Advertisment

ନିର୍ଦ୍ଧାରିତ ଅବଧିରେ ସରିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ’

ମେଟ୍ରୋ ଟ୍ରେନ ପ୍ରକଳ୍ପର ଗୁରୁତ୍ୱ ରହିଛି ଓ ତାହା ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁସାରେ ଶେଷ ହେବ।

Metro Train

Metro train

Advertisment

ନିର୍ଦ୍ଧାରିତ ଅବଧି ମଧ୍ୟରେ ଭୁବନେଶ୍ୱର ମେଟ୍ରେ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ମେଟ୍ରୋ ଟ୍ରେନ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ସରକାରଙ୍କ ଦ୍ୱାରା ପୂର୍ବରୁ ନିର୍ଦ୍ଧାରିତ ସମୟସୀମାକୁ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟର ବିଜେପି ସରକାର ସୂଚନା ଦେଇଛନ୍ତି । ବିଜେଡି ସରକାର ଚଳିତମାସ ଜାନୁୟାରୀରେ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଆନ୍ତର୍ଜାତିକ ସହର ଭାବେ ବିକଶିତ କରିବାକୁ ସବୁପ୍ରକାରର ପ୍ରୟାସ କରାଯିବ। ଏହି ଦୃଷ୍ଟିରୁ ମେଟ୍ରୋ ଟ୍ରେନ ପ୍ରକଳ୍ପର ଗୁରୁତ୍ୱ ରହିଛି ଓ ତାହା ପୂର୍ବ ନିର୍ଦ୍ଧାରିତ ସମୟସୀମା ଅନୁସାରେ ଶେଷ ହେବ।

ରାଜ୍ୟର ସବୁ ସହରାଂଚଳର ବିକାଶ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, ଏନଏସି-ମ୍ୟୁନିସପାଲଟି ଓ ମହାନଗର ନିଗମଗୁଡ଼ିକ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଆଧୁନିକ ସୁବିଧାସୁଯୋଗ ଉପରେ ଗୁରୁତ୍ୱ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ସହରାଂଚଳରେ ମନୁଷ୍ୟକୃତ ବନ୍ୟାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଏବଂ ଭୁବନେଶ୍ୱରରେ ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ବିକାଶମୂଳକ କାର୍ଯ୍ୟ କରିବାବେଳେ ଲୋକଙ୍କ କଲ୍ୟାଣ ଉପରେ ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ସହରାଂଚଳରେ ବର୍ଷାଜଳ ଓ ବନ୍ୟାଜଳ ପରିଚାଳନା ପାଇଁ ଗାଇଡଲାଇନ୍ ଜାରି ହୋଇଛି । ସବୁ ପୌର ସଂସ୍ଥାକୁ ଏହି ଗାଇଡଲାଇନ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜିର ବୈଠକରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜି.ମାଥିଭାଥାନନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

MetroTrain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe