ଧୋଇଲେ ଅପରାଜିତା, ଏବେ କଣ କହିବେ ସାନବାବୁ ? | Odisha Reporter
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ଼ ବାବୁ ଓ ଭି.କେ ପାଣ୍ଡିଆନଙ୍କୁ ସାନ ବାବୁ କହି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତା’ ସହିତ ଅନ୍ଧାରୀ ବିଜେ କରି ବିଜେଡି ନିର୍ବାଚନ ଜିତୁଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ଓଡ଼ିଆ ଅସ୍ମିତା ବିପଦରେ ଅଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଓ ମାନବ ସମ୍ପଦ ଭରପୂର ହୋଇ ରହିଛି। ଏସବୁ ଦୃଷ୍ଟିରୁ ଓଡ଼ିଶା ଦେଶରେ ୧, ୨ କିମ୍ବା ୩ ନମ୍ବର ପ୍ରଦେଶ ହେବା କଥା। ମାତ୍ର ମୁଣ୍ଡପିଛା ଆୟରେ ଆମେ ଶେଷ ଆଡୁ ପଞ୍ଚମ ସ୍ଥାନରେ ଅଛନ୍ତି। ୨୪ ବର୍ଷ ହେଲା ରାଜ୍ୟରେ ଏକ ନିଷ୍କ୍ରିୟ ସରକାର ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us