Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାର ଗିରଫ

ସ୍ୱାତୀ ମାଲିୱାଲ ବୈଭବ କୁମାରଙ୍କ ବିରୁଦ୍ଧରେ ଆଣିଥିବା ଅସଦାଚରଣ ଅଭିଯୋଗ କ୍ରମେ ଆଜି ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Swati Maliwal & Bibhav Kumar

Swati Maliwal & Bibhav Kumar

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାର ଗିରଫ। ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ କ୍ରମେ ଆଜି ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ସ୍ୱାତୀ ମାଲିୱାଲ ତାଙ୍କ ବିରଦ୍ଧରେ ଅସଦାଚରଣ ଅଭିଯୋଗ ଆଣିବାର ଦୁଇ ଦିନ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ।

Advertisment

ସୂଚନା ଅନୁସାରେ, ସ୍ୱାତୀ ମାଲିୱାଲ ବୈଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ମାଡ଼ ମାରିବାର ଅଭୋଯଗ ଆଣିଥିଲେ। ସେ ମେ' 13ରେ  ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ସମୟରେ ବୈଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ତାଙ୍କ ଛାତି ଓ ପେଟକୁ ଗୋଇଠା ମାରିଥିବା ଅଭିଯୋଗ କରିଥିଲେ। 

ଏହି ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ମାଲିୱାଲଙ୍କ ଡାକ୍ତରୀ ପରକ୍ଷା କରାଇଥିଲା। ପରୀକ୍ଷାରେ ତାଙ୍କ ଶରୀରରେ ମାଡ଼ ଦାଗ, ମୁହଁରେ ଆଭ୍ୟନ୍ତରୀଣ ଆଘାତ ଏବଂ ଗୋଡରେ ମଧ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ଆଜି ବୈଭବ କୁମାରଙ୍କୁ ଗିରଫ କରିଛି।

Advertisment

ସେପଟେ ବୈଭବ କୁମାର ମାଲିୱାଲଙ୍କ ବିପକ୍ଷରେ ପାଲଟା ଅଭିଯୋଗ ଆଣିଛନ୍ତି। ମାଲିୱାଲ ତାଙ୍କୁ ଅଶାଳୀନ ଭାଷା କହିବା ସହ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। 

Arvind Kejriwal Swati Maliwal Bibhav Kumar Bibhav Kumar Arrest