Advertisment

ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ

ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।

Kapil Mishra

Kapil Mishra

Advertisment

ଦିଲ୍ଲୀ ବିଜେପି ବିଧାୟକ ମୋହନ ସିଂହ ବିଷ୍ଟ ଦଳ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଗତ ଦିଲ୍ଲୀ ବିଧାନସଭାରେ ମୋହନ ସିଂହ ଜିତିଥିଲେ ହେଁ ଏଥର ଦଳ ତାଙ୍କ ଟିକେଟ କାଟି ଦେଇଛି। ତାଙ୍କ ବଦଳରେ ଆପରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।

Advertisment

ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।

୨୦୨୦ ବିଧାନସଭା ନିର୍ବାଚରେ ମୋହନ ସିଂହ ଆପ୍‌ର ଦୁର୍ଗେଶ ପାଠକଙ୍କୁ ହରାଇଥିଲେ। ହେଲେ ଏଥର ତାଙ୍କ ଟିକେଟ କଟି ଯାଇଛି। ଏଥିପାଇଁ ସେ ଦଳ ଉପରେ କ୍ଷୁବ୍ଧ ହୋଇ କରୱାଲ ଆସନରେ ହିଁ ସେ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ଜାନୁଆରୀ ୧୭ ପୂର୍ବରୁ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି।

Advertisment

ମୋହନ ସିଂହ କହିଛନ୍ତି, “ବିଜେପି ଭାବୁଛି ସେମାନେ ଯାହାଙ୍କୁ ପ୍ରାର୍ଥୀ କରିଦେବେ ଓ ସେ ଜିତି ଯିବେ? ଏହା ସବୁଠାରୁ ବଡ଼ ଭୁଲ। ବୁରାରୀ, କରୱାଲ ନଗର, ଘୋଣ୍ଡା, ସୀଲାମପୁର, ଗୋକଲପୁରୀ ଓ ନନ୍ଦ ନଗରୀ ସିଟର ରେଜଲ୍ଟ କ’ଣ ହେଉଛି, ସେକଥା ସମୟ କହିବ। ମୁଁ ଆଉ କୌଣସି ଅନ୍ୟ ଆସନରୁ ଲଢ଼ିବି ନାହିଁ। ମୁଁ ଜାନୁଆରୀ ୧୭ ପୂର୍ବରୁ କରୱାଲ ନଗର ଆସନରୁ ମୋର ନାମାଙ୍କନ ଦାଖଲ କରିବି।”

ଅନ୍ୟପକ୍ଷରେ ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କପିଲ ମିଶ୍ରା କରୱାଲା ନଗର ଆସନରେ ସେ ଜିତିବାକୁ ଯାଉଥିବା ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “କରୱାଲ ନଗର ଲୋକ ବେଶ ଉତ୍ସାହିତ ଓ ଆମେ ଏଠାରେ ବଡ଼ ବିଜୟ ହାସଲ କରିବୁ। ଦିଲ୍ଲୀରେ ପରିବର୍ତ୍ତନ ହାୱା ଚାଲିଛି। ଏଠାରେ ବିଜେପି ସରକାର ଗଠନ କରିବାକୁ ଯାଉଛି।”

୨୦୧୫ରେ କପିଲ ମିଶ୍ରା କରୱାଲ ନଗର ଆସନରୁ ଆପ୍‌ ନିକଟରେ ନିର୍ବାଚନ ଲଢ଼ିଥିଲେ। ସେ ବିଜେପିର ମୋହନ ସିଂହଙ୍କୁ ହରାଇଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାରରେ ସେ ଜଳ ସମ୍ପଦ ମନ୍ତ୍ରୀ ବି ହୋଇଥିଲେ। କିନ୍ତୁ ଆପ୍‌ ନେତୃବୃନ୍ଦଙ୍କୁ ସମାଲୋଚନା କରି ସେ ୨୦୧୯ରେ ବିଜେପିରେ ମିଶିଥିଲେ।

Bjp AAP Delhi Election Kapil Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe