ପିଏସି ବୈଠକ ପୂର୍ବରୁ ପୁଣିଥରେ ବର୍ଷିଲେ ଭୂପିନ୍ଦର ଓ ଶଶୀ: ନିର୍ବାଚନରେ ହାରିବା ପାଇଁ ‘ବ୍ୟବସ୍ଥା’ କରିଥିଲା କି ବିଜେଡି ?

ଲୋକେ ଚର୍ଚ୍ଚା କରୁଛନ୍ତି କହି ଭୂପିନ୍ଦର ଶନିବାର ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ।

Bhupinder and Shashi

ଭୂପିନ୍ଦର ସିଂହ ଓ ଶଶୀଭୂଷଣ ବେହେରା

Ordigital Desk
  • Published: Saturday, 17 May 2025
  • Updated: 17 May 2025, 05:34 PM IST

Sports

Latest News

କିଛି ଦିନର ନିରବତା ପରେ ଶନିବାର ପୁଣିଥରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡ଼ିଛି । ଦୀର୍ଘ ଅଢ଼େଇ ଦଶନ୍ଧି ପରେ ଗଠନ ହୋଇଥିବା ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି)ର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ମାତ୍ର କିଛି ଘଣ୍ଟା ପୂର୍ବରୁ ଦଳର ଦୁଇଜଣ ବରିଷ୍ଠ ନେତା ଭୂପିନ୍ଦର ସିଂ ଓ ଶଶୀଭୂଷଣ ବେହେରା ଦଳୀୟ ପରିଚାଳନାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ନିର୍ବାଚନୀ ପରାଜୟର ସମୀକ୍ଷା କାହିଁକି କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । ଭୂପିନ୍ଦର ଆଉ ପାଦେ ଆଗେଇ ଯାଇ ସାଧାରଣ ନିର୍ବାଚନରେ ଜାଣିଶୁଣି ହାରିବା ନିମନ୍ତେ ବିଜେପି ସାଙ୍ଗରେ  ବିଜେଡି ‘ବ୍ୟବସ୍ଥା’ କରିଥିଲା ବୋଲି ଲୋକେ ଚର୍ଚ୍ଚା କରୁଥିବା କହିଛନ୍ତି । ତେବେ ଏହି ବୈଠକରେ ନିର୍ବାଚନୀ ପରାଜୟର ସମୀକ୍ଷା ହେବା ଆଶା କ୍ଷୀଣ ।

ନବୀନ ନିବାସରେ ବସିବ ପିଏସି ବୈଠକ

ଦୀର୍ଘ ଅଢ଼େଇ ଦଶନ୍ଧି ପରେ ଗଠନ ହୋଇଥିବା ବିଜେଡିର ‘ରାଜନୀତିକ ବ୍ୟାପାର କମିଟି’ର ପ୍ରଥମ ବୈଠକ ଶନିବାର ସନ୍ଧ୍ୟାରେ ନବୀନ ନିବାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜଣାପଡ଼ିନି । ପିଏସି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ବୈଠକରେ ପିଏସି ସଦସ୍ୟ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ପ୍ରଣବପ୍ରକାଶ ଦାସ, ସସ୍ମିତ ପାତ୍ର, ସନ୍ତୃପ୍ତ ମିଶ୍ର ଓ ସଞ୍ଜୟ ଦାସବର୍ମା ସାମିଲ ହେବେ ବୋଲି ଜଣାପଡ଼ିଛି । ଯଦିଓ ଦଳର ପୁରୁଖା ଓ ଦକ୍ଷ ନେତାମାନଙ୍କୁ ଅଣଦେଖା କରି ପିଏସିରେ କେବଳ ‘ପାଣ୍ଡିଆନଅନୁଗାମୀ’ଙ୍କୁ ସ୍ଥାନିତ କରାଯାଇଛି ବୋଲି ଦଳୀୟ ମହଲରେ ଅସନ୍ତୋଷ ଲାଗି ରହିଛି ।

ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ, କଂଗ୍ରେସରୁ ଅଫର

ବିଜେଡିର ବିଭିନ୍ନ କମିଟିରୁ ବାଦ୍ ପଡ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଚନ୍ତି ଯେ, “କାହିଁକି ମୋତେ ବାଦ୍ ଦିଆଗଲା, ଏହା ଦାୟିତ୍ୱରେ ଥିବା ଲୋକେ ଜାଣିଥିବେ । ଲୋକମାନଙ୍କ ଆଶୀର୍ବାଦ ମୋ ସାଙ୍ଗରେ ଅଛି,ସେଥିପାଇଁ ମୁଁ ଖୁସି । ବିଧାୟକ ନଥାଇ ମଧ୍ୟ ଅଧିକ ସମ୍ମାନ ପାଉଛି । ବରିଷ୍ଠ ନେତାମାନେ କ’ଣ ମେଳି କରି ଦଳ ବିରୋଧୀ କାର୍ଯ୍ୟ କରିଥିଲେ କି? ସେମାନଙ୍କ ଭିତରକୁ ତ କିଛିଜଣଙ୍କୁ କମିଟିରେ ସାମିଲ କରାଯାଇଛି । ସବୁ ନିଷ୍ପତ୍ତି ନବୀନବାବୁ ନିଅନ୍ତୁ ବୋଲି ବରିଷ୍ଠ ନେତାମାନେ ପରାମର୍ଶ ଦେଇଥିଲେ । ନବୀନ ପଟ୍ଟନାୟକ ଅତ୍ୟନ୍ତ ଲୋକପ୍ରିୟ ନେତା ଥାଇ ମଧ୍ୟ ଦଳ ନିର୍ବାଚନରେ ହାରିଛି । କର୍ମୀମାନେ ଦଳର କ୍ୟାପଟେନ(ନବୀନବାବୁ)ଙ୍କୁ ନିର୍ବାଚନ ମଇଦାନରେ ଦେଖିଲେ ନାହିଁ । ତାଙ୍କ ବଦଳରେ ଅନ୍ୟ କାହାକୁ ଦେଖିଲେ । ତେଣୁ ଫଳାଫଳ ଏଭଳି ହେଲା । ନିର୍ବାଚନରେ ଦଳ କାହିଁକି ହାରିଲା ତା’ର କାରଣ ଖୋଜାଯିବା ଦରକାର । ଦଳର ଗଠନମୂଳକ ପରିବର୍ତ୍ତନ ନହେଲେ ଆଗାମୀ ଦିନରେ ବିଜେଡି ପାଇଁ ଅସୁବିଧା ହୋଇପାରେ । ୱକଫ ବିଲ୍ ପ୍ରସଙ୍ଗରେ ଦଳର ଅସ୍ପଷ୍ଟ ନୀତିକୁ ନେଇ ବିବାଦ ହେଲା । ସମସ୍ତ ବରିଷ୍ଠ ନେତା ଚିନ୍ତିତ । ଏହା ଦଳର ଧର୍ମନିରପେକ୍ଷ ଛବିକୁ ପ୍ରଭାବିତ କରିଛି ବୋଲି ଆଶଙ୍କା ହେଲାଣି । ମୁନ୍ନା ଖାନ୍ ନିଜ ପଦକୁ ନେଇ ସନ୍ତୁଷ୍ଟ ନଥିବା ଗଣମାଧ୍ୟମରୁ ଜାଣିଲି । ଆହୁରି ଅନେକ ନେତା ଅଛନ୍ତି ଯେଉଁମାନେ ଏବେ ପଦବୀ ପାଇଲା ପରେ ବି ଅସନ୍ତୁଷ୍ଟ ଥିବାର ଖବର ମୋ’ ପାଖରେ ଅଛି ବୋଲି ଭୂପିନ୍ଦର କହିଛନ୍ତି ।

ଲୋକେ ଚର୍ଚ୍ଚା କରୁଛନ୍ତି କହି ବିଜେଡିକୁ ମୁଖା ଖୋଲିଲେ

ଲୋକେ ଚର୍ଚ୍ଚା କରୁଛନ୍ତି କହି ଭୂପିନ୍ଦର ଶନିବାର ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛନ୍ତି । ସେ କହିଛନ୍ତି ଯେ “ ବିଜେଡି ଏକ ଆକ୍ରମଣାତ୍ମକ ବିରୋଧୀ ଦଳ ହୋଇପାରୁନାହିଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ବିଜେପି ସାଙ୍ଗରେ ବିଜେଡି ସବୁବେଳେ  କୋହଳ ନୀତି ଅପାଣାଇଛି । ପାର୍ଲାମେଂଟ ନିର୍ବାଚନରେ ହାରିବା ନିମନ୍ତେ ଜାଣିଶୁଣି ବିଜେପି ପାଇଁ ବିଜେଡି ‘ବ୍ୟବସ୍ଥା କରିଥିଲା । ଯଦି ଏସବୁକୁ ଆମେ ମିଛ ଭାବିବା ତା’ହେଲେ ଫଳ କିଛି ମିଳିବନି । ଦଳର ସାଂଗଠନିକ ନିର୍ବାଚନ ପରେ ମଧ୍ୟ ବିଶେଷ କିଛି ଢାଂଚାଗତ ପରିବର୍ତ୍ତନ ହୋଇନାହିଁ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏହାଉପରେ ଦଳ ଯଦି ବିଚାରବିମର୍ଶ ନକରେ ତେବେ ଆସନ୍ତା ଦିନରେ ଦଳ ପାଇଁ ଠିକ୍ ହେବ ନାହିଁ ।”

କଂଗ୍ରେସରୁ ଅଫର ଓ ରାଜନୀତିକ ଭବିଷ୍ୟତ

ଭୂପିନ୍ଦର ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ “ଏବେ ଆଇପିଏଲ ଚାଲିଛି । ଭଲ ଖେଳାଳୀଙ୍କୁ ସମସ୍ତେ ନେବାକୁ ଚାହିଁବେ । ମୁଁ ଗୋଟେ ଭଲ ଖେଳାଳୀ । ମୋ ପାଖରେ ଲୋକଙ୍କ ସମର୍ଥନ ରହିଛି । ଏବେ ମୋତେ କଂଗ୍ରେସରୁ ଅଫର ଆସିଛି । ୨୦୨୪ ନିର୍ବାଚନବେଳେ ବିଜେପି ମୋତେ ଅଫର ଦେଇଥିଲା । ଏବେ ମଧ୍ୟ ଦେଉଛନ୍ତି । କଳାହାଣ୍ଡିରେ କଂଗ୍ରେସକୁ ସୁଦୃଢ଼ କରିବା ପଛରେ ତାଙ୍କର ଯୋଗଦାନର ମଧ୍ୟ ସେ ଏକାଧିକ ଉଦାହରଣ ଦେଇ କଂଗ୍ରେସକୁ ଫେରିବାର ସମ୍ଭାବନାକୁ ଖଣ୍ଡନ କରିନାହାନ୍ତି । ଭୂପିନ୍ଦରଙ୍କ ଏଭଳି ବୟାନକୁ କଂଗ୍ରେସ ମଧ୍ୟ ସ୍ୱାଗତ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ, “କଂଗ୍ରେସ ଏବେ ଓଡ଼ିଶାରେ ଏକମାତ୍ର ବିକଳ୍ପ । ବିଜେଡି ଓ ବିଜେପି ଏକାଠି କାମ କରୁଛନ୍ତି । ଆମେ ପୂର୍ବତନ କଂଗ୍ରେସ ନେତାମାନଙ୍କୁ ଘରକୁ ଫେରିବାକୁ ଆହ୍ୱାନ ଦେଉଛୁ । ଭୂପିନ୍ଦର ସିଂ ଅନୁଭବ କରିସାରିଛନ୍ତି ଯେ କଂଗ୍ରେସ ପ୍ରସଙ୍ଗକୁ ନେଇ ଲଢ଼େଇ କରୁଛି । ଭବିଷ୍ୟତରେ କଂଗ୍ରେସ ହିଁ ଓଡ଼ିଶାରେ ସରକାର ଗଢ଼ିବ । ଆମେ ଅନେକ ନେତାଙ୍କ ସହ ଯୋଗାଯୋଗ କରିଛୁ ଓ ଅନେକ ବି ଆମ ସମ୍ପର୍କରେ ଥିବା ଜୟଦେବ କହିଛନ୍ତି ।

ଅସନ୍ତୋଷ ବଖାଣିଲେ ଶଶୀଭୂଷଣ

ଦଳରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଶଶୀଭୂଷଣ ବେହେରା ଆଜି ପୁଣିଥରେ ମୁହଁ ଖୋଲିଛନ୍ତି । ପରିଚାଳନାଗତ ତ୍ରୁଟି ପାଇଁ ଦଳ ନିର୍ବାଚନ ହାରିଲା,ତେବେ ଏହି ପରାଜୟର ସମୀକ୍ଷା କରିବାକୁ ସେ ଦାବି କରିଛନ୍ତି । ଦଳରେ ଗତ କିଛଦିନ ତଳେ ଯେଉଁ ଜଣେ ଲୋକଙ୍କୁ ନେଇ ବିବାଦ ଉଠିଥିଲା ସେ ପ୍ରସଙ୍ଗରେ ସ୍ପଷ୍ଟତା ଆସିବା ଦରକାର । ସେ କହିଛନ୍ତି ଯେ “ସଂଗଠନରେ ଦଳ ଯୁବବର୍ଗଙ୍କୁ ସୁଯୋଗ ଦେଉ କିନ୍ତୁ ଅଭିଜ୍ଞଙ୍କ ପରାମର୍ଶକୁ ମଧ୍ୟ ଅଣଦେଖା ନକରୁ । ୨୦୨୪ ସାଧାରଣ ନିର୍ବାଚନରେ ଦଳ କାହିଁକି ହାରିଲା ତା’ର ସମୀକ୍ଷା ହେବା ଦରକାର । ବିଜେଡିର ଶକ୍ତି କ୍ଷୟ ହୋଇଛି ନିଶ୍ଚୟ ।  ଲୋକମାନଙ୍କର ଆମ ପ୍ରତି ବିଶ୍ୱାସ ଓ ଆସ୍ଥା ଥାଇ ମଧ୍ୟ ରାଜ୍ୟରେ ସରକାର ଗଢ଼ିପାରିଲୁ ନାହିଁ ଯଦିଓ ଆମେ ସର୍ବାଧିକ ଭୋଟ୍ ପାଇଲୁ । ଲୋକଙ୍କ ଆସ୍ଥା ଏବେବି ଆମ ନେତୃତ୍ୱଙ୍କ ପ୍ରତି ରହିଛି । ତେଣୁ ଆଗକୁ କ’ଣ କରିବା ଦରକାର ଓ ଦଳକୁ ସଜାଡ଼ିବା ଦରକାର ତାହା କରିବାକୁ ହେବ । ୱକଫ ବିଲ୍ ପ୍ରସଙ୍ଗରେ ଦଳରେ ଦୁଇଟି ମତ ଦେଖାଗଲା । ୨୫ବର୍ଷ ସରକାରରେ ରହି ମଧ୍ୟ ସଫଳ ହୋଇପାରୁଲୁ ନାହିଁ । ଆମ ରାଜ୍ୟରେ ଖଣି ଥାଇ ମଧ୍ୟ ରାଜ୍ୟର ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି କହି ଶଶୀ ପୁଣିଥରେ ଦଳୀୟ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଅସନ୍ତୋଷର ବାରୁଦଗଦାରେ ବିଜେଡି

ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଂଚିଛି । କେହି ଖୋଲାଖୋଲି କିଛି କହୁନଥିଲେ ମଧ୍ୟ ଦଳର ସାଂଗଠନିକ ଫର୍ମାଟ ଓ ମାମଲାତିରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ଅଧିକାଂଶ ନେତା-କର୍ମୀ କ୍ଷୁବ୍ଧ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଂକର୍ତ୍ତବ୍ୟବିମୁଢ଼ ହୋଇ ଯାହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଛନ୍ତି ସେ ଏବେ ପରଦା ଆଢ଼ୁଆଳରେ ରହି ନିଜର ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ହାତରେ ସଂଗଠନକୁ ସମ୍ପୂର୍ଣ୍ଣ ଭାବେ ଟେକି ଦେଇଛନ୍ତି । ସଂଗଠନରେ ବବିଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କହି ନେତାମାନଙ୍କ ଉପରେ ଏହାକୁ ଲଦି ଦିଆଯିବାକୁ ପ୍ରୟାସ ଆରମ୍ଭ ହୋଇଛି । ଦଳର ସାଂଗଠନିକ ପଦପଦବୀରୁ ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯିବା ଓ ବବିଙ୍କୁ ଅଧିକ କ୍ଷମତାଶାଳୀ କରାଇବା ପଛରେ ସମ୍ପୃକ୍ତ ଅଘୋଷିତ ସର୍ବେସର୍ବାଙ୍କ ଭୂମିକା ଥିବା ସ୍ପଷ୍ଟ ହେବାରେ ଲାଗିଲାଣି । ବବିଙ୍କ ହାତରେ ସଂଗଠନକୁ ଟେକି ଦେଇ ଏହି ସର୍ବେସର୍ବା ପୁଣିଥରେ ବିଜେଡିର ପତନ ପ୍ରକ୍ରିୟାକୁ ଆଉ ପାଦେ ଆଗେଇ ନେଇଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story