Advertisment

Bihar Election: ପ୍ରଥମ ପର୍ଯ୍ୟାୟରେ ରେକର୍ଡ ମତଦାନ: ୧୨୧ ଆସନ ପାଇଁ ଭୋଟିଂ ଶେଷ

ପ୍ରଥମ ପର୍ଯ୍ୟାରେ ବିହାର ଦେଖିଛି ରେକର୍ଡ ସଂଖ୍ୟକ ମତଦାନ। ବିହାରରେ ଭୋଟିଂ ହାର ୬୪.୪୬% ରେକର୍ଡ ହୋଇଥିଲା। ଏହା ୨୦୨୦ ତୁଳନାରେ ଯଥେଷ୍ଟ ଅଧିକ। କିଛି ସ୍ଥାନରେ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଜାରି ରହିଛି ତେଣୁ ଭୋଟ ହାର ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି।

Bihar1

ବିହାର ନିର୍ବାଚନ

Advertisment

ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ବିଭିନ୍ନ ବୁଥରେ ପହଞ୍ଚି ବିହାରବାସୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କିଛି ବୁଥରେ ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟା ୫ଟାରୁ ଭୋଟ ଗ୍ରହଣ ଶେଷ ହୋଇଥିଲା। ସେହିପରି କିଛ ବୁଥରେ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ପାଇଁ ହୋଇଛି। ମତଦାନ ପରେ ବହୁ ହେଭିୱେଟଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। 

Advertisment

ପ୍ରଥମ ପର୍ଯ୍ୟାରେ ବିହାର ଦେଖିଛି ରେକର୍ଡ ସଂଖ୍ୟକ ମତଦାନ। ବିହାରରେ ଭୋଟିଂ ହାର ୬୪.୪୬% ରେକର୍ଡ ହୋଇଥିଲା। ଏହା ୨୦୨୦ ତୁଳନାରେ ଯଥେଷ୍ଟ ଅଧିକ। କିଛି ସ୍ଥାନରେ ସନ୍ଧ୍ୟା ୬ଟା ପରେ ମଧ୍ୟ ମତଦାନ ଜାରି ରହିଛି ତେଣୁ ଭୋଟ ହାର ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି।

୨୦୨୦ରେ ହୋଇଥିବା ନିର୍ବାଚନର ଭୋଟିଂ ହାର ତୁଳନାରେ ଚଳିତ ବର୍ଷ ପ୍ରାୟ ୧୦% ମତଦାନ ହୋଇଛି। ୨୦୨୦ର ପ୍ରଥମ ପର୍ଯ୍ୟାୟର ମତାଦାନ ହାର ୫୬.୧% ରହିଥିଲା। 

Advertisment

ନିର୍ବାଚନ କମିଶନ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ବିହାରର ୧୨୧ ଆସନରେ ୬୪.୪୬% ଭୋଟିଂ ହୋଇଛି। ଧାର୍ଯ୍ୟ ସମୟ ପରେ କିଛି ବୁଥରେ ଲୋକଙ୍କ ଭିଡ଼ ରହିଥିଲା। ତେଣୁ ସେଠାରେ ଅପେକ୍ଷା କରିଥିବା ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ଯାଏ ଭୋଟିଂ ଜାରି ରହିବ। 

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଓ ତାଙ୍କ ଠାରୁ ଅଲଗା ହୋଇ ସାରିଥିବା ବଡ଼ ଭାଇ ତେଜ ପ୍ରତାପଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଯାଇଛି। ୨୦୨୦ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ପ୍ରଥମ ପର୍ଯ୍ୟାୟର ୧୨୧ ଆସନରୁ ୬୩ଟିରେ ଜିତିଥିଲା। ବିଜେପି ନେତୃତ୍ୱାଧୀନ ଏନଡିଏ ୫୩ଟିରେ ବାଜିମାତ କରିଥିଲେ।

ଏବେ ଇତିହାସର ପୁନରାବୃତ୍ତି ହେଉଛି କି ନାହିଁ, ସେକଥା ନଭେମ୍ବର ୧୪ରେ ଜଣାପଡ଼ିଛି। କାରଣ ବିହାରରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୧ରେ ଅନୁଷ୍ଠିତ ହେବ। ଏହାପରେ ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

ପ୍ରଥମ ପର୍ଯ୍ୟାୟ(Bihar Election)ରେ ରାଘୋପୁର ଆସନରେ ମତଦାନ ଶେଷ ହୋଇଛି। ଏଠାରେ ତେଜସ୍ୱୀ ହ୍ୟାଟ୍ରିକ ବିଜୟ ଅପେକ୍ଷାରେ ରହିଛନ୍ତି। ମହୁଆରୁ ତେଜପ୍ରତାପ ଓ ତାରାପୁରରୁ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିର୍ବାଚନ ଲଢ଼ୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଆସନରେ ଭୋଟିଂ ହୋଇଛି। 

ଏମାନଙ୍କ ବ୍ୟତୀତ ଲୋକ ଗାୟିକା ମୈଥିଲୀ ଠାକୁର ବିଜେପି ଟିକେଟରୁ ଅଲୀନଗର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଠାକୁର ହେଉଛନ୍ତି ବିଜେପିର ସର୍ବକନିଷ୍ଠ ପ୍ରାର୍ଥୀ। ଭୋଜପୁରୀ ସୁପଷ୍ଟାର କେଶରୀ ଲାଲ ଯାଦବଙ୍କ ଆରଜେଡି ଟିକେଟରୁ ଛପ୍ରା ଆସନରୁ ଲଢ଼ୁଥିବା ବେଳେ ରିତେଶ ପାଣ୍ଡେ କାରଘର ଆସନରୁ ଜନ ସୂରାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ଏହି ସବୁ ଆସନରେ ବି ମତଦାନ ଆଜି ଶେଷ ହୋଇଛି। 

Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe