Advertisment

ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ୪୦ ହଜାର ଟଙ୍କା ଲେଖାଏ ବଢ଼ିଲା

ମୁଖ୍ୟମନ୍ତ୍ରୀ ମମତା ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିବାରୁ ଏଣିକି ବିଧାୟକମାନେ ମାସକୁ ୫୦ ହଜାର ଟଙ୍କା ଲେଖାଏ ପାଇବେ

Salary

Salary

Advertisment

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ଏକାଥରକେ ମୋଟା ଆକାରରେ ବଢ଼ାଇଛନ୍ତି। ଆଜି ସେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ମାସିକ ୪୦ ହଜାର ଟଙ୍କା ଲେଖାଏ ବୃଦ୍ଧି କରାଯାଇଥିବା କହିଛନ୍ତି। ସମସ୍ତଙ୍କ ଦରମାକୁ ସେ ଗୋଟିଏ ନିକିତିରେ ତଉଲିବା ପରେ ସମସ୍ତଙ୍କ ଦରମା ସମାନ ମାତ୍ରାରେ ବଢ଼ାଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ମମତା ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିବାରୁ ଏଣିକି ବିଧାୟକମାନେ ମାସକୁ ୫୦ ହଜାର ଟଙ୍କା ଲେଖାଏ ପାଇବେ। ପୂର୍ବରୁ ସେମାନଙ୍କୁ ୧୦ ହଜାର ଟଙ୍କା ଦରମା ବାବଦରେ ମିଳୁଥିଲା। ସେହିପରି ରାଷ୍ଟ୍ରମନ୍ତ୍ରୀମାନଙ୍କ ଦରମା ୧୦,୯୦୦ ଟଙ୍କାରୁ ବଢ଼ି ୫୦,୯୦୦ ଟଙ୍କା ଓ କ୍ୟାବିନେଟ ମନ୍ତ୍ରୀମାନେ ମାସିକ ୧୧ ହଜାର ଟଙ୍କା ବଦଳରେ ୫୧ ହଜାର ଟଙ୍କା ଲେଖାଏ ପାଇବେ।

ଦରମା ବାଦ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ଏବଂ ଅନୁଦାନ ପରିମାଣ ସମାନ ରହିଛି।

Advertisment

ଏହାର ଅର୍ଥ ବିଧାୟକମାନେ ଦରମା ଓ ଭତ୍ତାକୁ ମିଶାଇ ଏଣିକି ମାସକୁ ୧.୨୧ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୮୧ ହଜାର ଟଙ୍କା ଲେଖାଏ ମିଳୁଥିଲା। ସେହିପରି ମନ୍ତ୍ରୀମାନେ ମାସକୁ ୧.୧୦ ଲକ୍ଷ ବଦଳରେ ପ୍ରାୟ ୧.୫୦ ଲକ୍ଷ ଟଙ୍କା ପାଇବେ।

ଗୁରୁବାର ରାଜ୍ୟ ବିଧାନସଭାରେ ମମତା ବାନାର୍ଜୀ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କ ଦରମା ଯଥେଷ୍ଟ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ବେଙ୍ଗଲୀ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ବଢ଼ା ଯାଇଥିବା ସେ କହିଛନ୍ତି।

West Bengal Salary Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe