Advertisment

ବଘେଲ Vs ବଘେଲ: କକା-ପୁତୁରା ମଧ୍ୟରେ କଡ଼ା ଟକ୍କର

ଏଥର ସରକାର ବଦଳିବ ନା ପୁଣି ସମାନ ସରକାର ରହିବ। ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ।

bhupesh-baghel-and-vijay-baghel

bhupesh-baghel-and-vijay-baghel

Advertisment

କିଏ ପିନ୍ଧିବ ଛତିଶଗଡ଼ର ମୁକୁଟ? କିଏ ସମ୍ଭାଳିବ ଶାସନ ଭାର? ଏଥର ସରକାର ବଦଳିବ ନା ପୁଣି ସମାନ ସରକାର ରହିବ। ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି ଭିତରେ ଛତିଶଗଡ଼ରେ ବଘେଲ ବନାମ ବଘେଲ ଲଢ଼େଇ ଜାରି ରହିଛି। କକା ପୁତୁରା ମଧ୍ୟରେ ଚାଲିଛି କଡ଼ା ଟକ୍କର। ପାଟନ ଆସନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପୁତୁରା ବିଜୟ ବଘେଲଙ୍କ ମଧ୍ୟରେ ଜୋର୍‌ଦାର ଫାଇଟ୍‌ ଚାଲିଛି।

Advertisment

ନିଜ ଆସନରେ ପଛୁଆ ଅଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ତାଙ୍କ ଠାରୁ ତାଙ୍କ ପୁତୁରା ବିଜୟ ବଘେଲ ୪୦୭ ଭୋଟ୍‌ରେ ଆଗରେ ଅଛନ୍ତି। ବିଜୟ ବଘେଲ ପୁଣିଥରେ ଭୂପେଶଙ୍କୁ ପଛରେ ପକାଇ ଦେଇଛନ୍ତି। ଗଣତିର ଟ୍ରେଣ୍ଡ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭୂପେଶ ବଘେଲଙ୍କ ୧୩ରୁ ୧୦ ମନ୍ତ୍ରୀ ପଛରେ ଅଛନ୍ତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଭୂପେଶ ବଘେଲ ଆଗରେ ଥିଲେ। 

ଉଲ୍ଲେଖଯୋଗ୍ୟ ଯେ, ପାଟନ ହେଉଛି ଛତିଶଗଡ଼ର ସବୁଠାରୁ ଭିଆଇପି ଆସନ। କାରଣ ଏଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଖୋଦ୍‌ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ତାଙ୍କର ହିଁ ପୁତୁରା ବିଜୟ ବଘେଲଙ୍କୁ ଏଥର ମୌଦାନକୁ ଓହ୍ଲାଇଛି। ଆଉ କିଛି ସମୟ ପରେ ନିର୍ବାଚନ ଫଳାଫଳ ଆସିଯିବ। ଏଥିରୁ କକା ପୁତୁରା ଉପରେ ଭାରି ପଡୁଛି ନା ପୁତୁରା କକାକୁ ହରାଇ ଆଗକୁ ବଢ଼ୁଛି ତାହା ଜଣାପଡିବ।

Advertisment
Election Results Chhattisgarh Assembly Election 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe