ଓଡ଼ିଶାକୁ ୯.୫୯ ଲକ୍ଷ ଘର ଆସିଛି, ମାସକ ସୁଦ୍ଧା ୱାର୍କ ଅର୍ଡର ଦିଅ: ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ମୋଟ ୯.୫୯ଲକ୍ଷ ଘର ଆବଂଟନ କରିଛନ୍ତି ଓ ଏହି ଘରଗୁଡ଼ିକର କାର୍ଯ୍ୟାଦେଶ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାମାସ ସୁଦ୍ଧା ବଂଟନ କରିବାକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି । ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତଙ୍କୁ ବାସଗୃହ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ରାମାଂଚଳର ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୧୭ଲକ୍ଷ ଗୃହ ଆବଂଟନ କରିଛନ୍ତି […]

Aparajita-Sarangi

Ordigital Desk
  • Published: Thursday, 12 January 2023
  • , Updated: 12 January 2023, 09:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ମୋଟ ୯.୫୯ଲକ୍ଷ ଘର ଆବଂଟନ କରିଛନ୍ତି ଓ ଏହି ଘରଗୁଡ଼ିକର କାର୍ଯ୍ୟାଦେଶ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାମାସ ସୁଦ୍ଧା ବଂଟନ କରିବାକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି ।

ଶ୍ରୀମତୀ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତଙ୍କୁ ବାସଗୃହ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ରାମାଂଚଳର ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮.୧୭ଲକ୍ଷ ଗୃହ ଆବଂଟନ କରିଛନ୍ତି । ଏହାସହିତ ଫନି ବାତ୍ୟା କ୍ଷତିଗ୍ରସ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ୧.୪୨ଲକ୍ଷ ଗୃହ ଆବଂଟନ କରିଛନ୍ତି । ଏଭଳି ମୋଟ ୯.୫୯ଲକ୍ଷ ଘର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଏସବୁ ଗୃହ ନିର୍ମାଣ ବାବଦରେ ନରେନ୍ଦ୍ର ମୋଦି ସରକାର ୭୨୫୦କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି । ତେଣୁ ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଏହି ଗୃହର କାର୍ଯ୍ୟାଦେଶ ଆବଂଟନ କରିବାକୁ ସେ ଦାବି କରିଛନ୍ତି । ପାରଦର୍ଶିତା ଓ ସ୍ୱଚ୍ଛତା ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦୧୪୭ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଂଟିତ ହୋଇଛି । ଏହି ସମସ୍ତ ୯.୫୯ଲକ୍ଷ ହିତାଧିକାରୀଙ୍କୁ ଫେବୃୟାରୀ ମାସ ଶେଷ ସୁଦ୍ଧା ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ସେ ଦାବି କରିଛନ୍ତି ।

ସେହିପରି କେନ୍ଦ୍ର ସରକାର କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍ ନିର୍ମାଣ ପାଇଁ ୯୪୭୮କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ରାଜ୍ୟ ସରକାରଙ୍କୁ ଏହି ଟେଣ୍ଡର ଚୂଡ଼ାନ୍ତ ପାଇଁ ପଠାଯାଇଛି । ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେଲେ ଏହି ରିଙ୍ଗରୋଡ୍ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇପାରିବ । ରାମେଶ୍ୱରମରୁ ଚୌଦ୍ୱାର ପର୍ଯ୍ୟନ୍ତ ୬ଲେନ୍ ବିଶିଷ୍ଟ ରିଙ୍ଗରୋଡ୍ ନିର୍ମାଣ ହେଲେ ଜାତୀୟ ରାଜପଥରେ ଟ୍ରାଫିକ ଜାମ୍ ସମସ୍ୟା ହ୍ରାସ ପାଇପାରିବ ତଥା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ।

ସେହିପରି ଖୋର୍ଦ୍ଧା ସହରର ଜାତୀୟ ରାଜପଥ-୫୭ରେ ବାଇପାସ୍ ନିର୍ମାଣ ପାଇଁ ମଧ୍ୟ କେନ୍ଦ୍ର ସରକାର ୧୫୭କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏବାବଦ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

Related story