Advertisment

ଭୂପିନ୍ଦରଙ୍କ ତେରଚ୍ଛା ବାଣ: ଗୋଲ୍ କିପର ଯଦି ସ୍ଲିପର ସେଲ୍ ହବ...

ଭୂପିନ୍ଦର ସିଂଙ୍କ ବୟାନକୁ ସ୍ୱାଗତ କରିଛନ୍ତି ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଭୂପିନ୍ଦର ସିଂ ଜଣେ ଖେଳାଳି। ତାଙ୍କ ବିବୃତି ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ। ଆତ୍ମଘାତୀ ପାଇଁ ଦଳ ହାରିଲା। ଏହା ବୁଝିବା କ’ଣ ଆଉ ବାକି ଅଛି କି?

Bhupinder Singh

BJD

Advertisment

ସାଧାରଣ ନିର୍ବାଚନ ସରିବାକୁ ୩ ମାସରୁ ଅଧିକ ସମୟ ବିତି ଗଲାଣି। ହେଲେ ପରାଜୟକୁ ନେଇ ବିଜେଡି ନେତାଙ୍କ ବୟାନ୍‌ବାଜି ସରୁନି। ଜଣେ ପରେ ଜଣେ ବରିଷ୍ଠ ବିଜେଡି ନେତା ଦଳୀୟ ନେତୃତ୍ୱ ଓ ଦ୍ୱିତୀୟ କ୍ଷମତା କେନ୍ଦ୍ରକୁ ନେଇ ଗଣମାଧ୍ୟମରେ ବୟାନ୍‌ଦେଉଛନ୍ତି। ଆଜି ଏହି ତାଲିକାରେ ଯୋଡି ହୋଇଯାଇଛନ୍ତି ଭୂପିନ୍ଦର ସିଂ। ସିଏ ଆଜି ବିଜେଡିକୁ ତେରଚ୍ଛା ବାଣ ମାରିଛନ୍ତି।

Advertisment

ବିଜେଡି ନେତା ଶ୍ରୀ ସିଂ କହିଛନ୍ତି, ଆତ୍ମଘାତୀ ଗୋଲ୍‌ ହେଲେ ପରାଜୟ ସୁନିଶ୍ଚିତ। ଗୋଲ୍‌ କିପର ଯଦି ସ୍ଲିପର ସେଲ୍‌ ହବ, ତାହାହେଲେ କ’ଣ କରାଯାଇ ପାରିବ ବୋଲି ସେ କଟାକ୍ଷ କରି ପରୋକ୍ଷରେ ଦଲ ଉପରେ ନିଶାନା ସାଧିଛନ୍ତି।

ସେ ଆହୁରି କହିଛନ୍ତି, ରାଜନୀତି ହେଉଛି ସ୍ପୋର୍ଟ୍ସ ଭଳି ଟିମ୍‌ ଗେମ୍‌। ବହୁତ ଖେଳାଳି ବାହାରିଲେଣି। କିଣାବିକା ମଧ୍ୟ ବଢୁଛି। ଏହାହିଁ ଭବିଷ୍ୟତର ରାଜନୀତି। ଯେଉଁ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଠ ନେତାମାନେ ମତ ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କ ମତ ନୁହେଁ, ଲୋକଙ୍କ ମତ। ସଭାପତି ମଧ୍ୟ ତାକୁ ଖେଳୁଆଡ ମନୋଭାବରେ ନେବା ଆବଶ୍ୟକ ବୋଲି ଶ୍ରୀ ସିଂ କହିଛନ୍ତି।

Advertisment

ଭୂପିନ୍ଦର ସିଂଙ୍କ ବୟାନକୁ ସ୍ୱାଗତ କରିଛନ୍ତି ଅମର ପ୍ରସାଦ ଶତପଥୀ। ସେ କହିଛନ୍ତି, ଭୂପିନ୍ଦର ସିଂ ଜଣେ ଖେଳାଳି। ତାଙ୍କ ବିବୃତି ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ। ଆତ୍ମଘାତୀ ପାଇଁ ଦଳ ହାରିଲା। ଏହା ବୁଝିବା କ’ଣ ଆଉ ବାକି ଅଛି କି? ନବୀନବାବୁଙ୍କ ପାଇଁ ଏଥର କିଛି ସଙ୍କଟ ନଥିଲା। ହେଲେ ସବୁ ଥାଇ ଏମିତି କ’ଣ ହେଲା, ଯେଉଁଥିପାଇଁ ଦଳ ହାରିଲା ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଆଜି ପୁଣି ଥରେ ବିଜେଡି ନେତାଙ୍କୁ ଟାର୍ଗେଟ କରି ଅମର ଶତପଥୀ କହିଛନ୍ତି, ଜଣେ ବିଜେଡି ନେତା କହିଲେ ଏ ଭଳି ବିପର୍ଯ୍ୟୟ ଆସିଲେ ଡାଳପତ୍ର ଗଳି ପଡେ। ମୋ ମନକୁ ଗୋଟେ କଥା ଆସିଲା, ଆମେମାନେ ହେଲୁ, ଦୁବ ଘାସ। ଏବେ ନୂଆ ନୂଆ ରାଜନୀତିକୁ ଆସିଥିବା ବ୍ୟକ୍ତିଙ୍କ ଚେର କ’ଣ ଏଭଳି ମଜବୁଥ୍‌? ଗଛର ଚେର ହେଉଛି ଶକ୍ତି। ଯଦି ମୂଳ ଦୋହଲି ଯାଏ, ଡାଳ କଣ ହେବ ସେ ବାବଦରେ ସେମାନେ ଟିକେ ସଚେତନ ହେବା ଉଚିତ। ଦଳକୁ ସୁଧାରିବା ପାଇଁ ଯେଉଁମାନେ କହିଥିଲେ, ତାକୁ ଭିନ୍ନ ଦୃଷ୍ଟିରେ ଦେଖାଗଲା। ମୁଁ ହେଉଛି ଦୁବ ଘାସ। ସବୁ ପରିସ୍ଥିତିକୁ ସାମ୍ନା କରି ପାରିବି ବୋଲି ଅମର ଶତପଥୀ କହିଛନ୍ତି।.

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe