Advertisment

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର

ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
undefined

Bhrugu Baxipatra

Advertisment

ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ ବକ୍ସିପାତ୍ର। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ଭୃଗୁ ବିଜେପିରୁ ଇସ୍ତଫା ଦେଇଥିଲେ। 

Advertisment

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ପରାସ୍ତ ହୋଇଥିଲେ। ଭୃଗୁ ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ ପାଇଥିବାବେଳେ ବିଜେଡିରୁ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍।   

ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।  ଅନ୍ୟପକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି। ବିଜେଡି ଜନ୍ମବେଳଠୁ ଦଳ ସହ ଥିବା ଅଭିଜ୍ଞ ନେତାମାନଙ୍କୁ ଅଣଦେଖା କରି ଶ୍ରୀ ସାହୁଙ୍କୁ ନିର୍ବାଚନୀ ଇସ୍ତାହାର କମିଟି ଭଳି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ କରାଯିବା ଖୋଲାଖୋଲି ଭାବେ ବିଜେଡିର ପୁରୁଣା ନେତା ଓ କର୍ମୀଙ୍କ ପ୍ରତି ଶକ୍ତଧକ୍କା ପାଲଟିଛି । ବିଜେଡି ତାଙ୍କୁ ପୁଣିଥରେ ସାଂସଦ ପ୍ରାର୍ଥୀ କରୁନଥିବାରୁ ଏବେ ସଂଗଠନରେ ଥଇଥାନ ପାଇଁ ଦୁଇଟି ପ୍ରମୁଖ ପଦବୀ ଦେଇଥିବା ଚର୍ଚ୍ଚା ହେଉଛି।ଗଞ୍ଜାମ ବିଜେଡିର ଦୀର୍ଘବର୍ଷର ସଂଗଠକ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମୁକାବିଲା କରିବା ସ୍ଥିତିରେ ଚନ୍ଦ୍ରଶେଖର ନଥିବାରୁ ତାଙ୍କ ବଦଳରେ ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି । ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ନାଁ ଘୋଷଣା କରିଛି। 

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe