Advertisment

ବିହାର ବିଧାନସଭାରେ ପାସ୍‌ ହେଲା ୬୫% ସଂରକ୍ଷଣ ବିଲ୍‌

ବିରୋଧୀ ଦଳ ବିଜେପି ମଧ୍ୟ ଏହି ବିଲ୍‌କୁ ସମର୍ଥନ ଜଣାଇଛି।

ଅଦ୍ୟତନ ହୋଇଛି
Nitish Kumar

Nitish Kumar

Advertisment

ଗୁରୁବାର ବିହାର ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ଆଗତ କରାଯାଇଛି। ଏହି ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି।

Advertisment

ଏହି ବିଲ୍‌ ମୁତାବକ ବିହାରରେ ବର୍ତ୍ତମାନ ରାଜ୍ୟର ଖାଲିଥିବା ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ୨ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ। ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ। ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପୂର୍ବରୁ ପ୍ରଯୁଜ୍ୟ ରହିଛି। ମୋଟାମୋଟି ଭାବେ, ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ପରିସର ବର୍ତ୍ତମାନ ୭୫ ପ୍ରତିଶତ ରହିବ।

ବିହାର ବିଧାନସଭାରେ ଜାତି ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ କ୍ୟାବିନେଟ ମଙ୍ଗଳବାର ଦିନ ରାଜ୍ୟରେ ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ ଏବଂ ଆର୍ଥିକ ରୂପେ ଦୁର୍ବଳ ବିଭାଗ (EWS) ପାଇଁ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା। ବିହାର ବିଧାନସଭାର ବର୍ତ୍ତମାନର ଅଧିବେଶନରେ ଏହା ଉପରେ ଏକ ବିଲ୍ ଅଣାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଏସସି-ଏସଟି) ତଥା ରାଜ୍ୟର ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଅତ୍ୟଧିକ ପଛୁଆ ବର୍ଗର ସଂରକ୍ଷଣକୁ ନିର୍ଦ୍ଧାରିତ ୫୦ ପ୍ରତିଶତରୁ ୬୫ ପ୍ରତିଶତ ଯାଏଁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ପ୍ରସ୍ତାବ ରଖିଥିଲେ। ଏହାପରେ ଏବେ ଏହି ବିଲ୍‌କୁ ଆଗତ କରାଯାଇଛି।

Advertisment

ବିରୋଧୀ ଦଳ ବିଜେପି ମଧ୍ୟ ଏହି ବିଲ୍‌କୁ ସମର୍ଥନ ଜଣାଇଛି। ବର୍ତ୍ତମାନ ଏହି ବିଲ୍ ବିଧାନ ପରିଷଦରେ ରଖାଯିବ, ଏହା ପାସ୍‌ ହେବା ପରେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।

ସେପଟେ କେନ୍ଦ୍ର ସରକାର ମଧ୍ୟ ଜାତିଗତ ଗଣନା କରିବା ଉଚିତ ବୋଲି ବିଧାନସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଏଥିସହ ସଂରକ୍ଷଣ ବୃଦ୍ଧି କରିବାକୁ ସେ କେନ୍ଦ୍ରକୁ ଦାବି କରିଛନ୍ତି। ଗୃହରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ନୀତୀଶ ଦୋହରାଇଛନ୍ତି।

Bihar Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe