ସିଦ୍ଦରମୈୟା ଓ ତାଙ୍କ ପୁଅ (ଫାଇଲ ଫଟୋ)
କର୍ଣ୍ଣାଟକା(Karnataka)ରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା(Siddaramaiah)ଙ୍କ ପୁଅ ଯତୀନ୍ଦ୍ର ବଡ଼ ବୟାନ ଦେଇଛନ୍ତି। ସିଦ୍ଦରମୈୟା ତାଙ୍କ ରାଜନୀତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ରହିଛନ୍ତି ଓ ଆଗକୁ ସେ କ୍ୟାବିନେଟ ସଦସ୍ୟ ସତୀଶ ଜାରକିହୋଲିଙ୍କ ମାର୍ଗଦର୍ଶକ ଭାବେ କାମ କରିବେ ବୋଲି କହିଛନ୍ତି ଯତୀନ୍ଦ୍ର ସିଦ୍ଦରମୈୟା କହିଛନ୍ତି। ତାଙ୍କର ଏହି ବୟାନକୁ ରାଜନୀତିକ ପଣ୍ଡିତମାନେ ବେଶ ଗୁରୁତ୍ୱର ସହ ନେଇଛନ୍ତି।
ସେମାନଙ୍କ କହିବା କଥା ଯେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ସିଦ୍ଦରମୈୟା। ଏବେ ତାଙ୍କ ଡେପୁଟି ଭାବେ କାମ କରୁଥିବା ଡିକେ ଶିବକୁମାର କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ଏନେଇ କଂଗ୍ରେସ କିମ୍ବା ସିଦ୍ଦରମୈୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଗତ ମାସରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁଥିବା ଖବରକୁ ଖଣ୍ଡନ କରିଥିଲେ। ସେ ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଦମ୍ଭୋକ୍ତି କରିଥିଲେ। ଏବେ କିନ୍ତୁ ତାଙ୍କ ପୁଅ ଯତୀନ୍ଦ୍ର ଏପରି ବୟାନ ଦେଇଛନ୍ତି।
ବର୍ତ୍ତମାନ କର୍ଣ୍ଣାଟକା ବିଧାନ ପରିଷଦର ସଦସ୍ୟ ରହିଥିବା ଯତୀନ୍ଦ୍ର ବେଲଗାଭିରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ୟାବିନେଟ ମନ୍ତ୍ରୀ ତଥା ସିଦ୍ଦରମୈୟାଙ୍କ ଅତ୍ୟନ୍ତ ଘନିଷ୍ଠ ଜାରକିହୋଲି ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ସମୟରେ ଯତୀନ୍ଦ୍ର କହିଛନ୍ତି, “ମୋ ବାପା ତାଙ୍କ ରାଜନୀତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି। ଏହି ସମୟରେ ତାଙ୍କୁ ଗୋଟିଏ ସଶକ୍ତ ବିଚାରଧାରା ଓ ବିକାଶ ମାନସିକତା ରଖିଥିବା ଜଣେ ନେତାଙ୍କ ଆବଶ୍ୟକ। ସେଭଳି ନେତାଙ୍କ ସେ ମାର୍ଗଦର୍ଶକ ଭାବେ କାମ କରିବେ।
ଜାରକିହୋଲି ଏମିତି ଜଣେ ବ୍ୟକ୍ତି ଯିଏ କଂଗ୍ରେସ ଦଳ ବିଚାରଧାରାକୁ ବଜାୟୀ ରଖିପାରିବେ ଓ ବେଶ ପ୍ରଭାବଶାଳୀ ଭାବେ ଦଳର ନେତୃତ୍ୱ ନେଇପାରିବେ। ଏପରି ବିଚାରଧାର ରଖିଥିବା ଲୋକ ଅତ୍ୟନ୍ତ ବିରଳ ଓ ମୋର ଆଶା ସେ ନିଜ ଭଲ କାମ ଜାରି ରଖିବେ।” ଯତୀନ୍ଦ୍ରଙ୍କ ଏପରି ବୟାନକୁ ନେଇ ପୂରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କୁହାଯାଉଛି ଯେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ମଧ୍ୟ ନିଜ ପାଖରେ ସବୁ କ୍ଷମତା ରଖିବେ। ଖାସ ସେଥିପାଇଁ ତାଙ୍କ ପୁଅ ମାର୍ଗଦର୍ଶକ ଶବ୍ଦର ପ୍ରୟୋଗ କରି ଏହାର ସଙ୍କେତ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/22/sidda-2025-10-22-17-07-14.jpg)