Advertisment

ଏମ୍‌ସରେ ଆଇପିଏସ୍‌ ଆଶିଷ ସିଂହ; ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା, କାଲି ସୁଦ୍ଧା ରିପୋର୍ଟ

ଆଜି ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍‌ସରେ ପହଞ୍ଚିଥିଲେ। ମାତ୍ର ସେ ଓପିଡ଼ି ନ ଦେଇ ଅନ୍ୟ ବାଟ ଦେଇ ଭିତରକୁ ଚାଲି ଯାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ୍‌ ବୁକ୍‌ ହୋଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
IPS Ashish Singh

IPS Ashish Singh

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିଜ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଇବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଏମ୍‌ସରେ ପହଞ୍ଚିଛନ୍ତି ଆଇପିଏସ୍‌ ଆଶିଷ ସିଂହ । ECIଙ୍କ ନିର୍ଦ୍ଦେଶ କ୍ରମେ AIIMS ଭୁବନେଶ୍ୱର ପକ୍ଷରୁ ଏଥିନିମନ୍ତେ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି ।

Advertisment

ଆଜି ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍‌ସରେ ପହଞ୍ଚିଥିଲେ। ମାତ୍ର ସେ ଓପିଡ଼ି ନ ଦେଇ ଅନ୍ୟ ବାଟ ଦେଇ ଭିତରକୁ ଚାଲି ଯାଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ୍‌ ବୁକ୍‌ ହୋଇଥିବା ଜଣାଯାଇଛି।

AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ୬ ଜଣିଆ ବିଶେଷଜ୍ଞଙ୍କୁ ନେଇ ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି। ଏହି ବୋର୍ଡ ଆଜି ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ ।

Advertisment

ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ତାରିଖରେ ଶ୍ରୀ ସିଂହଙ୍କୁ କେନ୍ଦ୍ରାଂଚଳ ରେଞ୍ଜ ପୁଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କୁ ଆଇଜି (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଭାବେ ନିଯୁକ୍ତି ଦେଇଥିଲେ ।

ନିର୍ବାଚନ କମିଶନଙ୍କ ତାଗିଦ୍ ଓ ବଦଳି ନିର୍ଦ୍ଦେଶ ପରେ ବି ଶ୍ରୀ ସିଂହ ବିଜେଡି ସପକ୍ଷରେ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗରେ ଏପ୍ରିଲ ୫ରେ ବିଜେପି ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ପୁଣିଥରେ ଲିଖିତ ଫେରାଦ କରିଥିଲା । ତେବେ ସେସବୁକୁ ଖାତିର ନକରି ଶ୍ରୀ ସିଂହ ବିଜେଡିର ନିର୍ବାଚନୀ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ଥିବାର ଖବର ଆସିବା ପରେ ନିର୍ବାଚନ କମିଶନ ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ ।

ଏହାକୁ ଏଡ଼ାଇବାକୁ ଶ୍ରୀ ସିଂହ ମେ’ ୪ତାରିଖରୁ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିଲେ । କିନ୍ତୁ ପୁଣିଥରେ ଶ୍ରୀ ସିଂହଙ୍କ ବିରୋଧରେ ମିଳିଥିବା ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁଦ୍ଧା ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ୩୧ ସୁଦ୍ଧା ତାଙ୍କ ରିପୋର୍ଟ କମିଶନଙ୍କୁ ପଠାଇବାକୁ ଭୁବନେଶ୍ୱର ଏମସ୍ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଶ୍ରୀ ସିଂହ ମିଛରେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିବାର ପ୍ରମାଣ ମିଳେ ତାହା ତାଙ୍କୁ ବେଶ୍ ମହଙ୍ଗା ପଡ଼ିବା ସହ ତାଙ୍କ ଚାକିରି କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।

ବିଜେଡି ସପକ୍ଷରେ ନିର୍ବାଚନ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିବା ସହ ଦୁଇ ଦିନ ପୂର୍ବେ ଦିଲ୍ଲୀ ବଦଳି କରିଥିଲେ । ଗତକାଲି ଅପରାହ୍ନ ୩ଟା ସୁଦ୍ଧା IPS ଡିଏସ୍ କୁଟ୍ଟେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନରଙ୍କ ଅଫିସରେ ଜଏନ୍ କରି ସାରିଛନ୍ତି। ଏବେ ଆଶିଷ ସିଂହଙ୍କ ରିପୋର୍ଟ କ’ଣ ଆସୁଛି ଓ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର।

Health Ips Bhubaneswar Aiims 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe