ବିଜେଡିରୁ ଇସ୍ତଫା ଦେଲେ ଭୁବନେଶ୍ୱର ଜିଲ୍ଲା ମହିଳା ସଭାନେତ୍ରୀ

ଶ୍ରୀମତୀ ମହାପାତ୍ର ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ ବିଜେଡି ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ଦୌରାତ୍ମ୍ୟ, ଦୁର୍ନୀତି ଓ ଅନିୟମିତତାକୁ ନେଇ ସେ ଦଳର ବହୁ ନେତାଙ୍କୁ ଗୁହାରି କରିଛନ୍ତି ।

ଶଙ୍ଖ ଭବନ(ଫାଇଲ ଫଟୋ)

  • Published: Friday, 18 October 2024
  • , Updated: 18 October 2024, 10:55 PM IST

ନିର୍ବାଚନୀ ବିପର୍ଯ୍ୟୟ ଓ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବା ବିଜେଡି ନେତାମାନେ ଜଣକ ପରେ ଜଣେ ଦଳ ଛାଡ଼ିବାରେ ଲାଗିଛନ୍ତି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ଦଳ ପକ୍ଷରୁ ଜାରି କାରଣଦର୍ଶାଅ ନୋଟିସକୁ ସେ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି କହିବା ସହ ବିଜେଡିରେ ଭିକେ ପାଣ୍ଡିଆନ ଓ ମାନସ ମଙ୍ଗରାଜ ଓ ଅନ୍ୟମାନଙ୍କ ଦ୍ୱାରା ତାଙ୍କୁ ଅସମ୍ମାନିତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଶ୍ରୀମତୀ ମହାପାତ୍ର ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ ବିଜେଡି ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କ ଦୌରାତ୍ମ୍ୟ, ଦୁର୍ନୀତି ଓ ଅନିୟମିତତାକୁ ନେଇ ସେ ଦଳର ବହୁ ନେତାଙ୍କୁ ଗୁହାରି କରିଛନ୍ତି । କିନ୍ତୁ ଶଙ୍ଖ ଭବନରେ ବସି ଦଳର ସବୁ କଥା ବୁଝୁଥିବା ଓ ବିଶ୍ୱରଞ୍ଜନଙ୍କୁ ପୂର୍ଣ୍ଣ ସହଯୋଗ ଦେଉଥିବା ମାନସ ମଙ୍ଗରାଜଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରି ଅସମ୍ମାନିତ ହୋଇଛି । ତାଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ସେ ଲିଖିତ ଭାବେ ବିଜୁ ମହିଳା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପ୍ରଣବ ପ୍ରକାଶ ଦାସ, ପାଣ୍ଡିଅନ ଓ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାର୍ହି । ଏପରିକି ତାଙ୍କୁ ପାଣ୍ଡିଆନଙ୍କୁ ଭେଟିବାର ସୁଯୋଗ ଦିଆଗଲାନି । ପୁଲିସର ପ୍ରତ୍ୟେକ ପଦକ୍ଷେପକୁ ପ୍ରଚ୍ଛଦପଟ୍ଟରେ ରହି ଡିଏସ୍ କୁଟ୍ଟେ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିଲେ । ତେଣୁ ବିଜେଡିରେ ସଚ୍ଚୋଟ ଲୋକଙ୍କ ସ୍ଥାନ ନାହିଁ, ଯାହାର କଳାଧନ ଅଛି ସିଏ ଯେତେ ଦୁର୍ନୀତି କଲେ ମଧ୍ୟ ତାଙ୍କୁ ସୁରକ୍ଷା ଦିଆଯିବ ବୋଲି ଅନୁଭବ କଲି । ଭୁବନେଶ୍ୱର ଜିଲ୍ଲାର ଦଳୀୟ ସଭାନେତ୍ରୀ ଥାଇ ଦୁଇବର୍ଷ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢ଼ି ନିରାଶ ହେଲି । ନ୍ୟାୟ ମିଳିବା ବଦଳରେ ଦଶହରା ପାଇଁ ସାରା ଓଡ଼ିଶା ଉତ୍ସବମୁଖର ଥବାବେଳେ ମୋତେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବାକୁ ନେଇ ବ୍ୟଥିତ ଓ ମର୍ମାହତ । ସେଥିପାଇଁ ବିଜେଡିର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ଶ୍ରୀମତୀ ମହାପାତ୍ର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

Related story