Advertisment

‘ସରକାରକୁ ଯିଏ ଆସିବ ଏସ୍‌ଏଚ୍‌ଜିକୁ ସିଏ ଟଙ୍କା ଦେବ’

ଦଳର ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳଙ୍କୁ ସେ ଆଜି ଭେଟିବା ପରେ ଗଣମାଧ୍ୟକୁ ସେ ଏହି ମତ ଦେଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Congress leader Bijay Patnaik

Congress leader Bijay Patnaik

ସରକାରକୁ ଯିଏ ଆସିବ ସିଏ ଏସ୍‌ଏଚ୍‌ଜିମାନଙ୍କୁ ଟଙ୍କା ଦେବ। ସେଥିରେ ବାହାଦୂରୀ କିଛି ନାହିଁ । ଏପର୍ଯ୍ୟନ୍ତ ଏସ୍‌ଏଚ୍‌ଜିର ମହିଳାମାନେ ନିଜ ଗୋଡ଼ରେ ଠିଆ ହୋଇନାହାନ୍ତି। ତେଣୁ ସେମାନେ ସ୍ୱାବଲମ୍ବି ଓ ସଶକ୍ତିକରଣ କେମିତି ହେଲେ। ଏସ୍‌ଏଚ୍‌ଜିମାନଙ୍କୁ ସରକାର ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିବା ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନବାଗତ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆଭିଯୋଗ ଦୋହରାଇ ଆଜି ଏହା କହିଛନ୍ତି। ଦଳର ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳଙ୍କୁ ସେ ଆଜି ଭେଟିବା ପରେ ଗଣମାଧ୍ୟକୁ ସେ ଏହି ମତ ଦେଇଛନ୍ତି। ଏହି ଭେଟଘାଟକୁ ସୌଜନମୂଳକ ସାକ୍ଷାତ ବୋଲି କହିବା ସହ ମନୋଜ ମିଶ୍ରଙ୍କୁ ସରକାର ଆଇଟି ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ ଭୁଲ୍ ନିଷ୍ପତ୍ତି ବୋଲି ମତ ଦେଇଛନ୍ତି। ଯାହାକୁ ନେଇ ସରକାରଙ୍କ ପଦକ୍ଷେପ ପୁଣି ଆଲୋଚନା ଘେରକୁ ଆସିଛି।

Advertisment

ଏସଏଚଜି ମହିଳାମାନଙ୍କୁ ସରକାରୀ ଦଳ ଭୋଟବ୍ୟାଙ୍କ ଭାବେ ବ୍ୟବହାର କରିବା ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକଙ୍କ କହିଛନ୍ତି, ମହିଳାଙ୍କ ପାଇଁ ଯାହା ହେଉଛି ଯଥେଷ୍ଟ ନୁହେଁ। ଯେତେ ପର୍ଯ୍ୟନ୍ତ ଏସ୍‌ଏଚ୍‌ଜିରେ ସାମିଲ ମହିଳାମାନେ ସ୍ଵାବଳମ୍ବୀ ହୋଇନାହାନ୍ତି ଟଙ୍କା ରୋଜଗାର କରି ନାହାନ୍ତି, ସଶକ୍ତିକରଣ ହେଲେ କେମିତି। ସେମାନେ ତ ସବୁବେଳେ ସରକାରଙ୍କ ହାତ ଟେକା ଟଙ୍କା ଉପରେ ନିର୍ଭରଶୀଳ ରହିଲେ। ଏସଏଚଜିକୁ ଟଙ୍କା ଦେବାରେ କିଛି ବାହାଦୂରୀ ନାହିଁ। ସରକାରକୁ ଯେଉଁ ଦଳ ଆସିବ ସିଏ ଟଙ୍କା ଦେବ। ବାସ୍ତବରେ ମହିଳାଙ୍କୁ କେମିତି ସ୍ଵାବଳମ୍ବୀ କରିହେବ ସେଥିପ୍ରତି ସରକାର ଧ୍ୟାନଦେବା ଦରକାର। ହେଲେ ଏଠି ଖାଲି ମହିଳାମାନଙ୍କୁ ବ୍ୟବହାର କରି ଭୋଟ ସଂଗ୍ରହ ହେଉଛି। ଯାହା ମହିଳାଙ୍କ ପ୍ରତି ଉଚିତ୍ ସମ୍ମାନ ନୁହେଁ ବୋଲି ସେ କହିଛନ୍ତି।

ସେହିପରି ମନୋଜ ମିଶ୍ରଙ୍କୁ ସରକାର ଆଇଟି ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେବା ଭୁଲ୍ ନିଷ୍ପତ୍ତି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୌଣସି ଲୋକଙ୍କୁ ଆଣି ପ୍ରମୁଖ ସଚିବ କରିବା ଠିକ୍ ନୁହେଁ। ଯଦି ସରକାର ଆଇଟି ଏବଂ ଟେକ୍ନୋଲୋଜିର ବିକାଶ କଥା ଚାହୁଁଛନ୍ତି ତାହେଲେ ସେହି ଫିଲଡ଼ରୁ ଜଣେ ଲୋକଙ୍କୁ ଆଣି ପାରିଥାନ୍ତେ। ହେଲେ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ପାଇଁ କ୍ୟାବିନେଟ ବସାଇବା ଓ ନିୟମ ବଦଳାଇବା ଠିକ୍ ନୁହେଁ। ଏହା ଏକ ପ୍ରକାର ସ୍ଵେଚ୍ଛଚାରିତା। ଏଭଳି କରାଗଲେ ଭବିଷ୍ୟତ ଯେ କ’ଣ ହେବ ତାହା କଳ୍ପନା କରିବା ମୁସକିଲ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ଦଳର ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳଙ୍କୁ ଭେଟିବା ନେଇ ସେ କହିଛନ୍ତି, କଂଗ୍ରେସ ଅଗ୍ରଗତି କିପରି ହେବ ସେନେଇ ପରାମର୍ଶ ମାଗିଥିଲେ। ସେନେଇ ଶ୍ରୀ ବିଶ୍ୱାଳ ତାଙ୍କ ମତାମତ ଦେଇଛନ୍ତି। ସେ ସଦାବେଳେ କଂଗ୍ରେସରେ ଅଛନ୍ତି ଓ ଆଗକୁ ରହିବେ ବୋଲି ଅତୁଟ ବିଶ୍ୱାସ ରହିଛି। ନିର୍ବାଚନକୁ ଆଉ ଖୁବ୍ କମ୍‌ଦିନ ଥିବାରୁ ନେତୃତ୍ୱମାନଙ୍କୁ ଭେଟି ଆଲୋଚନା କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Congress Politics Congress Vote Shg Politics Bijaya Patnaik