ମୁଖ୍ୟମନ୍ତ୍ରୀଙ୍କ ବ୍ୟୟବହୁଳ ବିଦେଶ ଗସ୍ତ କାହିଁକି, ପ୍ରଶ୍ନ କଲେ ବିଜୟ

୬ ବର୍ଷରେ ମାତ୍ର ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ୧୩୬୮କୋଟି ଟଙ୍କାର ନିବେଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରୋମ, ଦୁବାଇ ଓ ଏବେ ଜାପାନ ଗଲେ ଓଡ଼ିଶା ଓ ଓଡ଼ିଆଙ୍କ କ’ଣ ସ୍ୱାର୍ଥସାଧନ ହେଉଛି ବୋଲି କହି ବିଜୟ କଟାକ୍ଷ କରିଛନ୍ତି।

Bijay Patnaik PhotoOR

କଂଗ୍ରେସ ନେତା ବିଜୟ ପଟ୍ଟନାୟକ

Ordigital Desk
  • Published: Tuesday, 04 April 2023
  • Updated: 04 April 2023, 03:53 PM IST

Sports

Latest News

କଂଗ୍ରେସରେ ସାମିଲ ହେବାପରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରଥମଥର ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ଓଡ଼ିଶାରେ ଓଡ଼ିଆ ନିବେଶକଙ୍କୁ କାହିଁକି ହତାଦର କରାଯାଉଛି ଓ ସରକାରୀ ଖର୍ଚ୍ଚରେ ବ୍ୟୟବହୁଳ ବିଦେଶ ଗସ୍ତ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି । ୬ ବର୍ଷରେ ମାତ୍ର ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ୧୩୬୮କୋଟି ଟଙ୍କାର ନିବେଶ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ରୋମ, ଦୁବାଇ ଓ ଏବେ ଜାପାନ ଗଲେ ଓଡ଼ିଶା ଓ ଓଡ଼ିଆଙ୍କ କ’ଣ ସ୍ୱାର୍ଥସାଧନ ହେଉଛି ବୋଲି କହି ବିଜୟ କଟାକ୍ଷ କରିଛନ୍ତି ।

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ପୂର୍ବତନ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ସମାଲୋଚନା କରିବା ସହ କିଛି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ପୁଞ୍ଜିନିବେଶ ଆଣିବା ପାଇଁ ଜାପାନ ଯାଇଛନ୍ତି । ଉକ୍ତ ଟିମ୍ ନିରାପଦରେ ଫେରି ଆସୁ ବୋଲି ସେ କାମନା କରିବା ସହ ସେ ଏହି ପ୍ରଶ୍ନଗୁଡ଼ିକ ପଚାରିଛନ୍ତି। ସେ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ବଳରେ ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ମୋଟ ୫ଟି ବିଦେଶୀ କମ୍ପାନୀ ଓଡ଼ିଶାରେ ମାତ୍ର ୧୩୬୮କୋଟି ଟଙ୍କାର ନିବେଶ କରିଛନ୍ତି । କିନ୍ତୁ ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ଓଡ଼ିଶାକୁ ମୋଟ୍ ୧୬ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି ବୋଲି ସରକାର କହୁଛନ୍ତି । ଯଦି ଏତେ ସ୍ୱଳ୍ପ ପରିମାଣର ବିଦେଶୀ ନିବେଶ ପାଇବାର ଅଛି ତା’ହେଲେ ବ୍ୟୟବହୁଳ ବିଦେଶ ଗସ୍ତର ଲାଭ ଓଡ଼ିଶାବାସୀଙ୍କୁ କିଭଳି ମିଳୁଛି? ସରକାରଙ୍କୁ ପ୍ରଶ୍ନ କରି ଏହାର ଉତ୍ତର ରଖିବାକୁ ବିଜୟ ଦାବି କରିଛନ୍ତି ।

ସେହିପରି ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନରେ ୨୦.୫୯କୋଟି ଟଙ୍କା ଓ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୩୪.୫୧କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ତଥ୍ୟ ସରକାର ଦେଇନାହାନ୍ତି । କିନ୍ତୁ ଯାହା ଲାଗୁଛି ପ୍ରାୟ ୪୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବ । ତେଣୁ ଏହି ୩ଟି ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ମିଶାଇଲେ ମୋଟ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଜନତା ମଇଦାନରେ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭବେଳେ ମଂଚରେ କେବଳ ଜଣେ ଓଡ଼ିଆ ନିବେଶକଙ୍କୁ ଦେଖିବାକୁ ମିଳିଲା । ତା’ହେଲେ ଏ ମେକ୍ ଇନ୍ ଓଡ଼ିଶା କନକ୍ଲେଭ କ’ଣ ଓଡ଼ିଆ ନିବେଶଙ୍କ ପାଇଁ ସ୍ଥାନ ନାହିଁ । କେବଳ ଅଣଓଡ଼ିଆ ଏଥିରେ ସାମିଲ ହେବେ କି? ଓଡ଼ିଶାର ଖଣି, ପାଣି ଓ ପବନ ପାଇଁ ଏହି ଅଣଓଡ଼ିଆ ନିବେଶକମାନେ ଓଡ଼ିଶାକୁ ଆସୁଛନ୍ତି, ମାତ୍ର ଓଡ଼ିଆ ନିବେଶକ ସେଥିରୁ ବଂଚିତ ହେଉଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରତିଷ୍ଠାରେ ଓଡ଼ିଆଙ୍କ ସ୍ଥାନ କେଉଁଠି ବୋଲି ବିଜୟ ପ୍ରଶ୍ନ କରିଛନ୍ତି ।

Also Read

ବିଜୟ ଆହୁରି କହିଛନ୍ତି ଯେ, ୨୦୧୬ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୮୪ଟି ପ୍ରକଳ୍ପରେ ୨ଲକ୍ଷ ୩ହଜାର ୨୩୫କୋଟି ଟଙ୍କାର ନିବେଶ ମିଳିଛି । ଏଥିରେ  ୮୦ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇଛି । ସେହିପରି ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨୦୨ଟି ପ୍ରସ୍ତାବ ମାଧ୍ୟମରେ ୪ଲକ୍ଷ ୨୩ହଜାର ୧୧୫କୋଟି ଟଙ୍କାର ନିବେଶ ହୋଇଛି । ଏଥିରେ ୨ଲକ୍ଷ ୪୧ହଜାର ୫୧୮ଜଣଙ୍କୁ ନିଯୁକ୍ତି ମିଳିଛି । ଏ ଯେଉଁ ନିଯୁକ୍ତିର ତଥ୍ୟ ସରକାର ଦେଉଛନ୍ତି ତାକୁ ଭେରିଫାଏ କରୁଛି କିଏ। କେଉଁ ଅଧିକାରୀ ଏହାକୁ ପ୍ରମାଣିତ କରୁଛନ୍ତି। ଶିଳ୍ପ ବିଭାଗ, ନା ଜିଏସଟି, ନା ଶ୍ରମ ବିଭାଗ ନା ଜିଲ୍ଲାପାଳ। କେହି ତ ଜଣେ କରୁଥିବେ। ନା ଶିଳ୍ପ ସଂସ୍ଥାମାନେ ଯାହା ତଥ୍ୟ ଦେଉଛନ୍ତି ସରକାର ତାକୁ ଉପସ୍ଥାପନ କରିଦେଉଛନ୍ତି । ସେମାନଙ୍କୁ ମିଳୁଥିବା ତଥ୍ୟ ନିଶ୍ଚିତ ଭାବେ ପ୍ରମାଣିକ ତଥ୍ୟଭିତ୍ତିକ ହେବା ଉଚିତ୍ । ୨୦୧୬ରେ ୮୦ହଜାର ଓ ୨୦୧୮ରେ ୨ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି ବୋଲି ସରକାର ଯାହା କହୁଛନ୍ତି ସେଥିରେ କେତେ ଓଡ଼ିଆଙ୍କୁ ନିଯୁକ୍ତି ମିଳିଛି ତା’ର ଉତ୍ତର ଦେବାକୁ ସେ ଦାବି କରିଛନ୍ତି । ସରକାର କେବଳ ପରିସଂଖ୍ୟାନ ନରଖି, ପ୍ରକୃତ ସତ କ’ଣ ତାହା ସର୍ବସାଧାରଣରେ ରଖନ୍ତୁ ଓ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ତା’ର ତଥ୍ୟ ରଖିବାକୁ ବିଜୟ ପଟ୍ଟନାୟକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story