Advertisment

ନଭେମ୍ବର ୫ରୁ ୩ଟି ପର୍ଯ୍ୟାୟରେ ହୋଇପାରେ ବିହାର ବିଧାନସଭା ନିର୍ବାଚନ

ବିହାର ବିଧାନସଭାର କାର୍ଯ୍ୟକାଳ ୨୦୨୫ ନଭେମ୍ବର ୨୨ରେ ଶେଷ ହେବ।

Bihar

Bihar

Advertisment

ବିହାର ବିଧାନସଭା ନିର୍ବାଚନ ପାଇଁ ଏଯାଏ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିନାହାନ୍ତି। କିନ୍ତୁ ଏଥିପାଇଁ ଜୋରସୋରରେ ଚାଲିଛି। କୁହାଯାଉଛି ଯେ ବିହାର ବିଧାନସଭା ପାଇଁ ଭୋଟିଂ ଅକ୍ଟୋବର ୨୮ ଛଟ ପୂଜା ପରେ ଅନୁଷ୍ଠିତ ହେବ। ନଭେମ୍ବର ୫ରୁ ୧୫ ମଧ୍ୟରେ ଏଠାରେ ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି। ସେହିପରି ୩ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୪୩ଟି ଆସନରେ ମତଦାନ ହେବ।

Advertisment

ବର୍ତ୍ତମାନ ସକ୍ରିୟ ଥିବା ବିହାର ବିଧାନସଭାର କାର୍ଯ୍ୟକାଳ ୨୦୨୫ ନଭେମ୍ବର ୨୨ରେ ଶେଷ ହେବ। ଏହି ତାରିଖ ପୂର୍ବରୁ ରାଜ୍ୟରେ ମତଦାନ ଦେଶ କରିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ସପ୍ତାହରେ ତୃରମୂଳ ସ୍ଥିତିର ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବିହାର ଗସ୍ତ କରିବେ।

ନିର୍ବାଚନ ପ୍ରସ୍ତୁତି ସହ ଏସଆଇଆର ପରେ ପ୍ରସ୍ତୁତ ହେଉଥିବା ଭୋଟର ତାଲିକାର ସମୀକ୍ଷା କରିବେ। ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସମ୍ଭବତଃ ଏହାପରେ ନିର୍ବାଚନ ତାରିଖ ଘୋଷଣା କରିବେ ଜ୍ଞାନେଶ କୁମାର।

Advertisment

ଏସଆଇଆରର ଡ୍ରାଫ୍ଟ ତାଲିକାରୁ ୬୫ ଲକ୍ଷ ଲୋକଙ୍କ ନାଁ ବାଦ ପଡ଼ିଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରୁଥିବା ବେଳେ ଏସଆଇଆର ପ୍ରସ୍ତୁତିରେ ତ୍ରୁଟି ଧରାପଡ଼ିଲେ ପୂରା ପ୍ରକ୍ରିୟାକୁ ରଦ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

୨୦୨୦ରେ ବିହାରରେ ୩ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଅକ୍ଟୋବର ୨୮ଟିରେ ୭୧ଟି, ନଭେମ୍ବର ୩ରେ ୯୪ଟି ଓ ନଭେମ୍ବର ୭ରେ ବାକି ୭୮ଟି ଆସନରେ ଲୋକମାନେ ମତାଧିକାର ସାବ୍ୟସ୍ତ କରିଥିଲେ। ସେହିପରି ନଭେମ୍ବର ୧୦ରେ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିର ମଧ୍ୟ ୩ଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ଜଣାପଡ଼ିଛି।

ବିହାର ବିଧାନସଭାରେ ବିଜେପି ୮୦, ଜେଡିୟୁ ୪୫, ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା(ସେକ୍ୟୁଲାର)୪ଟି ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଏନଡିଏ ସରକାର ଗଠନ କରିଛି। ଇଣ୍ଡିଆ ବ୍ଲକର ଆରଜେଡିର ୭୭ଟି, କଂଗ୍ରେସର ୧୯ଟି, ସିପିଆଇ(ଏମଏଲ) ୧୧ଟି, ସିପିଆଇ(ଏମ) ୨ଟି ଓ ସିପିଆଇ ୨ଟି ଆସନ ଜିତିଥିଲେ।

Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe