'ମୋ ହୋର୍ଡିଂ ହଟାଇ ଶାସକ ଦଳର ହୋର୍ଡିଂ ଲଗାଯାଇଛି'

ଭୁବନେଶ୍ୱର ସାରା ଲାଗିଥିବା ସବୁ ହୋର୍ଡିଂ ଉଠାଇବାକୁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Manoj Swain
  • Published: Wednesday, 10 January 2024
  • Updated: 10 January 2024, 05:20 PM IST

ରାଜଧାନୀରେ ହୋର୍ଡିଂ ଲଗାଯିବାକୁ ନେଇ ତେଜିଲା ରାଜନୀତି। ଭୁବନେଶ୍ୱର ସାରା ଲାଗିଥିବା ସବୁ ହୋର୍ଡିଂ ଉଠାଇବାକୁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରେସମିଟ୍ କରି ଅପରାଜିତା ଅଭିଯୋଗ କରିଛନ୍ତି, ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ଶାସକ ଦଳର ହୋର୍ଡିଂ ଲଗାଯାଇଛି । ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି, ସହର ଖରାପ ଦିଶୁଛି । ତେବେ ନୂଆବର୍ଷ ପରଦିନ ମୋର ସମସ୍ତ ହୋର୍ଡିଂ ବିଏମ୍‌ସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ହଟାଇଥିବାବେଳେ କାହିଁକି ଏପରି ପାତର ଅନ୍ତର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos