Advertisment

ମାତ୍ର ୧୪୦ ଖଣ୍ଡ ଭୋଟ ପାଇଲେ ଏଜାଜ ଖାନ, ନୋଟା ଠାରୁ ୬ ଗୁଣ କମ

ସୋଶାଲ ମିଡିଆରେ ତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ୧୫୦ଟି ଭୋଟ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କ ନାଟରୁ ନୋଟାକୁ ଅଧିକ ଭୋଟ ମିଳିଛି।

ajaz Khan

ajaz Khan

Advertisment

ବିଗବସ୍‌ ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତା ଏଜାଜ ଖାନଙ୍କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ସୋଶାଲ ମିଡିଆରେ ତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ୧୫୦ଟି ଭୋଟ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କ ନାଟରୁ ନୋଟାକୁ ଅଧିକ ଭୋଟ ମିଳିଛି।

Advertisment

ଏଜାଜ ଖାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଜରିଆରେ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଆଜାଦ ସମାଇ ପାର୍ଟି(କଂଶୀ ରାମ)ରୁ ଟିକେଟ ପାଇ ବେରସୋଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ଏଠାରେ ତାଙ୍କୁ ମୋଟ ୧୪୦ ଖଣ୍ଡ ଭୋଟ ମିଳିଛି।

ଇନଷ୍ଟାଗ୍ରାମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ୫.୬ ମିଲିୟନ ରହିଥିଲେ ହେଁ ନିର୍ବାଚନରେ ତାଙ୍କୁ କେହି ବି ପସନ୍ଦ କରି ନାହାନ୍ତି। ହାରୁନ ଖାନ ବେରସୋଭା ନିର୍ବାଚନ ମଣ୍ଡଳରେ ୫୯, ୭୬୬ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାକୁ ୧୧୨୪ ଖଣ୍ଡ ଭୋଟ ମିଳିଛି। ଏହାର ଅର୍ଥ ଏଜାଜ ଖାନ ନୋଟା ଠାରୁ ୬ ଗୁଣ କମ ଭୋଟ ପାଇଁ ଅମାନତ ହରାଇଛନ୍ତି।

Advertisment

ବେରସୋଭା ହେଉଛି କଂଗ୍ରେସର ପାରମ୍ପରିକ ଆସନ। ହେଲେ ଏଥର କଂଗ୍ରେସ ବଦଳରେ ସହଯୋଗୀ ଉଦ୍ଧବ ଠାକରେଙ୍କ ଶିବସେନା ଏଠାରେ ହାରୁନ ଖାନଙ୍କୁ ପ୍ରାର୍ଥୀ କରିଥିଲେ। ଏଠାରେ ୨୦୨୪ରେ ମୋଟ ୧୬ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ଶିବସେନା(ଉଦ୍ଧବ ଠାକରେ)ର ହାରୁନ ଖାନ ଏଠାରେ ବିଜୟୀ ହେବାକୁ ଯାଉଛନ୍ତି।

Maharashtra Eelection 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe