଯିଏ ଯେଭଳି ଦେଖିବ। ତାକୁ ସେଭଳି ଦିଶିବ ବୋଲି ସେ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ପରେ କଡ଼ା ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଭର୍ତ୍ତୃହରିଙ୍କ ପାଇଁ ସେ ହାରିଯାଇଥିବା ଦେବାଶିଷ କହିଥିଲେ। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି।

Holi Cuttack BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe