Advertisment

ବିହାର ଉପ-ମୁଖ୍ୟମନ୍ତ୍ରୀ ପାଇଁ ଦୁଇ ଜଣଙ୍କ ନାଁ ଦେଲା ବିଜେପି

ବିଜୟ ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ନିଷ୍ପତ୍ତି ନେଇଛି।

author-image
Madhupriya Mistry
samrat-chaudhary and vijay-sinha

samrat-chaudhary and vijay-sinha

ବିହାର ରାଜନୀତିରେ ଜାରି ରହିଛି ହଲଚଲ। ସାରା ଦେଶର ନଜର ଏବେ ବିହାର ଉପରେ ରହିଛି। ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଇସ୍ତଫା ଦେଇସାରିଛନ୍ତି। ଆଜି ଅପରାହ୍ଣ ୫ଟା ସୁଦ୍ଧା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ବିହାର ରାଜନୀତିରେ ଚାଲିଥିବା ଅଶାନ୍ତି ଭିତରେ ବଜେପି ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛି। ଚଳିତ ସିଜନରେ ୨ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଛି।

Advertisment

ଗତଥର ବିଜେପି ତାରକେଶ୍ୱର ପ୍ରସାଦ ଏବଂ ପଛୁଆ ଜାତିରୁ ଆସିଥିବା ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିବାବେଳେ ଏଥର ଭୁମିହାର ସମ୍ପ୍ରଦାୟରୁ ଆସିଥିବା ବିଜୟ ସିହ୍ନା ଏବଂ ପଛୁଆ ଜାତିର ସମ୍ରାଟ ଚୌଧୁରୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିବା ବେଳେ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ନିର୍ବାଚିତ କରାଯାଇଥିବା ସୂଚନା ମିଳିଛି।

ସମ୍ରାଟ ଚୌଧୁରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, 'ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ... ସରକାରରେ କାମ କରିବା ପାଇଁ ବିଧାନସଭା ଦଳର ନେତା ଭାବରେ ମୋତେ ଚୟନ କରାଯାଇଛି। ଯେତେବେଳେ ବିହାରର ବିକାଶ ତଥା ଲାଲୁ ପ୍ରସାଦଙ୍କ ଆତଙ୍କକୁ ଦୂର କରିବା ପାଇଁ ନୀତୀଶ ଜୀଙ୍କ ପ୍ରସ୍ତାବ ପାଇଥିଲୁ, ସେତେବେଳେ ଆମେ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲୁ।'

Advertisment

ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ରାଜନୈତିକ ସମୀକରଣ ବଦଳିଯାଇଛି। ବର୍ତ୍ତମାନ ଜେଡିୟୁ, ହମ ଏବଂ ବିଜେପି ସହିତ ମିଶି ଏକ ନୂଆ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।

Nitish Kumar Resigns Vijay Sinha Samrat Chaudhary Bihar Politics