Advertisment

ଆଜି ଆସ୍ଥା ଭୋଟର ସାମ୍ନା କରିବେ ନୀତୀଶ କୁମାର

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ।

author-image
Debibandita Barick
Nitish Kumar

Nitish Kumar

ନିକଟରେ ବିହାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାରଙ୍କ ପାଇଁ ଆଜି ଭାଗ୍ୟ ପରୀକ୍ଷା। ଆରଜେଡି ଛାଡି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଆଜି ଆସ୍ଥା ଭୋଟର ସାମ୍ନା କରିବେ। ଆସ୍ଥା ଭୋଟରେ ବିଜୟୀ ହେଲେ ବିଦ୍ଧିବଦ୍ଧ ଭାବେ ସରକାର ଗଢିବେ ନୀତୀଶ କୁମାର।

Advertisment

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ। ବିଜେପି-ଜେଡି (ୟୁ) ମେଣ୍ଟ ପାଖରେ ୧୨୮ ସଦସ୍ୟ ଥିବା ଦାବି କରାଯାଉଛି।

ବିଜେପି ପାଖରେ ୭୮ଟି ଆସନ ଥିବାବେଳେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ, ଜେଡି (ୟୁ) ପାଖରେ ୪୫ ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚଏଏମ) ପାଖରେ ଚାରିଟି ଆସନ ରହିଛି। ଅବଶିଷ୍ଟ ଆସନଟି ଜଣେ ସ୍ୱାଧୀନ ବିଧାୟକଙ୍କ ପାଖରେ ଅଛି। 

Advertisment

ଅନ୍ୟପଟେ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ସହଯୋଗୀ କଂଗ୍ରେସ ୧୧୪ ଟି ଆସନ ପାଇଛନ୍ତି। ନୀତୀଶଙ୍କୁ ସରକାର ଗଢିବାକୁ ହେଲେ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଆଜି ବିହାର ବିଧାନସଭାରେ ବଜେଟ୍ ଅଧିବେଶନ ବସିବ। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସ୍ଥା ଭୋଟରେ ସମ୍ମୁଖୀନ କରିବେ। ତେବେ କେତେ ଜଣ ବିଧାୟକଙ୍କ ସମର୍ଥନ ନୀତୀଶଙ୍କ ସହ ରହୁଛି, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। 

Bjp Nitish Kumar Bihar Politics JDU RJD BIhar CM Bihar Trust Vote