Advertisment

ଆଶୀଷ ସିଂଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ୬ଜଣିଆ କମିଟି ଗଢ଼ିଲା ଭୁବନେଶ୍ୱର ଏମସ୍‌

ଭୁବନେଶ୍ୱର ଏମସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଜି ୬ଜଣିଆ ଡାକ୍ତରୀ ବୋର୍ଡ ଗଠନ ହୋଇଛି।

undefined

DIG Ashish Singh

Advertisment

ବିଜେଡି ପାଇଁ ରାଜନୀତି କରିବା ଏବେ ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ଓ ଗତକାଲିର ନିର୍ଦ୍ଦେଶ ଆଧାରରେ ଶ୍ରୀ ସିଂଙ୍କ ସ୍ୱାସ୍ଥ୍ୟ ଯାଂଚ ନିମନ୍ତେ ଭୁବନେଶ୍ୱର ଏମସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଜି ୬ଜଣିଆ କମିଟି ଗଠନ ହୋଇଛି । ଏହି ମେଡିକାଲ ବୋର୍ଡ ପାଖରେ ଆଇପିଏସ୍ ଶ୍ରୀ ସିଂ ଆସନ୍ତାକାଲି(ଗୁରୁବାର) ହାଜର ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ଏମସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଜି ୬ଜଣିଆ ଡାକ୍ତରୀ ବୋର୍ଡ ଗଠନ ହୋଇଛି। ଏହି ବୋର୍ଡରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ରହିଛନ୍ତି । ସମ୍ପୃକ୍ତ ଡାକ୍ତରୀ ବୋର୍ଡ ଆଇପିଏସ୍ ଆଶୀଷ ସିଂଙ୍କ ସ୍ୱାସ୍ଥ୍ୟ ଯାଂଚ କରି ୩୧ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହି ଯାଂଚ ରିପୋର୍ଟ ମିଳିବା ପରେ ନିର୍ବାଚନ କମିଶନ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି । ବିଜେଡି ସପକ୍ଷରେ ନିର୍ବାଚନ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତି ପାଇଁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର୍ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିବା ସହ ଦିଲ୍ଲୀ ବଦଳି କରିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଗତ ଏପ୍ରିଲ ୨ତାରିଖରେ ଶ୍ରୀ ସିଂଙ୍କୁ କେନ୍ଦ୍ରାଂଚଳ ରେଞ୍ଜ ପୁଲିସ ଆଇଜି ପଦରୁ ହଟାଇ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ତାଙ୍କୁ ଆଇଜି (ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଭାବେ ନିଯୁକ୍ତି ଦେଇଥିଲେ । ନିର୍ବାଚନ କମିଶନଙ୍କ ତାଗିଦ୍ ଓ ବଦଳି ନିର୍ଦ୍ଦେଶ ପରେ ବି ଶ୍ରୀ ସିଂ ବିଜେଡି ସପକ୍ଷରେ କାର୍ଯ୍ୟ ଜାରି ରଖିଥିବା  ÷ଅଭିଯୋଗରେ ଏପ୍ରିଲ ୫ତାରିଖରେ ବିଜେପି ପକ୍ଷରୁ ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ପୁଣିଥରେ ତାଙ୍କ ବିରୁଦ୍ଧରେ ଲିଖିତ ଫେରାଦ ହୋଇଥିଲା । ତେବେ ସେସବୁକୁ ଖାତିର ନକରି ଶ୍ରୀ ସିଂ ବିଜେଡିର ନିର୍ବାଚନୀ କାର୍ଯ୍ୟରେ ସିଧାସଳଖ ସମ୍ପୃକ୍ତ ଥିବାର ଖବର ଆସିବା ପରେ ନିର୍ବାଚନ କମିଶନ ତାଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ । ଯେଉଁଥିପାଇଁ ଶ୍ରୀ ସିଂ ମେ’ ୪ତାରିଖରେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିଲେ ।

Advertisment

କିନ୍ତୁ ପୁଣିଥରେ ଶ୍ରୀ ସିଂଙ୍କ ବିରୁଦ୍ଧରେ ମିଳିଥିବା ଅଭିଯୋଗ ଆଧାରରେ ଗତକାଲି ନିର୍ବାଚନ କମିଶନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମେ’ ୧୭ତାରିଖର ଚିଠି ଆଧାରରେ ଦୁଇ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ନିଲମ୍ବନ କରିବା ସହ ଆଶୀଷ ସିଂଙ୍କ ମେଡିକାଲ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ସିଂ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ରହିଥିଲେ ମଧ୍ୟ ସେ ବିଜେଡି ପାଇଁ କାମ କରୁଥିବାର ବାରମ୍ବାର ଅଭିଯୋଗ ପରେ ନିର୍ବାଚନ କମିଶନ ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଯାଂଚ ନିର୍ଦ୍ଦେଶ ଦେଇଥିଲେ । ଆଜି ୩୦ତାରିଖ ସୁଦ୍ଧା ମେଡିକାଲ ବୋର୍ଡ ଗଠନ ଓ ୩୧ତାରିଖ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟର ଯାଂଚ ରିପୋର୍ଟ କମିଶନଙ୍କୁ ପଠାଇବାକୁ ଭୁବନେଶ୍ୱର ଏମସ୍ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଯଦି ଶ୍ରୀ ସିଂ ମିଛରେ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଛୁଟିରେ ରହିଥିବାର ପ୍ରମାଣ ମିଳେ ତାହା ତାଙ୍କୁ ବେଶ୍ ମହଙ୍ଗା ପଡ଼ିବା ସହ ତାଙ୍କ ଚାକିରି କ୍ୟାରିୟରକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।

Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe