Advertisment

ନାଁ ନନେଇ ଧୋଇଲେ ଭର୍ତ୍ତୃହରି; କହିଲେ- ପାପ ଶକ୍ତି ବିରୋଧରେ ଲଢ଼ିବାକୁ ଯାଉଛି

‘୨୦୦୪ ପରଠାରୁ ତାହା ଦୁଇ ଜଣଙ୍କ ଭିତରେ ସୀମିତ ହୋଇଗଲା। ୨୦୧୯ରେ ଯିଏ ନେତା ଥିଲେ, ସିଏ ନେତା ହୋଇ ଆଉ ଦଳ ସଞ୍ଚାଳନ କଲେନି। ଆଜି ନିଷ୍ପତ୍ତି ଆଉ ଜଣେ ତାଙ୍କର କା’ ହିସାବରେ କରୁଛନ୍ତି। ସେଠି ଆଉ ଦଳ କାହିଁ?’

Bhartruhari Mahtab

Bhartruhari Mahtab

Advertisment

ବିଜେଡି ସୁପ୍ରିମୋ ଓ ତଥା କଥିତ ଦ୍ୱିତୀୟ କ୍ଷମତା କେନ୍ଦ୍ର। କାହାରି ନାଁ ନେଲେନି। କିନ୍ତୁ ବହେ ଧୋଇଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ନିଜ ମନ ଭିତରେ ପୁଞ୍ଜିଭୂତ ହୋଇ ରହିଥିବା ସବୁ ଅସନ୍ତୋଷକୁ ଆଜି ଗଣମାଧ୍ୟମ ସମ୍ମୁଖରେ ଝାଡ଼ି ଦେଲେ। ଆଉ କହିଲେ, ପାପ ଶକ୍ତି ବିରୋଧରେ ଲଢ଼ିବାକୁ ଯାଉଛି। ଧର୍ମକୁ ଆୟୁଧ କରି ସେତୁବନ୍ଧ ବାନ୍ଧି ଲଙ୍କା ଜୟ କରିବାର ଅଛି।

Advertisment

ନୂଆଦିଲ୍ଲୀରେ ବିଜେପିରେ ମିଶିବା ପରେ ଶ୍ରୀ ମହତାବ ଓଟିଭିକୁ କହିଛନ୍ତି, ପାପ ଶକ୍ତି ବିରୋଧରେ ଲଢ଼ିବାକୁ ଯାଉଛି। ସେହି ପାପ ଶକ୍ତି ବିରୋଧରେ ଲଢ଼ିବାର ଏକ ମାତ୍ର ଆୟୁଧ ହେଉଛି ଧର୍ମ ଓ ନ୍ୟାୟ। ଆଉ ତାକୁ ଆୟୁଧ କରି ସମୁଦ୍ରରେ ସେତୁ ବନ୍ଧ ବାନ୍ଧିବାର ଅଛି ଏବଂ ଲଙ୍କା ଜୟ କରିବାର ରହିଛି। ମାତା ସୀତାଙ୍କୁ ଉଦ୍ଧାର କରିବାର ରହିଛି। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ମାତା ସୀତା କିଏ? ମାତା ସୀତା ହେଉଛନ୍ତି ଓଡ଼ିଶାର ଅସ୍ମିତା। ଯେଉଁ ଅସ୍ମିତା ଆଜି କ୍ଷମତାର ବଳୟ ଭିତରେ ବନ୍ଦୀ ହୋଇଛି ବୋଲି ଶ୍ରୀ ମହତାବ କହିଛନ୍ତି।

ଓଡ଼ିଶାର ଅସ୍ମିତା କ’ଣ ସଙ୍କଟରେ ପ୍ରଶ୍ନରେ ଶ୍ରୀ ମହତାବ କହିଲେ, ଓଡ଼ିଶାର ଅସ୍ମିତା କେବଳ ସଙ୍କଟରେ ନୁହେଁ, ସିଏ ଆଜି ବନ୍ଦୀ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କୁ ପଚାରନ୍ତୁ ଓଡ଼ିଶାର ଅସ୍ମିତା କ’ଣ? ଓଡ଼ିଆଙ୍କ ଅସ୍ମିତା କ’ଣ? ଅସ୍ମିତା ହେଉଛି ଆମେ ଯାହାକୁ ନେଇ ଗର୍ବ ଅନୁଭବ କରିବା କଥା। ଯେଉଁଠି ଉତ୍କଳ କେଶରୀ ହରେକୃଷ୍ଣ ମହାତବଙ୍କୁ ହରେକୃଷ୍ଣ ମହାନ୍ତି କୁହାଯାଉଛି, ସେଠି ଆଉ କେତେ କେତେ ଜଣଙ୍କ ନାଁ କହିବି? ତା’ହେଲେ ସେ ଭାଷା ସମ୍ମିଳନୀର ମାନେ କ’ଣ ଅଛି? ଯେଉଁଠି ଭାଷଣ ପଢ଼ିଲା ବେଳେ ‘କାନ୍ତକବି’ ‘କଣ୍ଠକବି’ ହେଇଯାଉଛି। ସେହି ସବୁ ସମ୍ମିଳନୀର ଉଦ୍ଦେଶ୍ୟ କ’ଣ? ଆମର ମନିଷୀ ଓ ସାହିତ୍ୟିକଙ୍କୁ କ’ଣ ତାଚ୍ଛଲ୍ୟ କରିବା? ଦୁଇ ଦିନ ତଳେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-ବେସିକ ସାଇନ୍ସ ରାସ୍ତାରେ ଗଲା ବେଳେ ଦେଖିଲି କିଛି ପ୍ରତିମୂର୍ତ୍ତି। ସେହି ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱ ଅଳିଆ ଆବର୍ଜନା ଓ ଘାସରେ ଭର୍ତ୍ତି ହୋଇଛି। ମୂର୍ତ୍ତି ବସାଇଦେଇ ତା’ ତଳେ ନିଜ ନାଁ ଲେଖି ଦେବାଟା କ’ଣ ଓଡ଼ିଆ ଅସ୍ମିତା? ଏସବୁ ପୁଞ୍ଜିଭୂତ କ୍ରୋଧ ଓଡ଼ିଶାବାସୀଙ୍କ ମନରେ ରହିଛି ବୋଲି ଶ୍ରୀ ମହତାବ କହିଛନ୍ତି।

Advertisment

ଆଜି ସେ ପୁଣି ଥରେ ବିଜେଡି ବିରୋଧରେ ଗର୍ଜିଛନ୍ତି। ଭର୍ତ୍ତୃହରି ମହତାବ କହିଛନ୍ତି, ଗୋଟିଏ ଆଞ୍ଚଳିକ ଦଳ ସାମୁହିକ ଉତ୍ତର ଦାୟିତ୍ୱରେ ଚାଲୁଥିଲା। ୨୦୦୪ ପରଠାରୁ ତାହା ଦୁଇ ଜଣଙ୍କ ଭିତରେ ସୀମିତ ହୋଇଗଲା। ୨୦୧୯ରେ ଯିଏ ନେତା ଥିଲେ, ସିଏ ନେତା ହୋଇ ଆଉ ଦଳ ସଞ୍ଚାଳନ କଲେନି। ଆଜି ନିଷ୍ପତ୍ତି ଆଉ ଜଣେ ତାଙ୍କର କା’ ହିସାବରେ କରୁଛନ୍ତି। ସେଠି ଆଉ ଦଳ କାହିଁ? ସେଇଟା ଜଣତନ୍ତ୍ର ହୋଇଗଲା। ଜଣତନ୍ତ୍ରରେ ମତ ପ୍ରକାଶ କରିବାର କୌଣସି ସୁଯୋଗ ନାହିଁ। ଭିନ୍ନ ମତର କୌଣସି ସମ୍ମାନ ନାହିଁ। ଆଉ ତା’ହେଲେ ଗଣତନ୍ତ୍ର କ’ଣ? କେବଳ କିଛି ଟଙ୍କା ଫୋପାଡି, ଯିଏ ଭାବୁଛନ୍ତି ଆମର ସଂଖ୍ୟା ବଢ଼ୁଛି, ତାର ପରୀକ୍ଷା ଏହି ନିର୍ବାଚନରେ ହୋଇଯିବ ବୋଲି ମହତାବ କହିଛନ୍ତି।

Bjp Cuttack Bhartruhari Mahtab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe