କୁଟ୍ଟେ ଓ ଆଶିଷ ସିଂଙ୍କୁ ନେଇ କିଭଳି ଡିଲ୍ ହୋଇଛି, ମୁଖ୍ୟମନ୍ତ୍ରୀ ଦିଅନ୍ତୁ ସ୍ପଷ୍ଟୀକରଣ: ବିଜୟ

ଏହି ଦୁଇ ଅଫିସରଙ୍କ ଦ୍ୱାରା ବିଜେପି ନେତାମାନେ ସର୍ବାଧିକ ନିର୍ଯାତନା ପାଇଛନ୍ତି। କିନ୍ତୁ ବିଜେପି ସରକାର ଏହି ଦୁଇ ଅଫିସରଙ୍କୁ ଦୋଷମୁକ୍ତ କରିଦେଲେ ବୋଲି ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର।

Bijay Mohapatra (File Photo)

ବିଜୟ ମହାପାତ୍ର (ଫାଇଲ୍ ଫଟୋ)

Ordigital Desk
  • Published: Friday, 13 December 2024
  • Updated: 13 December 2024, 08:28 PM IST

Sports

Latest News

ଦୁଇ ବିବାଦୀୟ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯିବା ପଛରେ ବଡ଼ଧରଣର ଡିଲ୍ ହୋଇଛି। ଯେଉଁ ଦୁଇ ଅଫିସରଙ୍କ ଦ୍ୱାରା ବିଜେପି ନେତାମାନେ ସର୍ବାଧିକ ନିର୍ଯାତନା ପାଇଛନ୍ତି ଆଉ ନିର୍ବାଚନ କମିଶନ ଚାର୍ଜସିଟ୍ କରିବା ପାଇଁ କହିଥିଲେ, ସେହି ଉଭୟଙ୍କୁ ରାଜ୍ୟର ବିଜେପି ସରକାର ପୁରସ୍କୃତ କରିଛନ୍ତି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ଓ ଏ ସରକାର ଏତେ ତଳସ୍ତରକୁ ଖସିଯିବ ବୋଲି ଆଶା ନଥିଲା। ଆଜି ଏଭଳି ଢଙ୍ଗରେ ବିଜେପି ସରକାର ଉପରେ ବରିଷ୍ଠ ନେତା ବିଜୟ ମହାପାତ୍ର ବର୍ଷିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ରାଜ୍ୟ ସରକାର କେନ୍ଦ୍ରକୁ ଡେପୁଟେସନରେ ପଠାଇବା ପଛରେ ଡିଲ୍ ହୋଇଛି। ନିର୍ବାଚନ କମିଶନ ଏହି ଦୁଇ ଅଫିସରଙ୍କ ବିରୋଧରେ ଚାର୍ଜସିଟ୍ ପାଇଁ କହିଥିଲେ। ଏହି ଦୁଇ ଅଫିସରଙ୍କ ଦ୍ୱାରା ବିଜେପି ନେତାମାନେ ସର୍ବାଧିକ ନିର୍ଯାତନା ପାଇଛନ୍ତି। ଖୋର୍ଦ୍ଧା ବିଧାୟକଙ୍କୁ ଜେଲରେ ପଠାଗଲା। ସେମାନେ କରିଥିବା ଦୋଷର ବହୁ ପ୍ରମାଣ ରହିଛି। କିନ୍ତୁ ରାଜ୍ୟର ବିଜେପି ସରକାର ଏହି ଦୁଇ ଅଫିସରଙ୍କୁ ଦୋଷମୁକ୍ତ କରିଦେଲେ। ଆଉ ସର୍ବଭାରତୀୟ ସେବା ରୁଲ୍ ଅନୁସାରେ କେନ୍ଦ୍ର ସରକାର ଡେପୁଟେସନରେ ନେବା ପାଇଁ ଯେଉଁ ଅଫର ଲିଷ୍ଟ ମାଗିଲେ, ରାଜ୍ୟ ସରକାର ଏହି ଦୁଇ ଅଫିସରଙ୍କ ନାଁ ହିଁ ଡେପୁଟେସନରେ ଯିବା ପାଇଁ ପଠାଇଲେ।

Also Read

ଏହି ଦୁଇ ଅଫିସର ନିର୍ବାଚନ ସମୟରେ ଅନିୟମିତତା କରିଥିବାରୁ ସେମାନଙ୍କ ବିରୋଧରେ ଚାର୍ଜସିଟ୍ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟର ବିଜେପି ସରକାର ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ତ ଦୂରର କଥା ତଦନ୍ତକାରୀ ଅଫିସର ମଧ୍ୟ ଏପର୍ଯ୍ୟନ୍ତ ନିଯୁକ୍ତି ଦେଇନାହାନ୍ତି। କୁଟ୍ଟେଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥିଲା। ସରକାର ବି କହିଥିଲେ ଯେ କଠୋର ଦଣ୍ଡ ଦେବୁ। କିନ୍ତୁ ବିପରୀତ କାର୍ଯ୍ୟ କଲେ। ଏଥରୁ ଜଣାପଡ଼ୁଛି ଏ ସରକାର କିଭଳି ଚାଲୁଛି। ସମସ୍ତଙ୍କ ବିରୋଧରେ ତଦନ୍ତ ଚାଲୁଛି କହୁଛନ୍ତି। କିନ୍ତୁ ତଦନ୍ତ ରିପୋର୍ଟ ଆସୁନି କିମ୍ବା କାହା ବିରୋଧରେ ଆକ୍ସନ ହେଉନି ବୋଲି ବିଜୟ ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏସବୁ ଘଟଣାରୁ ସ୍ପଷ୍ଟ ହେଉଛି ଯେ ଦୁଇ ଅଫିସର କୁଟ୍ଟେ ଓ ଆଶିଷ ସିଂଙ୍କୁ ଦିଲ୍ଲୀ ଛାଡ଼ିବା ଘଟଣା ପଛରେ ଡିଲ୍ ହୋଇଛି। ତଦନ୍ତ କାହିଁକି ହେଲାନି, କାହିଁକି ସେମାନଙ୍କୁ ପୁରସ୍କୃତ କରଗଲା, କେମିତି ସରକାର ଉଭୟଙ୍କୁ ଏନଓସି ଦେଲେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି। ଏହି ଅଫିସର ପୁରସ୍କୃତ ହେଲେ, କିନ୍ତୁ ନେତାମାନେ ଫସିଗଲେ। ଖୋର୍ଦ୍ଧାର ବର୍ତ୍ତମାନର ବିଧାୟକଙ୍କୁ ଜେଲରେ ପୁରାଗଲା। କୁଟ୍ଟେଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ତା’ର ତଦନ୍ତ ହେଲାନି, ଆଉ ଉଭୟଙ୍କୁ କ୍ଲିନଚିଟ୍ ଦେଇ ଦିଲ୍ଲୀ ପଠାଇ ଦିଆଗଲା। ଏହା ଡିଲ୍ ନୁହେଁ ତ ଆଉ କ’ଣ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଓଡ଼ିଶା ଇତିହାସରେ ଏଭଳି ଘଟଣା ପ୍ରଥମଥର ପାଇଁ ହୋଇଛି। ଏ ସରକାର ଏତେ ତଳସ୍ତରକୁ ଖସିଯିବ ବୋଲି ଆଶା କରାଯାଉନଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ବିଜୟ ମହାପାତ୍ର ଯାହା କହିଛନ୍ତି ତାହା ହେଉଛି ସଇତାନର ବେଦପାଠ। ଯିଏ କହୁଛି ଡିଲ୍ ହୋଇଛି ସେମାନେ ଡିଲ୍ କରିଛନ୍ତି। ଆମ ଦଳ କାହା ସହ ଡିଲ୍ କରିନାହିଁ। ଓଡ଼ିଶାବାସୀ ଆମକୁ ଭରସାକୁ ନେଇ ସରକାରରେ ବସାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଶାସନକାଳରେ ରାଜନୈତିକ ନିଷ୍ପତ୍ତି ଓ କ୍ଷମତାର କେନ୍ଦ୍ରବିନ୍ଦୁ ଥିବା ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ବିରୋଧରେ ନିର୍ବାଚନବେଳେ କ୍ଷମତାର ଦୁରୂପଯୋଗ କରୁଥିବା, ଚାପ ଓ ଧମକ ଦେଉଥିବା ନେଇ ଦୁଇ ଆଇଏଏସ୍ ଅଫିସର ଚଂଚଳ ରାଣା ଓ ଏନ୍ ଥିରୁମାଳା ନାଏକ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ମୋହନ ସରକାର ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ତାହା ଏବେବି ରହସ୍ୟମୟ ହୋଇରହିଛି। ଏପରିକି ନିର୍ବାଚନ କମିଶନ ମଧ୍ୟ କୁଟ୍ଟେଙ୍କୁ ନିଲମ୍ବନ କରି ତାଙ୍କ ବିରୋଧରେ ଚାର୍ଜସିଟ୍ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଜେପି ସରକାର ଆସିବା ପରେ କୁଟ୍ଟେଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସମସ୍ତେ ଭାବିଥିଲେ, କିନ୍ତୁ ରାଜ୍ୟ ସରକାର ଓଲଟା ତାଙ୍କୁ କେନ୍ଦ୍ରକୁ ଡେପୁଟେସନରେ ପଠାଇ କ୍ଲିନଚିଟ୍ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story