Advertisment

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର

ଭୃଗୁ ବିଜେପି ଛାଡ଼ିବା ପରେ ବିଜେଡିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhrugu Baxipatra

Bhrugu Baxipatra

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତିଙ୍କ ନିକଟକୁ ଭୃଗୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। 

Advertisment

ଭୃଗୁ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ଭାରତୀୟ ଜନତାପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ମୁଁ ଇସ୍ତଫା ଦେଉଛି। ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବରେ ରାଜ୍ୟ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି। ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାରେ ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି। ତେଣୁ ଆଗକୁ ବଢ଼ିବାକୁ ସ୍ଥିର କଲି। ଲୋକଙ୍କ ସେବା ଏବଂ ଓଡ଼ିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାଇ ରଖିବି। ମୋର ଇସ୍ତଫାପତ୍ରକୁ ପାର୍ଟି ଗ୍ରହଣ କରିନେବାକୁ ଅନୁରୋଧ କରୁଛି।

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ପରାସ୍ତ ହୋଇଥିଲେ। ଭୃଗୁ ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ ପାଇଥିବାବେଳେ ବିଜେଡିରୁ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍। ବର୍ତ୍ତମାନ ନିର୍ବାଚନ ସମୟରେ ଭୃଗୁ ଦଳର ସକ୍ରିୟ ଭୂମିକାରେ ନଥିଲେ ବୋଲି ସୂଚନା ରହିଛି।  ଭୃଗୁ ବିଜେପି ଛାଡ଼ିବା ପରେ ବିଜେଡିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଛି। 

Advertisment
Bjp